ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ ସେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି। ଓ୍ବାଶିଂଟନ ପୋଷ୍ଟ ଏବଂ ଏବିସି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଅନୁଯାୟୀ କରୋନା ମହାମାରୀ ଟ୍ରମ୍ପ୍‌ଙ୍କ ଜିତିବା ସମ୍ଭାବନାକୁ ଯଥେଷ୍ଟ ହ୍ରାସ କରିଛି। କୋଭିଡ୍‌ ପରିଚାଳନା ରାଷ୍ଟ୍ରପତି ନିିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି। ଟ୍ରମ୍ପ୍‌ଙ୍କ ପୁନଃ ନିର୍ବାଚିତ ହେବା ଆଶା ଏବେ ତାଙ୍କ ସମର୍ଥକମାନଙ୍କ ମୁଖ୍ୟ ବେସ୍‌ରେ ସୀମିତ ରହିଛି। ଜୁଲାଇ ୧୨ରୁ ୧୫ ମଧ୍ୟରେ ହୋଇଥିବା ସର୍ଭେ ଅନୁଯାୟୀ ଟ୍ରମ୍ପ୍‌ଙ୍କୁ ୪୦ ପ୍ରତିଶତ ପଞ୍ଜୀକୃତ ଭୋଟର ସମର୍ଥନ କରିଥିବାବେଳେ ବିଡେନଙ୍କ ପ୍ରତି ୫୫ ପ୍ରତିଶତଙ୍କ ସମର୍ଥନ ରହିଛି। ମାର୍ଚ୍ଚରେ ବିଡେନ ଟ୍ରମ୍ପ୍‌ଙ୍କଠାରୁ ୨ ପଏଣ୍ଟ ଆଗରେ ଥିବାବେଳେ ମେ’ରେ ୧୦ ପଏଣ୍ଟ ଆଗୁଆ ଥିଲେ।
ସର୍ଭେ ଅନୁଯାୟୀ ପାରମ୍ପରିକ ରିପବ୍ଲିକାନ ଓ ଡେମୋକ୍ରାଟ ଭୋଟରମାନେ ନଭେମ୍ବର ନିର୍ବାଚନକୁ ଟ୍ରମ୍ପଙ୍କ ଉପରେ ଗଣଭୋଟ ଭାବେ ବିବେଚନା କରୁଛନ୍ତି, ବିଡେନ୍‌ଙ୍କୁ ଅଧିକ ଉପଯୁକ୍ତ ପ୍ରାର୍ଥୀ ବିଚାର କରି ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି। ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କର ୭୨ପ୍ରତିଶତ ସମର୍ଥକ ଭୋଟର ମତ ଦେଇଥିବାବେଳେ ତାଙ୍କୁ ହରାଇବା ଏକମାତ୍ର ଲକ୍ଷ୍ୟ ବୋଲି ବିଡେନଙ୍କ ୬୨ ପ୍ରତିଶତ ସମର୍ଥକ କହିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ବିଡେନ୍‌ ଭଲଭାବେ ନିୟନ୍ତ୍ରଣ କରିପାରିବେ ବୋଲି ୫୪ ପ୍ରତିଶତ ଆମେରିକୀୟ ବିଶ୍ୱାସ କରୁଥିବାବେଳେ ମାତ୍ର ୩୪ ପ୍ରତିଶତ ଟ୍ରମ୍ପ୍‌ଙ୍କ ସପକ୍ଷରେ ମତ ଦେଇଛନ୍ତି। ସେହିପରି ଅର୍ଥନୀତି ପରିଚାଳନାରେ ବିଡେନ୍‌ ବେଶ୍‌ ଉନ୍ନତି କରି ଜନମତ ସର୍ଭେରେ ଟ୍ରମ୍ପ୍‌ଙ୍କ ପାଖାପାଖି ପହଞ୍ଚତ୍ଛନ୍ତି। ଅର୍ଥନୀତି ପରିଚାଳନାରେ ଟ୍ରମ୍ପ୍‌ଙ୍କ ପ୍ରତି ସକାରାତ୍ମକ ମତ ରହିଛି। ଅର୍ଥନୀତି ପରିଚାଳନାରେ ଖୁସି ଥିବା ୫୦ ପ୍ରତିଶତ କହିଥିବାବେଳେ ୪୭ ପ୍ରତିଶତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗତ ଦୁଇମାସ ମଧ୍ୟରେ ଆମେରିକାରେ ଶହ ଶହ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ହୋଇଥିବାବେଳେ ଅପରାଧ ଓ ସୁରକ୍ଷା ସେଠାରେ ବଡ଼ ପ୍ରସଙ୍ଗ ରହିଆସିଛି। ଏକ୍ଷେତ୍ରରେ ମଧ୍ୟ ଡେମୋକ୍ରାଟ ପ୍ରାର୍ଥୀ ବିଡେନ୍‌ ରିପବ୍ଲିକ୍‌ ପ୍ରାର୍ଥୀ ଟ୍ରମ୍ପ୍‌ଙ୍କଠାରୁ ୯ ପଏଣ୍ଟ ଆଗରେ ଅଛନ୍ତି। ସେହିପରି ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ରଖିବାରେ ବିଡେନ୍‌ ତାଙ୍କ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୫ ପଏଣ୍ଟ ଆଗରେ ରହିଛନ୍ତି। ଟ୍ରମ୍ପ୍‌ଙ୍କର ନିଯୁକ୍ତି ଅନୁମୋଦନ ରେଟିଂ ମଧ୍ୟ ଦୁଇମାସ ମଧ୍ୟରେ ଦ୍ରୁତ ହ୍ରାସ ପାଇ ୩୯ ପ୍ରତିଶତ ପଜିଟିଭ୍‌ ଓ ୫୭ ପ୍ରତିଶତ ନେଗେଟିଭ୍‌ ରହିଛି। ଟ୍ରମ୍ପ୍‌ଙ୍କ କାର୍ଯ୍ୟଧାରାକୁ ୪୮ ପ୍ରତିଶତ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଉତ୍ତମ ବ୍ୟକ୍ତିତ୍ୱ ଏବଂ ସ୍ବଭାବ ପାଇଁ ବିଡେନ୍‌ ଟ୍ରମ୍ପ୍‌ଙ୍କଠାରୁ ୨୬ ପଏଣ୍ଟ ଆଗରେ ଥିବା ଓ୍ବାଶିଂଟନ ପୋଷ୍ଟ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ...

ଜୀବନସାଥି ବିଦେଶି ହୋଇଥିଲେ ମିଳିବ ନାହିଁ କରୋନା ଟିକା

ଇସ୍‌ଲାମାବାଦ,୯ ।୩: ପାକିସ୍ତାନରେ ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଏଥିରେ କିନ୍ତୁ ସେହି ବରିଷ୍ଠ ନାଗରିକଙ୍କୁ...

ସରକାରଙ୍କ ବିରୋଧରେ ପ୍ରଦର୍ଶନ: ଏକ ମାସରେ ୩୧୯ ମୃତ; ୧୫ ହଜାରରୁ ଅଧିକ ଆହତ

ବାଗଦାଦ୍‌,୧୧।୧୧: ସରକାରଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଇରାକ୍‌ରେ ଗତ ଏକମାସ ଧରି ଲୋକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି...

ଐତିହାସିକ ରାୟ: ଏହି ମହିଳାଙ୍କୁ ମିଳିଲା ଇଚ୍ଛା ମୃତ୍ୟୁର ଅଧିକାର, ଖୁସି କହିଲେ ନ ସରେ…

ଲିମା,୪।୩: ୪୪ ବର୍ଷୀୟା ଜଣେ ମହିଳା କିଛି ବର୍ଷ ଧରି ‘ଇଚ୍ଛା ମୃତ୍ୟୁ ଅଧିକାର’ ପାଇଁ ଲଢୁଥିଲେ। ବର୍ତ୍ତମାନ ପେରୁ ସରକାର ଏକ ଐତିହାସିକ ରାୟ...

ରାଜ୍ୟରେ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୨ ଜଣ ଲୋକାଲ...

ବିନା ଲକ୍ଷଣରେ ବି ରହିପାରେ ଭୂତାଣୁ: ୩୫ ଆକ୍ରାନ୍ତ ପାଖରେ ଦେଖାଯାଉନି ସାଧାରଣ ଲକ୍ଷଣ; ଲକ୍‌ଡାଉନ୍‌ ପାଇଁ ମିଳିଛି ସଫଳତା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏହାକୁ ନେଇ ଚିନ୍ତା ବଢ଼ିଥିଲେ ମଧ୍ୟ ଇତିମଧ୍ୟରେ ୧ ୨ଜଣ ଆକ୍ରାନ୍ତ ସୁସ୍ଥ...

ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ...

ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍‌

ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା।...

Advertisement

BGU

Archives

Model This Week

Why Dharitri