ଯୋଗୀଙ୍କ ସଙ୍କେତ

Dillip Cherian

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ କୁମାର ସିଂଙ୍କୁ ନିଯୁକ୍ତ କରିଛନ୍ତି। ସେ ଦୁର୍ଗା ଶଙ୍କର ମିଶ୍ରଙ୍କଠାରୁ ଦାୟିତ୍ୱ ନେଇଛନ୍ତି, ଯାହାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୩୦ ପରେ ଆଉ ଚତୁର୍ଥ ଥର ବୃଦ୍ଧିକୁ ସ୍ବୀକୃତି ଦିଆଯାଇ ନ ଥିଲା। କିନ୍ତୁ ମିଶ୍ରଙ୍କ କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରାଯିବାର ସମ୍ଭାବନାକୁ ନେଇ ଲକ୍ଷ୍ନୌରେ କିଛି ଦିନ ପାଇଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବିଶେଷ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ସରକାର ଜୁନ୍‌ ୩୦ ପରେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇଥିଲେ। ତେବେ ରାଇସିନା ହିଲ୍‌ରେ ଏଭଳି କୌଣସି ପ୍ରସ୍ତାବ ପହଞ୍ଚିନାହିଁ ବୋଲି କେନ୍ଦ୍ର ସୂଚିତ କରିଥିଲା। ଉଲ୍ଲେଖଯୋଗ୍ୟ, ଜୁନ୍‌ ମଧ୍ୟଭାଗରେ ମିଶ୍ର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ୍‌ କରିବାବେଳେ ଉତ୍ତରପ୍ରଦେଶର ଜଣେ ପୂର୍ବତନ କେନ୍ଦ୍ର ସଚିବ ସୂଚିତ କରିଥିଲେ ଯେ, ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବରେ ଏହା ତାଙ୍କର ଶେଷ କାର୍ଯ୍ୟକାଳ। ଏହା ନିଶ୍ଚିତ ଯେ, ୨୦୨୪ ଲୋକ ସଭା ନିର୍ବାଚନରେ ଶାସକ ଦଳର ଖରାପ ଫଳାଫଳ ପ୍ରଦର୍ଶନ ପରେ ଉତ୍ତରପ୍ରଦେଶ ରାଜନୈତିକ ଦୃଶ୍ୟପଟ ଅଧିକ ଅସ୍ଥିର ହାଇପଡ଼ିଛି। ଅମିତ ଶାହାଙ୍କ ସହ ମିଶ୍ରଙ୍କ ଅପ୍ରତ୍ୟାଶିତ ବୈଠକ ପରେ ମିଶ୍ରଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ହେବ ଏବଂ ସେ ମୁଖ୍ୟ ଶାସନ ସଚିବ ଭାବରେ ରହିବେ ବୋଲି ଗୁଜବ ସୃଷ୍ଟି କରିଥିଲା। ତାହା ହେଲା ନାହିଁ। କିନ୍ତୁ ମନୋଜ ସିଂଙ୍କ ନିଯୁକ୍ତିକୁ ନେଇ ଯୋଗୀ କେନ୍ଦ୍ରକୁ ସଙ୍କେତ ଦେଇଛନ୍ତି ଯେ, ସେ ନିଜସ୍ବ ଢଙ୍ଗରେ ସରକାର ଚଳାଇବେ।
ଅଭିଜ୍ଞ ବାବୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟରେ ନୂଆ ଚେହେରାଙ୍କୁ ଆଣିବାବେଳେ ପୁରୁଣା ଟିମ୍‌ରୁ କେତେଜଣଙ୍କୁ ରଖିବାର ନିଷ୍ପତ୍ତି ନିରନ୍ତରତା ଏବଂ ସ୍ଥିରତାକୁ ପ୍ରତିପାଦିତ କରୁଛି। ଏହା କ୍ୟାବିନେଟର ଗଠନ ଏବଂ ନିକଟରେ ସରକାରଙ୍କ ପସନ୍ଦରୁ ଦେଖିବାକୁ ମିଳିପାରିବ। ଗୋଟିଏ ବଡ଼ ପଦକ୍ଷେପ ହେଉଛି ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ଭାବରେ ୩୦ ଜୁନ୍‌, ୨୦୨୪ଠାରୁ ଆଉ ଏକ ବର୍ଷ ପାଇଁ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା। ଏହା ଦର୍ଶାଏ ଯେ, ଏନ୍‌ଡିଏ ପ୍ରଶାସନ ପ୍ରକୃତରେ ମୋଦିଙ୍କ ନେତୃତ୍ୱ ଏବଂ ଅଭିଜ୍ଞତା ଉପରେ ବିଶ୍ୱାସ କରେ। ଏହାକୁ ସଫଳ କରିବା ପାଇଁ ସରକାର କିଛି ନିୟମକୁ ମଧ୍ୟ କୋହଳ କରିଦେଇଛନ୍ତି, ଯାହା କିଛି ମହଲରେ ଚିନ୍ତା ବଢ଼ାଇଦେଇପାରେ । କିନ୍ତୁ ଜାତୀୟ ସୁରକ୍ଷାକୁ ଅତ୍ୟଧିକ ପ୍ରାଥମିକତା ଦିଆଯାଉଥିବାରୁ ଏହା ଉପରେ ଅଧିକ ପ୍ରଶ୍ନ ଉଠିବ ନାହିଁ । ଆଉ ଏକ ସମାନ ପଦକ୍ଷେପ କ୍ରମେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ସେକ୍ରେଟାରି ଜେନେରାଲ ଭାବରେ ଭାରତ ଲାଲ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୩୦ ଜୁନ୍‌, ୨୦୨୪ଠାରୁ ଲାଲ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ନିଶ୍ଚିତ କରେ ଯେ, ତାଙ୍କର ବ୍ୟାପକ ଅଭିଜ୍ଞତା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟରୁ ଏନ୍‌ଏଚ୍‌ଆର୍‌ସି ଲାଭବାନ୍‌ ହେଉଛି। ଏହିସବୁ କାର୍ଯ୍ୟକାଳ ବୃଦ୍ଧି ଅଭିଜ୍ଞ ବାବୁମାନଙ୍କ ମହତ୍ତ୍ୱକୁ ଦର୍ଶାଇଛି, ଯେଉଁମାନେ ସେମାନଙ୍କର ସାମର୍ଥ୍ୟ ପ୍ରମାଣ କରିଛନ୍ତି ଏବଂ ମୋଦିଙ୍କ ବିଶ୍ୱସ୍ତ ହୋଇପାରିଛନ୍ତି।
ଏନ୍‌ଡିଏ ସରକାର ସ୍ଥିରତା ଏବଂ କାର୍ଯ୍ୟ କରୁଥିବା ନୀତିଗୁଡ଼ିକ ସହିତ ଜଡ଼ିତ ଥିବାପରି ମନେହୁଏ। ଅଭିଜ୍ଞ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରଖିବା ଏକ ସରଳ ପରିବର୍ତ୍ତନ ଏବଂ ନିରନ୍ତର ଅଗ୍ରଗତି ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।
ଜମି ଜବରଦଖଲ
ନିକଟରେ ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀ ଏବଂ ତାଙ୍କ ପରିବାର ବିରୋଧରେ ଲୋକପ୍ରିୟ ଗାୟକ ଲକି ଅଲି ଆଣିଥିବା ଅଭିଯୋଗ ଏକ ଝଡ଼ ସୃଷ୍ଟି କରିଛି। ଅଲି ଦାବି କରିଛନ୍ତି ଯେ, ସିନ୍ଧୁରୀ ସମେତ ପରିବାର ସରକାରୀ ସମ୍ବଳର ଅପବ୍ୟବହାର କରି ୟେଲାହଙ୍କାର କାଞ୍ଚେନାହଲ୍ଲୀ ଅଞ୍ଚଳରେ ତାଙ୍କ ଚାଷ ଜମି ଛଡ଼ାଇ ନେଇଛନ୍ତି। ଅଲି ମଧ୍ୟ କର୍ନାଟକ ଲୋକାୟୁକ୍ତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ସିନ୍ଧୁରୀ ଓ ସ୍ବାମୀ ସୁଧୀର ରେଡ୍ଡୀ ଏବଂ ତାଙ୍କ ଶାଳକ ମଧୁସୂଦନ ରେଡ୍ଡୀ ଜମିକୁ ବେଆଇନ ଭାବେ ଜବରଦଖଲ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଅଲି ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି। କିଛି ବର୍ଷ ପୂର୍ବେ ସେ ସିନ୍ଧୁରୀଙ୍କ ପକ୍ଷ ନେଇଥିବା ସ୍ଥାନୀୟ ପୋଲିସଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ସେଠାରେ ଏକ ‘ଜମି ମାଫିଆ’ ଷଡ଼ଯନ୍ତ୍ର ଚାଲିଥିବା ଦର୍ଶାଇ ଉଚ୍ଚ ପଦାଧିକାରୀଙ୍କୁ ପଦକ୍ଷେପ ନେବାକୁ ଜଣାଇଥିଲେ। ଏହି ଘଟଣା କେବଳ ଜମି ଜବରଦଖଲକୁ ନୁହେଁ, ବରଂ କ୍ଷମତା ଏବଂ ସରକାରୀ କର୍ମଚାରୀଙ୍କ ସଚ୍ଚୋଟତାର ଅପବ୍ୟବହାରକୁ ଦର୍ଶାଏ। ଯଦି ଅଲିଙ୍କ ଅଭିଯୋଗ ସତ୍ୟ, ତେବେ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତାଙ୍କ ପଦବୀକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିବା ପଦ ଓ କର୍ତ୍ତବ୍ୟର ଏକ ପ୍ରମୁଖ ଉଲ୍ଲଂଘନ । ସ୍ଥାନୀୟ ପୋଲିସର ସମ୍ପୃକ୍ତିକୁ ନେଇ ହୋଇଥିବା ଅଭିଯୋଗ ଘଟଣାକୁ ଆହୁରି ଅଡୁଆ କରିଦେଇଛି। ଏହାପୂର୍ବରୁ ଆଇପିଏସ୍‌ ଅଧିକାରୀ ଡି. ରୁପାଙ୍କ ସହ ସିନ୍ଧୁରୀଙ୍କ ବିବାଦ ଉପୁଜିଥିଲା, ଯେଉଁଥିରେ ଉଭୟ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଥିଲା। ଅତୀତର ଏହିି ଘଟଣା ବର୍ତ୍ତମାନର ଅଭିଯୋଗକୁ ଅଧିକ ଜଟିଳ କରିଦେଇଛି ଏବଂ ତାଙ୍କ କାର୍ଯ୍ୟକଳାପକୁ ଅତି ନିକଟରୁ ସମୀକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri