ଥାନାରେ ଖତ ଖାଉଛିି ଜବତ ଗାଡ଼ି

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା ହେଉ ନ ଥିବାରୁ ସେଗୁଡିକ ଦୀର୍ଘ ବର୍ଷ ହେଲା ଖୋଲା ଆକାଶ ତଳେ ଖରା ବର୍ଷାରେ ପଡିରହି ଖତ ଖାଉଥିବା ଦେଖିବାକୁ ମିଳିଛି। ଜିଲାରେ ୧୯ଟି ଥାନା ରହିଥିବାବେଳେ ପ୍ରାୟ ଥାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଥାନାଗୁଡିକରେ ଚୋରି, ଏମଭିଆଇ ଯାଞ୍ଚ, ଗଞ୍ଜେଇ ଚାଲାଣ, ଦୁର୍ଘଟଣା ଆଦି ବିଭିନ୍ନ ମାମଲାରେ ଜବତ ହୋଇଥିବା ଶହ ଶହ ୨ ଚକିଆ ଯାନ ସମେତ ଚାରିଚକିଆ ଯାନ ପଡିରହିଛି। ଥାନାଗୁଡିକରେ ପଡିରହିଥିବା ଏହି ସବୁ ଯାନର ମୋଟ ମୂଲ୍ୟ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏତେ ଟଙ୍କା ମୂଲ୍ୟର ଯାନବାହନ ପଡିପଡି ନଷ୍ଟ ହେଉଥିବାବେଳେ ତାହାର ସୁରକ୍ଷା ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ମାମଲାର ଫଇସଲା ହେଉ ନ ଥିବାରୁ ମାଲିକଙ୍କୁ ହସ୍ତାନ୍ତର କରାଯାଉନାହିଁ । ଚାରିଚକିଆ ଯାନ ମଧ୍ୟରେ ବସ୍‌, ଟ୍ରକ, ଟ୍ରାକ୍ଟର, କାର, ବୋଲେରୋ, ଟାଟା ମ୍ୟାଜିକ ଆଦି ରହିଥିବାବେଳେ ମୋଟରସାଇକେଲ ମଧ୍ୟରେ ବିଭିନ୍ନ କମ୍ପାନୀର ବାଇକ୍‌ ଓ ସ୍କୁଟି ରହିଛି। କେତେକ ଚାରିଚକିଆ ଓ ଦୁଇ ଚକିଆ ଯାନ ଦୀର୍ଘ ବର୍ଷ ହେଲା ପଡିପଡି ନଷ୍ଟ ମଧ୍ୟ ହୋଇଗଲାଣି। ଏପରିକି କିଛି ଯାନବାହନ ଉପର ଦେଇ ଗଛ ମଧ୍ୟ ଉଠିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଥିବା ଗାଡିଗୁଡିକୁ ପୋଲିସ ପ୍ରଶାସନ ପକ୍ଷରୁ ନିଲାମ କରାଗଲେ ସାଧାରଣ ଲୋକ ଉପକୃତ ହେବା ସହ ସରକାରଙ୍କ ରାଜସ୍ବ ବିଭାଗକୁ ମଧ୍ୟ କିଛି ଟଙ୍କା ଯାଇପାରନ୍ତା। ନଚେତ ଏମିତି ଥାନା ଆଗରେ ଫଇସଲା ବାହାନାରେ ଗାଡିଗୁଡିକ ପଡି ରହି ଖତ ଖାଇ ଚାଲିବ ଏଥିରେ ସନ୍ଦେହ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଉଦାହରଣ ଭାବେ ଭବାନୀପାଟଣା ସଦର ଥାନା ପରିସରରେ ଜବତ ହୋଇଥିବା ଗାଡିଗୁଡିକ ଦେଖିଲେ ମନେହୁଏ। ଏ ନେଇ ଏସ୍‌ପି ଅଭିଳାଷ ଜି.ଙ୍କୁ ପଚାରିବାରୁ ଯେଉଁ ମାମଲାଗୁଡିକର ସମାଧାନ ହେଉଛି ସେହି କ୍ଷେତ୍ରରେ ମାଲିକଙ୍କୁ ଶୀଘ୍ର ତାଙ୍କ ଗାଡି ହସ୍ତାନ୍ତର କରାଯାଉଛି। ଯେଉଁ ମାମଲାଗୁଡିକର ସମାଧାନ ହେଉନି ତଥା ବିଳମ୍ବିତ ହେଉଛି, ସେହି କ୍ଷେତ୍ରରେ ଗାଡିଗୁଡିକ ହସ୍ତାନ୍ତର ହୋଇ ନ ପାରି ରହିଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି ଶୀଘ୍ର ମାମଲାଗୁଡିକର ଫଇସଲା କରାଯାଇ ମାଲିକଙ୍କୁ ତାଙ୍କ ଗାଡି ହସ୍ତାନ୍ତର କରିବା ପାଇଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri