କିଡ୍‌ନୀ ଦେଇ ୨ଜଣଙ୍କୁ ବଞ୍ଚାଇଲେ ‘ସିଦ୍ଧି’

ଭୁବନେଶ୍ୱର (ବ୍ୟୁରୋ) /କଟକ ଅଫିସ/ ଭଞ୍ଜନଗର (ଡି.ଏନ୍‌.ଏ.),୧୮।୫: ନିଜେ ସିନା ଚାଲିଗଲେ କିନ୍ତୁ କିଡ୍‌ନୀ ଦାନ କରି ବଞ୍ଚାଇ ଦେଲେ ଆଉ ଦୁଇଜଣଙ୍କ ଜୀବନ। ଦଶମ ଶ୍ରେଣୀର ଛାତ୍ରୀ ସିଦ୍ଧି ସମୃଦ୍ଧିଙ୍କ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକଙ୍କ ସହମତି କ୍ରମେ ସିଦ୍ଧିଙ୍କ ଦୁଇ କିଡ୍‌ନୀ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇଛି। ମଙ୍ଗଳବାର ଗୋଟିଏ କିଡ୍‌ନୀ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ରୋଗୀଙ୍କ ଠାରେ ଏବଂ ଅନ୍ୟଟି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲର ଜଣେ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି।
ମିଳିଥିବା ସୂଚନାନୁସାରେ, ୧୫ବର୍ଷୀୟା ସିଦ୍ଧିଙ୍କ ଘର ବ୍ରହ୍ମପୁର ବାସୁଦେବନଗର। ମା’ ସୁନୀତା ପ୍ରଧାନ ଜଗଦଲପୁର ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ବାପା ସପନ କୁମାର ବିନ୍ଧାଣି ଛତ୍ରପୁର ଟେଲିଫୋନ ଏକ୍ସଚେଞ୍ଜରେ କାର୍ଯ୍ୟ କରୁଛନ୍ତି। ଗତ ଶନିବାର ଦିନ ମୁଣ୍ଡବିନ୍ଧା ହେବା ସହିତ ସିଦ୍ଧିଙ୍କ ପ୍ରବଳ ବାନ୍ତି ହୋଇଥିଲା। ପରେ ସେ ଅଚେତ ହୋଇ ପଡ଼ିଥିଲେ। ଏହାଦେଖି ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ସିଟି ସ୍କାନ୍‌ କରିବା ପରେ ତାଙ୍କର ବ୍ରେନ୍‌ରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିିଟାଲକୁ ଅଣାଯାଇଥିଲା। ସିଦ୍ଧି ବ୍ରେନ୍‌ ହାମ୍‌ରେଜର ଶିକାର ହୋଇଥିବା ଡାକ୍ତରମାନେ କହିଥିଲେ। ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ସିଦ୍ଧିଙ୍କୁ ଭେଣ୍ଟିଲେଟରରେ ରଖାଯିବା ପରେ ଡାକ୍ତରମାନେ ତାଙ୍କୁ ସୋମବାର ଅପରାହ୍ନ ସାଢ଼େ ୫ଟାରେ ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କରିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ସରିବା ପରେ ସୋମବାର ବିଳମ୍ବିତ ରାତିରେ ସିଦ୍ଧିଙ୍କ ଅଙ୍ଗଦାନ ପାଇଁ ପ୍ରସ୍ତୁତି ହୋଇଥିଲା। ମଙ୍ଗଳବାର ସକାଳେ ତାଙ୍କର ୨ଟି କିଡ୍‌ନୀକୁ ଅନ୍ୟ ୨ଜଣଙ୍କୁ ଦାନ କରିଥିଲେ। ସେଥିମଧ୍ୟରୁ ଗୋଟିଏ କିଡ୍‌ନୀ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣେ ୩୪ବର୍ଷୀୟା ମହିଳାଙ୍କୁ ଏବଂ ଅନ୍ୟଟି ଭୁବନେଶ୍ୱର ଆପୋଲୋ ହସ୍ପିିଟାଲରେ ଚିକିତ୍ସାଧୀନ ଥିବା ରାଉରକେଲାର ସନ୍ତୋଷ ଗୁପ୍ତାଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ଏସ୍‌ସିବିରେ ପ୍ରତିରୋପଣ କରାଯିବା ସମୟରେ ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡା. ସ୍ବାଇଁଙ୍କ ସମେତ ଡା. ସବ୍ୟସାଚୀ ପଣ୍ଡା, ନେଫ୍ରୋଲୋଜି ବିଭାଗର ଡା. ଶରତ ପରିଡ଼ା, ନିଶ୍ଚେତକ ଡା. କଲ୍ୟାଣୀ ପରିଡ଼ାଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୀର୍ଘଦିନର ବ୍ୟବଧାନ ପରେ ତଥା କୋଭିଡ୍‌ ମହାମାରୀ ପରବର୍ତ୍ତୀ ସମୟରେ ପୁଣି ଥରେ ଏସ୍‌ସିବିରେ ଏଭଳି ସଫଳ କିଡ୍‌ନୀ ପ୍ରତିରୋପଣ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ସେପଟେ ସିଦ୍ଧିଙ୍କ ମରଶରୀରକୁ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସିଦ୍ଧିଙ୍କ ବଡ଼ ମା’ ଶିକ୍ଷୟିତ୍ରୀ ମମତା ପ୍ରଧାନ କହିଛନ୍ତି, ସିଦ୍ଧି ଆମକୁ ଛାଡ଼ି ଚାଲିଗଲା, କିନ୍ତୁ ଅନ୍ୟ ୨ଜଣଙ୍କ ଜୀବନ ବଞ୍ଚାଇ ଦେଇଗଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସିଦ୍ଧି ସମୃଦ୍ଧି ଗଞ୍ଜାମ ଜିଲା ଭଞ୍ଜନଗର ଥାନାର ପୂର୍ବତନ ପୋଲିସ ଏସ୍‌ଆଇ ତଥା ଗାଙ୍ଗପୁର ନିକଟସ୍ଥ ଗୁଡ଼ିବନ୍ଧ ଗ୍ରାମର ସ୍ବର୍ଗତ ଗୌରହରି ପ୍ରଧାନଙ୍କ ନାତୁଣୀ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri