କଡା ସୁରକ୍ଷା ମଧ୍ୟରେ ବିବାହ କରିବେ ସିଦ୍ଧାର୍ଥ-କିଆରା

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ୭ ତାରିଖରେ ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସ ରାଜକୀୟ ଢଙ୍ଗରେ ବିବାହ କରିବେ। ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। କିଆରା ଏବଂ ସିଦ୍ଧାର୍ଥଙ୍କ ଏହି ବିବାହ ଏକ ସିକ୍ରେଟ୍‌ ବିବାହ ହେବ ନାହିଁ ବରଂ ଏକ ଷ୍ଟାରଷ୍ଟେଡ ବିବାହ ହେବ। ସେଥିପାଇଁ ଅତିଥିମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ତିନି ସୁରକ୍ଷା ଏଜେନ୍ସିର ସଶସ୍ତ୍ର ଗାର୍ଡଙ୍କ ଦ୍ୱାରା ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସରେ ନିୟୋଜିତ ଅଛନ୍ତି। କୁହାଯାଉଛି ବିବାହରେ ଇଶା ଅମ୍ବାନୀ ମଧ୍ୟ ଯୋଗଦେବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଖବର ଅନୁଯାୟୀ, ବିବାହକୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଅନୁମତି ନାହିଁ। ତିନିଟି ସୁରକ୍ଷା ଏଜେନ୍ସି ପ୍ୟାଲେସରେ ନିୟୋଜିତ ଅଛନ୍ତି। ନିମନ୍ତ୍ରଣ ବିନା ହୋଟେଲରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ ବୋଲି ସୂତ୍ରରୁ ପ୍ରକାଶ। ଉଭୟଙ୍କ ବିବାହର ଚିତ୍ର ଲିକ ନ ହେବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ଏଥିପାଇଁ ସିଦ୍‌-କିଆରା ତିନୋଟି ଏଜେନ୍ସିକୁ ସୁରକ୍ଷା ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଦେଇଛନ୍ତି। ସିଦ୍‌-କିଆରା ଆସିବା ପୂର୍ବରୁ ସମସ୍ତ ତିନୋଟି ଏଜେନ୍ସିର ମୁଖ୍ୟମାନେ ସୂର୍ଯ୍ୟଗଡକୁ ଯାଞ୍ଚ କରିଥିଲେ। ମୁମ୍ବାଇରୁ ୧୫ ରୁ ୨୦ ସୁରକ୍ଷାକର୍ମୀଙ୍କ ଏକ ପୃଥକ ଦଳ ଶନିବାର ଜୈଲସଲମେରରେ ପହଞ୍ଚିଥିଲେ। ଏଥିସହିତ ଇଶା ଅମ୍ବାନୀଙ୍କ ସୁରକ୍ଷା ପାଇଁ ୨୫ ରୁ ୩୦ ଅତିରିକ୍ତ ଗାର୍ଡ ମଧ୍ୟ ନିୟୋଜିତ ଅଛନ୍ତି । ଏସବୁ ବ୍ୟତୀତ କୌଣସି ସମୟରେ ହୋଟେଲ ଚାରିପାଖରେ ଭିଡ଼ ନ ଜମିବା ପାଇଁ ସ୍ଥାନୀୟ ପୋଲିସ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ କୀର୍ତ୍ତିମାନ: IPL ଇତିହାସରେ କେହି ଏମିତି ରେକର୍ଡ ହାସଲ କରିପାରିନାହାନ୍ତି

ନୂଆଦିଲ୍ଲୀ,୧୮।୫: ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଛୋଟ IPL କ୍ୟାରିୟର ମଧ୍ୟରେ ଅନେକ ରେକର୍ଡ ସ୍ଥାପନ କରିସାରିଛନ୍ତି। ତାଙ୍କ କ୍ୟାରିୟରରେ ସୂର୍ଯ୍ୟବଂଶୀ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri