ରୋଗରେ ପଡ଼ି ହଷ୍ଟେଲ ଛାଡୁଛନ୍ତି ଅନ୍ତେବାସୀ

କେନ୍ଦ୍ରାପଡ଼ା ଅଫିସ, ୩୦ା୯:ଭିନ୍ନକ୍ଷମ ଓ ନିଷ୍ପେଷିତ ଶିଶୁଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନଙ୍କ ଚିକିତ୍ସା ସହ ଶିକ୍ଷାଦାନ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ଆସୁଥିବା ଅର୍ଥ ଓ ସହଯୋଗର ସୁବିନିଯୋଗ ହେଉନାହିଁ। ଟ୍ରଷ୍ଟିଙ୍କ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ବିଦ୍ୟାଳୟରେ ଅନ୍ତେବାସୀଙ୍କ ଉପଯୁକ୍ତ ଯତ୍ନ ନିଆଯାଉନାହିଁ। ଗୁରୁବାର ହୋଇଥିବା ଏପରି ଏକ ଅଭିଯୋଗ ଜିଲାରେ ସ୍ବତନ୍ତ୍ର ବିଦ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଦକ୍ଷିଣଡିହାରେ ସୁଶାନ୍ତ ମଲ୍ଲିଙ୍କ ଘର। ତାଙ୍କ ପୁଅ ସତ୍ୟପ୍ରକାଶ (୧୫) ୭୫ ଭାଗ ମୂକ ଓ ବଧିର। ଗତ ୬ ମାସ ପୂର୍ବେ ପଟ୍ଟାମୁଣ୍ଡାଇ ବ୍ଲକ କଷଣଅଣ୍ଟାଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିରରେ ଏ ନେଇ ପ୍ରମାଣ ପତ୍ର ପାଇଛନ୍ତି। ଗତ ୪ ମାସ ପୂର୍ବେ ମାର୍ଶାଘାଇ ବ୍ଲକ ଦରବଚ୍ଛାସ୍ଥ ଆରତିଦେବୀ ସ୍ବତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀ ଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ସତ୍ୟପ୍ରକାଶ ଓ ବାପା ସୁଶାନ୍ତ କହିଛନ୍ତି, ଏହି ବିଦ୍ୟାଳୟର ପରିଚାଳନା ଅବ୍ୟବସ୍ଥା ଯୋଗୁ ଅନ୍ତେବାସୀଙ୍କ ସମସ୍ୟା ଦେଖାଦେଉଛି। ଥଣ୍ଡା, ଜ୍ୱର ସହ ଚର୍ମରୋଗ ବ୍ୟାପିଛି। ଅନ୍ତେବାସୀଙ୍କୁ ଖାଇବା ଓ ଔଷଧ ପତ୍ର ଆବଶ୍ୟକ ପରିମାଣରେ ଦିଆଯାଉନାହିଁ। ୩ ମାସ ମଧ୍ୟରେ ଥରେ ଟାଇଫଏଡ ରୋଗ ହୋଇଥିବା ବେଳେ ଏବେ ଦେହସାରା କାଛୁକୁଣ୍ଡିଆରେ ଭର୍ତ୍ତି ହୋଇଛି। ସମ୍ପୃକ୍ତ ବିଦ୍ୟାଳୟରେ ୮୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଥିବାବେଳେ ଗତ ୧୦ ଦିନ ମଧ୍ୟରେ ସଂଖ୍ୟା ୩୦କୁ ଖସିଆସିଛି। ସରକାରୀ ଅନୁଦାନକୁ ପରିଚାଳନା ପାଇଁ ଏକ ସୋସାଇଟି ଥିଲେ ମଧ୍ୟ ବିଦ୍ୟାଳୟର ପରିଚାଳନା ପ୍ରତି କୌଣସି ଧ୍ୟାନ ଦିଆଯାଉନାହିଁ। ସରକାରୀ ଅର୍ଥକୁ ହରିଲୁଟ କରୁଥିବା ଏହି ଅନୁଷ୍ଠାନକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଏଡିଏମ୍‌ଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ପଚାରିବାରେ ଦୁର୍ଗା ପୂଜା ପାଇଁ ଅନ୍ତେବାସୀ ଏବେ ଘରକୁ ଯାଇଛନ୍ତି। ସତ୍ୟପ୍ରକାଶଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ନିଜେ ଦାୟୀ। ସଫାସୁତରା ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ଟାଇଫଏଡ ଓ ଚର୍ମରୋଗ ପାଇଁ ଡାକ୍ତରଙ୍କୁ ଦେଖାଇବା ସହ ବିଦ୍ୟାଳୟ ପକ୍ଷରୁ ଔଷଧ ବ୍ୟବସ୍ଥା ହୋଇଛି। ଏପରି କି ସତ୍ୟପ୍ରକାଶଙ୍କ ଔଷଧ ଖର୍ଚ୍ଚ ପାଇଁ ଦକ୍ଷିଣଡିହା ଗ୍ରାମ ଘରେ ପହଞ୍ଚତ୍ ୧୫୦୦ ଟଙ୍କା ଦିଆଯାଇଛି। ଏଥିସହ ସତ୍ୟପ୍ରକାଶଙ୍କ ନାମ ବିଦ୍ୟାଳୟରେ ଲେଖା ହୋଇ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଆରତିଦେବୀ ସ୍ବତନ୍ତ୍ର ବିଦ୍ୟାଳୟରେ ପରିଚାଳନା ତ୍ରୁଟି ନେଇ ସୁଶାନ୍ତ ଅଭିଯୋଗ କରିଛନ୍ତି। ଏହାକୁ ତଦନ୍ତ ପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ କହିଛନ୍ତି, ସୁଶାନ୍ତଙ୍କ ଅଭିଯୋଗର ତଦନ୍ତ ସରିଛି। ଟାଇଫଏଡ ଓ ଚର୍ମରୋଗ ପାଇଁ ଚିକିତ୍ସା ହୋଇଥିବା କାଗଜପତ୍ରର ଫଟୋ କପି ଅଛି। ଏହି ବିଦ୍ୟାଳୟରେ ନାମ ଲେଖାଇବା ପରେ ଶିକ୍ଷାର୍ଥୀଙ୍କୁ ଅନ୍ତେବାସୀ ଭାବେ ଗ୍ରହଣ କରାଯିବା କଥା। ଏ କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ରହିଛି। ସବିଶେଷ ରିପୋର୍ଟ ଗୁରୁବାର ଅପରାହ୍ନ ୪ଟାରେ ଏଡିଏମ୍‌ଙ୍କୁ ପ୍ରଦାନ କରାଯିବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri