Posted inଜାତୀୟ

ଦୌଡ଼ରେ ସିବଲ, ଆନନ୍ଦ ଶର୍ମା, ଚିଦାମ୍ବରମ

ନୂଆଦିଲ୍ଲୀ,୨୩।୫: ରାଜ୍ୟ ସଭାରେ ଖାଲି ପଡ଼ିଥିବା ଆସନ ଲାଗି ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସରୁ ବରିଷ୍ଠ ନେତା କପିଲ ସିବଲ, ଆନନ୍ଦ ଶର୍ମା ଏବଂ ପି. ଚିଦାମ୍ବରମ ଉଚ୍ଚ ସଦନକୁ ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। କଂଗ୍ରେସ ଖୁବ୍‌ ଶୀଘ୍ର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଦଳ ନିଜ ସାମର୍ଥ୍ୟ ବଳରେ ୮ ଜଣ ନେତାଙ୍କୁ ରାଜ୍ୟ ସଭାକୁ ପଠାଇପାରିବ। ତେବେ ଦଳର ନେତୃତ୍ୱ ବିରୋଧରେ ସ୍ବର ଉଠାଇଥିବା ଜି-୨୩ ଗ୍ରୁପ୍‌ର ଅନ୍ୟତମ ନେତା କପିଲ ସିବଲଙ୍କୁ ଟିକେଟ ମିଳିବ କି ନାହିଁ ସ୍ପଷ୍ଟ ହୋଇନାହିଁ। ସେହିପରି ଆନନ୍ଦ ଶର୍ମା ଓ ପି. ଚିଦାମ୍ବରମ ପୁନର୍ବାର ରାଜ୍ୟ ସଭାକୁ ଯିବା ଲାଗି ଆଶାୟୀ ଅଛନ୍ତି। ଗତଥର ଭଳି ଏଥର ମଧ୍ୟ ଉତ୍ତରପ୍ରଦେଶରେ ସିବଲଙ୍କୁ ସମାଜବାଦୀ ପାର୍ଟି ସମର୍ଥନ ଦେଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଜିତିବା ପାଇଁ ୩୫ ଭୋଟର ଆବଶ୍ୟକତା ଥିବାବେଳେ ସମାଜବାଦୀ ପାର୍ଟି ମେଣ୍ଟ ୩ ଜଣ ପ୍ରାର୍ଥୀଙ୍କୁ ପଠାଇବା ପରେ ଏହା ନିକଟରେ ପ୍ରାୟ ୨୦ ବଳକା ଭୋଟ ରହିବ। ତେବେ ଭାଜପା ଯଦି ଅଷ୍ଟମ ପ୍ରାର୍ଥୀ ଦିଏ ତେବେ କଡ଼ା ମୁକାବିଲା ହୋଇପାରେ।

ସେହିପରି ଆନନ୍ଦ ଶର୍ମା ହରିୟାଣାରୁ ରାଜ୍ୟ ସଭାକୁ ଯିବା ଲାଗି ଆଶାବାଦୀ ଥିବାବେଳେ କୁମାରୀ ଶୈଳଜା ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ମଧ୍ୟ ଆଶାୟୀ ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଚିଦାମ୍ବରମ୍‌ ତାଙ୍କ ରାଜ୍ୟ ତାମିଲନାଡୁରୁ ରାଜ୍ୟ ସଭାକୁ ପୁନଃନିର୍ବାଚିତ ହୋଇପାରନ୍ତି ବୋଲି କୁହାଯାଉଛି। ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏଥର ରାଜ୍ୟ ସଭା ଯିବା ଲାଗି ଦୌଡ଼ରେ ଥିବା ଜଣାପଡ଼ିଛି। ସେ ରାଜସ୍ଥାନ କିମ୍ବା କର୍ନାଟକରୁ ପ୍ରାର୍ଥୀ ହୋଇପାରନ୍ତି। ତେବେ ଦଳ ଅଧା ଆସନ ଯୁବ ନେତାଙ୍କୁ ଛାଡ଼ିପାରେ ବୋଲି ଦଳ ସୂତ୍ରରୁ ସୂଚନା ଦିଆଯାଇଛି। ରାଜସ୍ଥାନ, ଛତିଶଗଡ଼, କର୍ନାଟକ ଭଳି ରାଜ୍ୟର କଂଗ୍ରେସ ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉଚ୍ଚ ସଦନକୁ ପଠାଇବା ଲାଗି ଦାବି କରୁଛନ୍ତି। କର୍ନାଟକ ପିସିସି ସଭାପତି ଡି.କେ. ଶିବକୁମାର ଏବଂ ବିରୋଧୀ ଦଳ ନେତା ସିଦ୍ଦରମୈୟା ଏଥିପାଇଁ ପ୍ରିୟଙ୍କାଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri