ଶ୍ୱେତାଙ୍କୁ ବ୍ଲାକମେଲ୍‌ କରୁଥିଲେ ପୁରୁଷବନ୍ଧୁ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ପ୍ରମାଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣାର ୨ଦିନ ପରେ ଅର୍ଥାତ୍‌ ରବିବାର ରାତିରେ ପରିବାର ଲୋକ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଛନ୍ତି। ସୌମ୍ୟଜିତ୍‌ ଶାରୀରିକ, ମାନସିକ, ଆର୍ଥିକ ଭାବେ ବ୍ଲାକ୍‌ମେଲ୍‌ କରିବାରୁ ଶ୍ୱେତା ଆତ୍ମହତ୍ୟା କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ପୋଲିସ ଆଇପିସିର ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଲଗାଇ ଅଧିକ ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ, ଭାଇ ଏବଂ ସମ୍ପର୍କୀୟ ସୋମବାର କାନ୍ଦି କାନ୍ଦି ଘଟଣା ବିଷୟରେ ଗଣମାଧ୍ୟମକୁ କହିଛନ୍ତି। ଏଥିସହ ଠିକ ତଦନ୍ତ କରାଯାଇ ପୁରୁଷବନ୍ଧୁଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ଙ୍କ ଘର ସମ୍ବଲପୁର ଜିଲା ଅଇଁଠାପାଲ୍ଲୀ ଅଞ୍ଚଳରେ। ଉଭୟ ୨୦୧୮ରୁ ଇନ୍‌ଫୋସିଟିସ୍ଥିତ ଏକ ଅନ୍ତଃରାଷ୍ଟ୍ରୀୟ ସଫ୍ଟୱେର୍‌ କମ୍ପାନୀରେ ଚାକିରି କରିଥିଲେ। ସେହି ସମୟରେ ସୌମ୍ୟଜିତ୍‌ ପ୍ରଥମେ ଶ୍ୱେତାଙ୍କୁ ଏକତରଫା ପ୍ରେମ ନିବେଦନ କରିଥିଲେ। କିଛିମାସ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଏକାଠି ମଧ୍ୟ ରହିଥିଲେ। ଏହାପରେ ସୌମ୍ୟଜିତ୍‌ ଉକ୍ତ ଚାକିରି ଛାଡ଼ି ଏକ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ କଲେଜରେ ଏମ୍‌ବିଏ ପଢ଼ିଥିଲେ। ତେଣୁ ଏଥିପାଇଁ ସେ ଶ୍ୱେତାଙ୍କଠାରୁ ଟଙ୍କା ଦାବିକରି ନେଉଥିଲେ। ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ସୌମ୍ୟଜିତ୍‌ଙ୍କ ପରିବାର ଲୋକ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ମାଗିଥିଲେ। ଏଥିସହ ସୌମ୍ୟଜିତ୍‌ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ଶ୍ୱେତାଙ୍କୁ ବ୍ଲାକ୍‌ମେଲ କରିଥିଲେ। ଏଭଳି ଶାରୀରିକ, ମାନସିକ, ଆର୍ଥିକ ଭାବେ ୨୦୨୦ରୁ ଶ୍ୱେତାଙ୍କୁ ତାଙ୍କ ପୁରୁଷବନ୍ଧୁ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କ ମୃତ୍ୟୁ ପଛରେ ପୁରୁଷବନ୍ଧୁଙ୍କ ସମ୍ପୃକ୍ତି ଥିବାରୁ ଘଟଣା ଭିନ୍ନ ମୋଡ଼ ନେଇଛି। ଥାନାଧିକାରୀ ପ୍ରକାଶ ମାଝି କହିଛନ୍ତି, ଯୁବତୀଙ୍କ ବାପା ଥାନାରେ ଦେଇଥିବା ଏତଲା ଆଧାରରେ ତଦନ୍ତ ଆଗେଇଛି। ଡାଏରୀରୁ ସେଭଳି କିଛି ବଳିଷ୍ଠ ପ୍ରମାଣ ମିଳିନାହିଁି। ସିଡିଆର୍‌ ରିପୋର୍ଟ (କଲ୍‌ ଡିଟେଲ୍ସ ରିପୋର୍ଟ) ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ପୁରୁଷବନ୍ଧୁଙ୍କୁ ଥାନାକୁ ଡକାଯାଇ ଜେରା କରାଯିବ। ପ୍ରମାଣ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଶ୍ୱେତାଙ୍କ ଘର ଭଦ୍ରକ ଟାଉନ୍‌ସ୍ଥିତ ଗବସାହିରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଚାକିରି କରୁଥିଲେ। ତାଙ୍କ ସହ ରହୁଥିବା ସାଙ୍ଗମାନେ ଶୁକ୍ରବାର ଘରେ ନ ଥିଲେ। ପରିବାର ଲୋକେ ତାଙ୍କୁ ଫୋନ୍‌ କରିବାବେଳେ ଦୀର୍ଘ ସମୟ ଧରି ମୋବାଇଲ ସୁଇଚ୍‌ ଅଫ୍‌ ରହିିବାରୁ ପୋଲିସକୁ ଖବର ଦିଆଯାଇଥିଲା। ଶନିବାର ସକାଳେ ପୋଲିସ ଆପାର୍ଟମେଣ୍ଟସ୍ଥିତ ସି-ବ୍ଲକ୍‌ରେ ଥିବା ତାଙ୍କ ଘରକୁ ଯାଇ କବାଟ ଭାଙ୍ଗି ଶ୍ୱେତାଙ୍କ ମୃତଦେହ ଫ୍ୟାନରେ ଓଢ଼ଣି ଦ୍ୱାରା ଝୁଲୁଥିବା ଦେଖିବାକୁ ପାଇଥିଲେ।

ଭାଇରାଲ୍‌ ଅଡିଓ କଲ୍‌ରେ ପ୍ରେମ, ପ୍ରତାରଣା

ସଫ୍ଟଓ୍ବେର୍‌ ଇଞ୍ଜିନିୟର ଶ୍ୱେତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଥିବାବେଳେ ଏବେ ତାଙ୍କର ଏକ ଅଡିଓ କଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେଥିରେ ଶ୍ୱେତା ଓ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ ହିନ୍ଦୀ ଭାଷାରେ କଥା ହେଉଥିବା ଶୁଣାଯାଉଛି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ପ୍ରତାରଣାର ଆଭାସ ମିଳୁଛି। ଉକ୍ତ ଅଡ଼ିଓ କଲ୍‌ରେ ଶ୍ୱେତାଙ୍କୁ ତାଙ୍କ ଜୀବନରୁ ଦୂରେଇ ଯିବାକୁ କହୁଛନ୍ତି ସୌମ୍ୟଜିତ୍‌। ଶାନ୍ତିରେ ରହିବା ସହ ପଢ଼ିବାକୁ ହେବ, ଏଭଳି ଅନେକ କଥା କହି ଆଉ ସମ୍ପର୍କ ନ ରଖିବାକୁ ଚାହିଁଛନ୍ତି ସେ। ସୌମ୍ୟଜିତ୍‌ ପ୍ରତାରଣା କରୁଥିବା ଜାଣିବା ପରେ ଶ୍ୱେତା ତାଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ଧମକ ଦେଉଛନ୍ତି। ହେଲେ ସୌମ୍ୟଜିତ୍‌ ଧମକକୁ ଖାତିର ନ କରି ମୋର କିଛି କରିପାରିବୁନି ବୋଲି କହିବା ପରେ ଶ୍ୱେତା କାନ୍ଦି କାନ୍ଦି କ୍ଷମା ମାଗିବାକୁ ଫୋନ କରୁଥିବା କହୁଛନ୍ତି। ପ୍ରେମ ସମ୍ପର୍କରେ ଫାଠ ସୃଷ୍ଟି ହେବା ପରେ ପରେ ଉଭୟଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ହେଉଥିବା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଲର୍ସଙ୍କ ମର୍ଜିରେ ମଣ୍ଡି

ବରଗଡ଼ ଅଫିସ୍‌,୧ା୬: ଦିନକ ପରେ ବରଗଡ଼ ଜିଲାରେ ରବିଧାନ ସଂଗ୍ରହକୁ ତିନି ସପ୍ତାହ ବିତିବ। ହେଲେ ଏଠାରେ ଧାନବିକ୍ରିକୁ ନେଇ ଦେଖାଯାଇଥିବା ଅବ୍ୟବସ୍ଥାରେ ସୁଧାର ଆସିପାରିନାହିଁ।...

୧୯ ସୁଦ୍ଧା ଆଉ ଏକ ଲଘୁଚାପ: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ...

ଦେବ ଦମ୍ପତିଙ୍କ ଲଗ୍ନ ମହୋତ୍ସବ

ଆରଡ଼ି,୧୭।୫ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ଓ ଶୈଳ ନନ୍ଦିନୀ ମାତା ପାର୍ବତୀଙ୍କ...

୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର...

ଟେଲିକମ୍‌ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି: ମୋବାଇଲ୍‌ ସଂଯୋଗ ନ କାଟିବାକୁ ଅନୁରୋଧ

ଭୁବନେଶ୍ୱର,୯ା୪: କରୋନା ଭୂତାଣୁ ସଂକ୍ରମଣ ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ମୋବାଇଲ୍‌ ବିଲ୍‌ ପଇଠ ଏବଂ ରିଚାର୍ଜ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ...

ଉପାୟ ନାହିଁ

କୃଷି ପ୍ରଧାନ ବୌଦ୍ଧ ଜିଲାରେ ଲୋକଙ୍କ ମୁଖ୍ୟ ଆୟ ପନ୍ଥା ହେଲା ଧାନଚାଷ। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଅମଳ ପାଇଁ ବର୍ଷସାରା...

ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ...

୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ...

Advertisement
Archives

Model This Week