ଶ୍ୱେତାଙ୍କୁ ବ୍ଲାକମେଲ୍‌ କରୁଥିଲେ ପୁରୁଷବନ୍ଧୁ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ପ୍ରମାଣ ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣାର ୨ଦିନ ପରେ ଅର୍ଥାତ୍‌ ରବିବାର ରାତିରେ ପରିବାର ଲୋକ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଛନ୍ତି। ସୌମ୍ୟଜିତ୍‌ ଶାରୀରିକ, ମାନସିକ, ଆର୍ଥିକ ଭାବେ ବ୍ଲାକ୍‌ମେଲ୍‌ କରିବାରୁ ଶ୍ୱେତା ଆତ୍ମହତ୍ୟା କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ପୋଲିସ ଆଇପିସିର ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଲଗାଇ ଅଧିକ ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ, ଭାଇ ଏବଂ ସମ୍ପର୍କୀୟ ସୋମବାର କାନ୍ଦି କାନ୍ଦି ଘଟଣା ବିଷୟରେ ଗଣମାଧ୍ୟମକୁ କହିଛନ୍ତି। ଏଥିସହ ଠିକ ତଦନ୍ତ କରାଯାଇ ପୁରୁଷବନ୍ଧୁଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ଙ୍କ ଘର ସମ୍ବଲପୁର ଜିଲା ଅଇଁଠାପାଲ୍ଲୀ ଅଞ୍ଚଳରେ। ଉଭୟ ୨୦୧୮ରୁ ଇନ୍‌ଫୋସିଟିସ୍ଥିତ ଏକ ଅନ୍ତଃରାଷ୍ଟ୍ରୀୟ ସଫ୍ଟୱେର୍‌ କମ୍ପାନୀରେ ଚାକିରି କରିଥିଲେ। ସେହି ସମୟରେ ସୌମ୍ୟଜିତ୍‌ ପ୍ରଥମେ ଶ୍ୱେତାଙ୍କୁ ଏକତରଫା ପ୍ରେମ ନିବେଦନ କରିଥିଲେ। କିଛିମାସ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଏକାଠି ମଧ୍ୟ ରହିଥିଲେ। ଏହାପରେ ସୌମ୍ୟଜିତ୍‌ ଉକ୍ତ ଚାକିରି ଛାଡ଼ି ଏକ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ କଲେଜରେ ଏମ୍‌ବିଏ ପଢ଼ିଥିଲେ। ତେଣୁ ଏଥିପାଇଁ ସେ ଶ୍ୱେତାଙ୍କଠାରୁ ଟଙ୍କା ଦାବିକରି ନେଉଥିଲେ। ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ସୌମ୍ୟଜିତ୍‌ଙ୍କ ପରିବାର ଲୋକ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ମାଗିଥିଲେ। ଏଥିସହ ସୌମ୍ୟଜିତ୍‌ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ଶ୍ୱେତାଙ୍କୁ ବ୍ଲାକ୍‌ମେଲ କରିଥିଲେ। ଏଭଳି ଶାରୀରିକ, ମାନସିକ, ଆର୍ଥିକ ଭାବେ ୨୦୨୦ରୁ ଶ୍ୱେତାଙ୍କୁ ତାଙ୍କ ପୁରୁଷବନ୍ଧୁ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କ ମୃତ୍ୟୁ ପଛରେ ପୁରୁଷବନ୍ଧୁଙ୍କ ସମ୍ପୃକ୍ତି ଥିବାରୁ ଘଟଣା ଭିନ୍ନ ମୋଡ଼ ନେଇଛି। ଥାନାଧିକାରୀ ପ୍ରକାଶ ମାଝି କହିଛନ୍ତି, ଯୁବତୀଙ୍କ ବାପା ଥାନାରେ ଦେଇଥିବା ଏତଲା ଆଧାରରେ ତଦନ୍ତ ଆଗେଇଛି। ଡାଏରୀରୁ ସେଭଳି କିଛି ବଳିଷ୍ଠ ପ୍ରମାଣ ମିଳିନାହିଁି। ସିଡିଆର୍‌ ରିପୋର୍ଟ (କଲ୍‌ ଡିଟେଲ୍ସ ରିପୋର୍ଟ) ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ପୁରୁଷବନ୍ଧୁଙ୍କୁ ଥାନାକୁ ଡକାଯାଇ ଜେରା କରାଯିବ। ପ୍ରମାଣ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଶ୍ୱେତାଙ୍କ ଘର ଭଦ୍ରକ ଟାଉନ୍‌ସ୍ଥିତ ଗବସାହିରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଚାକିରି କରୁଥିଲେ। ତାଙ୍କ ସହ ରହୁଥିବା ସାଙ୍ଗମାନେ ଶୁକ୍ରବାର ଘରେ ନ ଥିଲେ। ପରିବାର ଲୋକେ ତାଙ୍କୁ ଫୋନ୍‌ କରିବାବେଳେ ଦୀର୍ଘ ସମୟ ଧରି ମୋବାଇଲ ସୁଇଚ୍‌ ଅଫ୍‌ ରହିିବାରୁ ପୋଲିସକୁ ଖବର ଦିଆଯାଇଥିଲା। ଶନିବାର ସକାଳେ ପୋଲିସ ଆପାର୍ଟମେଣ୍ଟସ୍ଥିତ ସି-ବ୍ଲକ୍‌ରେ ଥିବା ତାଙ୍କ ଘରକୁ ଯାଇ କବାଟ ଭାଙ୍ଗି ଶ୍ୱେତାଙ୍କ ମୃତଦେହ ଫ୍ୟାନରେ ଓଢ଼ଣି ଦ୍ୱାରା ଝୁଲୁଥିବା ଦେଖିବାକୁ ପାଇଥିଲେ।

ଭାଇରାଲ୍‌ ଅଡିଓ କଲ୍‌ରେ ପ୍ରେମ, ପ୍ରତାରଣା

ସଫ୍ଟଓ୍ବେର୍‌ ଇଞ୍ଜିନିୟର ଶ୍ୱେତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଥିବାବେଳେ ଏବେ ତାଙ୍କର ଏକ ଅଡିଓ କଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେଥିରେ ଶ୍ୱେତା ଓ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ ହିନ୍ଦୀ ଭାଷାରେ କଥା ହେଉଥିବା ଶୁଣାଯାଉଛି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ପ୍ରତାରଣାର ଆଭାସ ମିଳୁଛି। ଉକ୍ତ ଅଡ଼ିଓ କଲ୍‌ରେ ଶ୍ୱେତାଙ୍କୁ ତାଙ୍କ ଜୀବନରୁ ଦୂରେଇ ଯିବାକୁ କହୁଛନ୍ତି ସୌମ୍ୟଜିତ୍‌। ଶାନ୍ତିରେ ରହିବା ସହ ପଢ଼ିବାକୁ ହେବ, ଏଭଳି ଅନେକ କଥା କହି ଆଉ ସମ୍ପର୍କ ନ ରଖିବାକୁ ଚାହିଁଛନ୍ତି ସେ। ସୌମ୍ୟଜିତ୍‌ ପ୍ରତାରଣା କରୁଥିବା ଜାଣିବା ପରେ ଶ୍ୱେତା ତାଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ଧମକ ଦେଉଛନ୍ତି। ହେଲେ ସୌମ୍ୟଜିତ୍‌ ଧମକକୁ ଖାତିର ନ କରି ମୋର କିଛି କରିପାରିବୁନି ବୋଲି କହିବା ପରେ ଶ୍ୱେତା କାନ୍ଦି କାନ୍ଦି କ୍ଷମା ମାଗିବାକୁ ଫୋନ କରୁଥିବା କହୁଛନ୍ତି। ପ୍ରେମ ସମ୍ପର୍କରେ ଫାଠ ସୃଷ୍ଟି ହେବା ପରେ ପରେ ଉଭୟଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ହେଉଥିବା ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?