ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ପସନ୍ଦ କରନ୍ତିନି ନଣନ୍ଦ ଶ୍ୱେତା

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୧ରେ ହେଉଛି ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ। ଆଜିର ଏହି ଶୁଭଦିନରେ ଜାଣନ୍ତୁ ଅଭିନେତ୍ରୀଙ୍କ ଜୀବନର କିଛି ଖାସ୍‌ କଥା ସମ୍ପର୍କରେ…

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ୨୦୦୭ ଏପ୍ରିଲ ୨୦ରେ ବିଗ୍‌-ବି’ଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍‌ ବଚ୍ଚନ ପରିବାରରେ ବେଶ୍‌ ହସଖୁସିରେ ଜୀବନ କାଟୁଛନ୍ତି। ଶ୍ୱଶୁର ଅମିତାଭ ଆଉ ଶାଶୁ ଜୟା ବି ବୋହୂଙ୍କୁ ବହୁତ ଭଲ ପାଆନ୍ତି। ନଣନ୍ଦ ଶ୍ୱେତାଙ୍କ ସହ ଐଶ୍‌ଙ୍କର ପ୍ରୀତିଭରା ସମ୍ପର୍କ ରହିଛି। ଦୁହିଁଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ନଣନ୍ଦ-ଭାଉଜ କୁହାଯାଏ। ପରସ୍ପରକୁ ସପୋର୍ଟ ବି କରିଥାନ୍ତି।

କିନ୍ତୁ ‘କଫି ଓ୍ବିଥ୍‌ କରଣ’ ଚାଟ୍‌ ଶୋ’ରେ ଶ୍ୱେତାଙ୍କୁ ଯେତେବେଳେ ପଚରା ଯାଇଥିଲା ଐଶ୍ୱର୍ଯ୍ୟାଙ୍କର କେଉଁ ଗୁଣ ଆପଣଙ୍କୁ ଖରାପ ଲାଗେ। ସେ ସଙ୍ଗେ ସଙ୍ଗେ କହିଥିଲେ, ଐଶ୍ୱର୍ଯ୍ୟା କେବେ କାହାକୁ କଲ୍‌ ବ୍ୟାକ୍‌ କରନ୍ତି ନାହିଁ। ମୋତେ ଐଶ୍ୱର୍ଯ୍ୟାଙ୍କର ଏହି ଗୁଣ ଆଦୌ ପସନ୍ଦ ନୁହେଁ। ଯିଏ ବି ହେଉ ସେ କାହାକୁ କଲ୍‌ ବ୍ୟାକ୍‌ କରନ୍ତିନି। ଶ୍ୱେତା କହିଥିଲେ, ଐଶ୍ୱର୍ଯ୍ୟା ବହୁତ ଭଲ। ସେ ତାଙ୍କୁ ବହୁତ ଭଲପାଆନ୍ତି। ତାଙ୍କ ପିଲାମାନଙ୍କୁ ଐଶ୍ୱର୍ଯ୍ୟା ଆରାଧ୍ୟାଙ୍କ ପରି ଭଲ ପାଆନ୍ତି। ଐଶ୍‌ ଏବଂ ତାଙ୍କ ମଧ୍ୟରେ ବେଶ୍‌ ସୁ-ସମ୍ପର୍କ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri