ରଥ ଗଢ଼ି ମନକଥା ଜଣାଇଲେ ଶୁଭ୍ରାଂଶୁ

ଖୋର୍ଦ୍ଧା ଅଫିସ,୧୩।୭: ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରହିଛି। ଶ୍ରୀକ୍ଷେତ୍ରକୁ ଯାଇ ନ ପାରି ଭକ୍ତମାନେ ନିଜ ମନର କଥାକୁ ବିଭିନ୍ନ ଉପାୟରେ ଜଣାଇଛନ୍ତି। କିଏ ରଙ୍ଗତୂଳିରେ ଚକାନୟନକୁ ଆଙ୍କଲାଣି ତ, ଆଉ କିଏ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ କାନଭାସରେ ସଜ୍ଜାଇଛନ୍ତିି। ଆଉ କିଏ ଚାଉଳ ଓ ଧାନରେ ମହାପ୍ରଭୁଙ୍କ ରଥ ଗଢ଼ିଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ପଲଟନ ପଡିଆର ଦୀପ୍ତିରଞ୍ଜନ ଓ ସ୍ନେହଲତାଙ୍କ ପୁଅ ଶୁଭ୍ରାଂଶୁ ରଞ୍ଜନ ସାହୁ ୮ଫୁଟ ଉଚ୍ଚର ନନ୍ଦିଘୋଷ ରଥ ଗଢ଼ିଛନ୍ତି। ରଥରେ ମହାପ୍ରଭୁ ବିଜେ କରିଛନ୍ତି। ଖୋର୍ଦ୍ଧାର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ୯ମ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ବିଭିନ୍ନ ସମୟରେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରିଥାନ୍ତିି। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ହୋଇଥିବାରୁ ସେ ଆଉ ମହାପ୍ରଭୁଙ୍କୁ ଦର୍ଶନ କରପାରିବେ ପାହିଁ। ଫଳରେ ସେ ନନ୍ଦିଘୋଷ ରଥ ପ୍ରସ୍ତୁତ କରି ସେଥିରେ ମହାପ୍ରଭୁଙ୍କୁ ବିଜେ କରାଇ ପୂଜାର୍ଚ୍ଚନା ଲାଗି ସ୍ଥିର କରିଥିଲେ। କାର୍ଟୁନ, ଖବରକାଗଜ, ରଙ୍ଗ, ରଙ୍ଗିନ ପେପର, ଆଇସକ୍ରିମ କାଠିକୁ ବ୍ୟବହାର କରି ସେ ଏହି ରଥ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଏକ ମାସ ସମୟ ଲାଗିଥିଲା। ଶୁଭ୍ରାଂଶୁଙ୍କ ଏଥିପ୍ରତି ଆଗ୍ରହ ଦେଖି ପରିବାର ସଦସ୍ୟମାନେ ତାଙ୍କୁ ଏଥିରେ ସହଯୋଗ କରିଥିଲେ। ସୋସିଆଲ ମିଡିଆରେ ସେ ଏହି ରଥ ନିର୍ମାଣର କଳା ପ୍ରଦର୍ଶନ କରିଛନ୍ତି। ଏହାକୁ ୧୪ହଜାରରୁ ଊର୍ଦ୍ଧ୍ୱ ଲୋକେ ଦେଖିଛନ୍ତି। ଶୁଭ୍ରାଂଶୁଙ୍କ ଏହି ରଥ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଛି। ମହାପ୍ରଭୁଙ୍କ ପ୍ରତି ରହିଥିବା ଭକ୍ତି ଓ ସମର୍ପଣ ଶୁଭ୍ରାଂଶୁଙ୍କୁ ଏହି ସଫଳତା ମିଳିଛି ବୋଲି ତାଙ୍କ ବାପା ଦୀପ୍ତିରଞ୍ଜନ କହିଛନ୍ତି। ଏ ସମ୍ପର୍କରେ ଶୁଭ୍ରାଂଶୁୁ କୁହନ୍ତି, ରଥଯାତ୍ରାରେ ପରିବାର ସହ ଶ୍ରୀକ୍ଷେତ୍ରକୁ ଯାଇଥାଏ। ରଥାଋଢ ଠାକୁର, ଆଢ଼ପ ଦର୍ଶନରେ ଅପୂର୍ବ ଆନନ୍ଦ ମିଳେ। କରୋନା କଟକଣା ଯୋଗୁ ଲୋକେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସମସ୍ତଙ୍କ ଆଶା ମଉଳି ନ ଯାଉ, ରଥରେ ମହାପ୍ରଭୁଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ନେଇ ଏହି ରଥ ପ୍ରସ୍ତୁତ କରଛି। ଆଗକୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ଚିତ୍ର ଅଙ୍କନ କରିବାର ଯୋଜନା ରଖିଛି। ଏଥିଲାଗି ସେ ସବୁ ସମୟରେ ମହାପ୍ରଭୁଙ୍କ ଆଶୀର୍ବାଦକୁ ଅନୁଭବ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?