ରଥ ଗଢ଼ି ମନକଥା ଜଣାଇଲେ ଶୁଭ୍ରାଂଶୁ

ଖୋର୍ଦ୍ଧା ଅଫିସ,୧୩।୭: ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରହିଛି। ଶ୍ରୀକ୍ଷେତ୍ରକୁ ଯାଇ ନ ପାରି ଭକ୍ତମାନେ ନିଜ ମନର କଥାକୁ ବିଭିନ୍ନ ଉପାୟରେ ଜଣାଇଛନ୍ତି। କିଏ ରଙ୍ଗତୂଳିରେ ଚକାନୟନକୁ ଆଙ୍କଲାଣି ତ, ଆଉ କିଏ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ କାନଭାସରେ ସଜ୍ଜାଇଛନ୍ତିି। ଆଉ କିଏ ଚାଉଳ ଓ ଧାନରେ ମହାପ୍ରଭୁଙ୍କ ରଥ ଗଢ଼ିଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ପଲଟନ ପଡିଆର ଦୀପ୍ତିରଞ୍ଜନ ଓ ସ୍ନେହଲତାଙ୍କ ପୁଅ ଶୁଭ୍ରାଂଶୁ ରଞ୍ଜନ ସାହୁ ୮ଫୁଟ ଉଚ୍ଚର ନନ୍ଦିଘୋଷ ରଥ ଗଢ଼ିଛନ୍ତି। ରଥରେ ମହାପ୍ରଭୁ ବିଜେ କରିଛନ୍ତି। ଖୋର୍ଦ୍ଧାର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ୯ମ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ବିଭିନ୍ନ ସମୟରେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରିଥାନ୍ତିି। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା ହୋଇଥିବାରୁ ସେ ଆଉ ମହାପ୍ରଭୁଙ୍କୁ ଦର୍ଶନ କରପାରିବେ ପାହିଁ। ଫଳରେ ସେ ନନ୍ଦିଘୋଷ ରଥ ପ୍ରସ୍ତୁତ କରି ସେଥିରେ ମହାପ୍ରଭୁଙ୍କୁ ବିଜେ କରାଇ ପୂଜାର୍ଚ୍ଚନା ଲାଗି ସ୍ଥିର କରିଥିଲେ। କାର୍ଟୁନ, ଖବରକାଗଜ, ରଙ୍ଗ, ରଙ୍ଗିନ ପେପର, ଆଇସକ୍ରିମ କାଠିକୁ ବ୍ୟବହାର କରି ସେ ଏହି ରଥ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଏକ ମାସ ସମୟ ଲାଗିଥିଲା। ଶୁଭ୍ରାଂଶୁଙ୍କ ଏଥିପ୍ରତି ଆଗ୍ରହ ଦେଖି ପରିବାର ସଦସ୍ୟମାନେ ତାଙ୍କୁ ଏଥିରେ ସହଯୋଗ କରିଥିଲେ। ସୋସିଆଲ ମିଡିଆରେ ସେ ଏହି ରଥ ନିର୍ମାଣର କଳା ପ୍ରଦର୍ଶନ କରିଛନ୍ତି। ଏହାକୁ ୧୪ହଜାରରୁ ଊର୍ଦ୍ଧ୍ୱ ଲୋକେ ଦେଖିଛନ୍ତି। ଶୁଭ୍ରାଂଶୁଙ୍କ ଏହି ରଥ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଛି। ମହାପ୍ରଭୁଙ୍କ ପ୍ରତି ରହିଥିବା ଭକ୍ତି ଓ ସମର୍ପଣ ଶୁଭ୍ରାଂଶୁଙ୍କୁ ଏହି ସଫଳତା ମିଳିଛି ବୋଲି ତାଙ୍କ ବାପା ଦୀପ୍ତିରଞ୍ଜନ କହିଛନ୍ତି। ଏ ସମ୍ପର୍କରେ ଶୁଭ୍ରାଂଶୁୁ କୁହନ୍ତି, ରଥଯାତ୍ରାରେ ପରିବାର ସହ ଶ୍ରୀକ୍ଷେତ୍ରକୁ ଯାଇଥାଏ। ରଥାଋଢ ଠାକୁର, ଆଢ଼ପ ଦର୍ଶନରେ ଅପୂର୍ବ ଆନନ୍ଦ ମିଳେ। କରୋନା କଟକଣା ଯୋଗୁ ଲୋକେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସମସ୍ତଙ୍କ ଆଶା ମଉଳି ନ ଯାଉ, ରଥରେ ମହାପ୍ରଭୁଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ନେଇ ଏହି ରଥ ପ୍ରସ୍ତୁତ କରଛି। ଆଗକୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ଚିତ୍ର ଅଙ୍କନ କରିବାର ଯୋଜନା ରଖିଛି। ଏଥିଲାଗି ସେ ସବୁ ସମୟରେ ମହାପ୍ରଭୁଙ୍କ ଆଶୀର୍ବାଦକୁ ଅନୁଭବ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri