Categories: ଖେଳ

ଶୁବମନ ଗିଲ୍‌ ଆହତ

ଚେନ୍ନାଇ, ୧୭।୨(ପି.ଟି.)- ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଫିଲ୍ଡିଂ ଅବସରରେ ସେ ବାମହାତରେ ଆଘାତ ପାଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତାଙ୍କ ଆଘାତ ସ୍ଥାନକୁ ସ୍କାନ କରାଯାଇଛି। ଏହି ଟେଷ୍ଟର ୨ଟି ଇନିଂସରେ ଯଥାକ୍ରମେ ୦ ଓ ୧୪ ରନ କରିଥିବା ୨୧ ବର୍ଷୀୟ ଗିଲ୍‌ ୪ର୍ଥ ଦିବସରେ ଫିଲ୍ଡିଂ କରି ନ ଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯଥାକ୍ରମେ ୨୯ ଓ ୫୦ ରନ କରିଥିବା ଗିଲ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

Share