Categories: ଖେଳ

ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସିଲେନି ଶୁଭମନ? ବିସିସିଆଇ କହିଲା…

ଚେନ୍ନାଇ,୧୬।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏହା ପଛର କାରଣ ସାମ୍ନାକୁ ଆସିଛି। ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଶୁଭମନ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କୁ ପରୀକ୍ଷା ପାଇଁ ନିଆଯାଇଥିଲା। ଏବେ ମେଡିକାଲ ଟିମ୍‌ ତାଙ୍କର ଯାଞ୍ଚ କରୁଛି। ଏଥିନେଇ ସେ ପଡ଼ିଆକୁ ଆସି ନ ଥିବା କୁହାଯାଇଛି।

ପ୍ରକାଶ ଯେ, ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଉଭୟ ପାଳିରେ ସେ ଯଥାକ୍ରମେ ୨୯ ଓ ୫୦ ରନ୍‌ କରିଥିଲେ। ସେହିଭଳି ଦ୍ୱିତୀୟ ଟେଷ୍ଟରେ ଶୁଭମନ ଭଲ ପ୍ରଦର୍ଶନ ମଧ୍ୟ କରିନାହାନ୍ତି। ଟେଷ୍ଟର ପ୍ରଥମ ପାଳିରେ ସେ ଖାତା ଖୋଲି ପାରି ନ ଥିବା ବେଳେ ଦ୍ୱିତୀୟ ପାଳିରେ ୧୪ ରନ୍‌ କରିଥିଲେ।

Share