ମୂର୍ତ୍ତି ତିଆରି ନିଶାରେ ଶୁଭଶ୍ରୀସୋନମ

ବନ୍ତ, ୨୪।୮(ଡି.ଏନ.ଏ.)-ପାଠ ପଢିବା ସହିତ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବାରେ ନିଜକୁ ହଜାଇ ଦେଇଛନ୍ତି ଶୁଭଶ୍ରୀ ସୋନମ ରାଜ। ତାଙ୍କର ପ୍ରତିଭାକୁ ବିକାଶ କରାଇବା ଲାଗି ଲକ୍‌ଡାଉନ ସୁଯୋଗ ଆଣିଦେଇଛି ବୋଲି ସେ କୁହନ୍ତି। ଶୁଭଶ୍ରୀଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମରେ। ଶ୍ରୀଧର ରାଜଙ୍କ ଝିଅ ଶୁଭଶ୍ରୀ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୪୨୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେ ମାଟିରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଓ ବିଭିନ୍ନ ଫଳ, ପନିପରିବା ଆକୃତି ତିଆରି କରି ଘରେ ରଖିଛନ୍ତି। ଆଖପାଖ ଗ୍ରାମରୁ ଲୋକମାନେ ତାଙ୍କ ଘରକୁ ଆସି ଏସବୁ ମୂର୍ତ୍ତି ଓ ସାମଗ୍ରୀ ଆସି ନେଉଛନ୍ତି। ପିଲାବେଳୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଆଗ୍ରହ ଥିଲା। ପରେ ନିଜେ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲେ। ୬ଷ୍ଠ ଶ୍ରେଣୀରୁ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବା ତାଙ୍କ ନିଶା ପାଲଟି ଯାଇଥିଲା। ସେ ବିଭିନ୍ନ ଦେବାଦେବୀ, ଦୃଶ୍ୟପଟ, ବିଦ୍ୟାଳୟ, ସ୍ବଚ୍ଛ ଭାରତ ସମ୍ପର୍କିତ ବିଭିନ୍ନ ଚିତ୍ର ଅଙ୍କନ କରିଛନ୍ତି। ସେ ଧାନରେ ଆକର୍ଷଣୀୟ ଜଗନ୍ନାଥଙ୍କ ଚିତ୍ରପଟ୍ଟ ପ୍ରସ୍ତୁତ କରିଛନ୍ତି। ଚିତ୍ରାଙ୍କନ ପାଇଁ ସେ ବହୁ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି। ସେ ୨୦୧୬ରେ ଭଦ୍ରକସ୍ଥିତ ନେତାଜୀ ସୁବାଷ ବାହିନୀ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ସେହିପରି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି, ତିଳୋତ୍ତମା ପହି ସ୍ମାରକୀ ଶିଶୁ ମହୋତ୍ସବ, ଓଷ୍ଟା ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଶିଶୁ ଉତ୍ସବ, କେନ୍ଦୁଆପଦାସ୍ଥିତ ମାଳିରାମ ମେମୋରିଆଲ ଆୱାର୍ଡ ପ୍ରତିଯୋଗିତା, ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ପ୍ରତିଯୋଗିତା, ନିଳୋକ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଆଦିରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ପିଲାଟି ବେଳୁ ତାଙ୍କ ଭିତରେ ଥିବା ପ୍ରତିଭା ଏବେ ତାଙ୍କ ପାଇଁ ନିଶାରେ ପରିଣତ ହୋଇଛି। ନିଜର ପ୍ରଗାଢ ଇଚ୍ଛାଶକ୍ତି ଓ ମାତା ପିତା, ଗୁରୁଜନଙ୍କ ଆଶୀର୍ବାଦରେ ସେ ଆକର୍ଷଣୀୟ ଚିତ୍ର ଆଙ୍କିବା ସହ ମୂର୍ତ୍ତି ତିଆରି କରିପାରୁଛନ୍ତି। ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ଯାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri