ବାହାହେବାକୁ ଜିଦ୍‌ ଧରିବା କାଳ ହେଲା: ଶୁଭଶ୍ରୀଙ୍କୁ ହତ୍ୟା କରିଥିଲେ ପ୍ରେମିକ

ଯାଜପୁର ଟାଉନ, ୧୭।୪(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗ୍ରାମ ନିକଟ ପୋଖରୀରୁ ଗତ ୮ ତାରିଖରେ ମିଳିଥିଲା ନରକଙ୍କାଳ। ଓଢ଼ଣୀରୁ ଉକ୍ତ କଙ୍କାଳ ଖଣ୍ଡରା ଗ୍ରାମର ନିଖୋଜ ଯୁବତୀ ଶୁଭଶ୍ରୀ ରାଉତ(ବେଙ୍ଗୁଲୀ)ଙ୍କର ବୋଲି ଜଣାପଡ଼ିଥିଲା। ତଦନ୍ତ ପରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିବାବେଳେ ତାଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ଅଭିଯୁକ୍ତ ପ୍ରେମିକ ମିରଚାନ୍ଦପୁର ଗ୍ରାମର ଅରୁଣ ଜେନାଙ୍କୁ ପୋଲିସ ହାଇଦ୍ରାବାଦରୁ ଗିରଫ କରିଥିଲା। ଅରୁଣଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବା ପୂର୍ବରୁ ଶୁଭଶ୍ରୀଙ୍କୁ ହତ୍ୟା ପଛର କାରଣ ସମ୍ପର୍କରେ ପୋଲିସ ଗଣମାଧ୍ୟମକୁ ଜଣାଇଛି। ବାହାହେବାକୁ ଜିଦ୍‌ ଧରିବା ହିଁ ଶୁଭଶ୍ରୀଙ୍କ ପାଇଁ କାଳ ହୋଇଛି। ପ୍ରେମିକା ଶୁଭଶ୍ରୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅରୁଣ ଶେଷରେ ତାଙ୍କ ଜୀବନ ନେବାକୁ ପଛାଇ ନ ଥିଲେ ବୋଲି ଅତିରିକ୍ତ ଏସ୍‌ପି (କଳିଙ୍ଗନଗର) ଜୟରାମ ଶତପଥୀ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ନାରାୟଣ ଚନ୍ଦ୍ର ବାରିକ କହିଛନ୍ତି।
ଜେରା ବେଳେ ଅରୁଣଙ୍କ ସ୍ବୀକାରୋକ୍ତି ସମ୍ପର୍କରେ ଅତିରିକ୍ତ ଏସ୍‌ପି ଶତପଥୀ କହିଛନ୍ତି ଯେ, ଶୁଭଶ୍ରୀ ୨୦୨୦ ଅକ୍ଟୋବର ୩୦ରେ ଘରୁ ପଳାଇଥିଲେ। ଅରୁଣଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଶୁଭଶ୍ରୀଙ୍କୁ ଅରୁଣ ସ୍ଥାନୀୟ ନିର୍ମାଣାଧୀନ ପଞ୍ଚାୟତ କାର୍ଯ୍ୟାଳୟରେ ୨ ଦିନ ଧରି ଲୁଚାଇ ରଖିଥିଲେ। ସେହି ୨ ଦିନ ଯାକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତୃତୀୟ ଦିନ ଜଣେ ପରିଚିତ ଲୋକଙ୍କ ସହ ଶୁଭଶ୍ରୀଙ୍କୁ ଭୁବନେଶ୍ୱରର ଏକ ସ୍ଥାନକୁ ପଠାଇ ଦେଇଥିଲେ। ଶୁଭଶ୍ରୀ ଭୁବନେଶ୍ୱରରେ ରହୁଥିବା ବେଳେ ଅରୁଣ ତାଙ୍କ ସହିତ ନିୟମିତ ମୋବାଇଲରେ କଥାବାର୍ତ୍ତା ହେଉଥିଲା। ଗତ ଜାନୁୟାରୀ ୧୯ରେ ଶୁଭଶ୍ରୀ ବସ୍‌ରେ ଫେରି ଆସି କୁଆଖିଆରେ ଓହ୍ଲାଇବା ପରେ ଅରୁଣ ତାଙ୍କୁ ବାଇକ୍‌ରେ ନେଇ ଖଣ୍ଡରା ପଞ୍ଚାୟତ ଅଫିସ ଘରେ ୩ ଦିନ ରଖିଥିଲେ। ସେଠାରେ ବି ଶାରୀରିକ ସମ୍ପର୍କ ରଖିଥିଲେ। ଶୁଭଶ୍ରୀ ଭୁବନେଶ୍ୱର ପଳାଇଯାଇ ପୁଣି ଜାନୁୟାରୀ ୨୩ରେ ବସ୍‌ଯୋଗେ କୁଆଖିଆରେ ଓହ୍ଲାଇଥିଲେ। ଏହିଦିନ ଅରୁଣ ୩୬ ଥର ଶୁଭଶ୍ରୀଙ୍କ ସହିତ ମୋବାଇଲରେ କଥା ହୋଇଥିଲେ। ଅରୁଣ କୁଆଖିଆରୁ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ କପିଳେଶ୍ୱର ଗଁା ପୋଖରୀକୁ ଯାଇଥିଲେ। ପୋଖରୀ ହୁଡ଼ାରେ ଦୁହେଁ ବସି କଥାବାର୍ତ୍ତା ହେବାବେଳେ ଶୁଭଶ୍ରୀ ଅରୁଣକୁ ବାହା ହେବା ପାଇଁ ଜିଦ୍‌ ଧରିଥିଲେ। ଏପରି କି ଥଇଥାନ କରିବା ପାଇଁ ଶୁଭଶ୍ରୀ କହିଥିଲେ। ହେଲେ ଅରୁଣ ପୂର୍ବରୁ ବିବାହ କରିଥିବାରୁ ଶୁଭଶ୍ରୀଙ୍କୁ ବାହାହେବାକୁ ରୋକଠୋକ୍‌ ମନା କରିଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ରାତି ପ୍ରାୟ ୧୧ଟା ବେଳେ ଅରୁଣ ଭାବିଥିଲେ ଯେ, ଶୁଭଶ୍ରୀଙ୍କୁ ମାରିଦେଲେ ସବୁ ସମସ୍ୟା ତୁଟିଯିବ। ଏଭଳି ଚିନ୍ତା କରି ଶୁଭଶ୍ରୀଙ୍କ ପଛକୁ ଯାଇ ସେ ପିନ୍ଧିଥିବା ଓଢ଼ଣୀକୁ ତାଙ୍କ ବେକରେ ଗୁଡ଼ାଇ ଭିଡ଼ି ମାରି ଦେଇଥିଲେ। ଏହାପରେ ଅରୁଣ ମୃତଦେହକୁ ଗୋଟିଏ ବସ୍ତାରେ ପଥର ସହ ପୂରାଇ ପୋଖରୀରେ ପକାଇ ଦେଇଥିଲେ। ଶୁଭଶ୍ରୀ ସାଥିରେ ଆଣିଥିବା ବ୍ୟାଗରୁ ପୋଷାକକୁ ବାହାର କରି ପୋଖରୀରେ ଫିଙ୍ଗିଦେଇଥିଲେ। ସେହିପରି ବ୍ୟାଗଟିକୁ ନିକଟସ୍ଥ ଏକ ଘରର ପ୍ରାଚୀର ପାର୍ଶ୍ୱରେ ଲୁଚାଇ ଦେଇଥିଲେ। ଏହାପରେ ଶୁଭଶ୍ରୀଙ୍କ ମୋବାଇଲ ଫୋନକୁ ନେଇ ଅରୁଣ ସେଠାରୁ ହାଇଦ୍ରାବାଦ ପଳାଇଥିଲେ।
ଅନ୍ୟପକ୍ଷରେ ଶୁଭଶ୍ରୀଙ୍କ କଙ୍କାଳ ମିଳିବା ପରେ ହତ୍ୟାର କାରଣ କ’ଣ ଏବଂ ହତ୍ୟାକାରୀଙ୍କୁ ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏସ୍‌ପି ରାହୁଲ ପି.ଆର.ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବା ସହିତ ସାଇବର ସେଲ୍‌ର ସହଯୋଗରେ ଅରୁଣ ଏବଂ ଶୁଭଶ୍ରୀଙ୍କ ମୋବାଇଲ ଫୋନ କଲ୍‌ ରେକର୍ଡକୁ ସଂଗ୍ରହ କରାଯାଇଥିଲା। ତଦନ୍ତରୁ ଅରୁଣ ହାଇଦ୍ରାବାଦରେ ରହୁଥିବା ଜଣାପଡ଼ିବା ପରେ ତାଙ୍କୁ ସେଠାରୁ ୨ ଦିନ ତଳୁ ଗିରଫ କରାଯାଇଥିଲା। ଘଟଣା ସମ୍ପର୍କରେ ଯାଜପୁର ସଦର ଥାନାରେ ଆଇପିସି ଦଫା ୩୦୨ ଓ ୨୦୧ ଅନୁସାରେ ମାମଲା(ନଂ. ୯୧/୨୧) ରୁଜୁ ହୋଇଛି। ଶୁକ୍ରବାର ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅରୁଣଙ୍କୁ ଯାଜପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri