ମୃତ୍ୟୁ ପୂର୍ବରୁ ୭ରୁ ଅଧିକ କଲ୍‌ କରିଥିଲେ ଶୁଭଶ୍ରୀ

ଭୁବନେଶ୍ୱର,୨ା୯(ବ୍ୟୁରୋ):ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ରହୁଥିବା ଶୁଭଶ୍ରୀ ମହାପାତ୍ରଙ୍କ ହତ୍ୟା ମାମଲାରେ ପୋଲିସ ଖୋଳତାଡ଼ ଜାରି ରଖିଛି। ଘଟଣାକୁ ୩ଦିନ ବିତିଥିବାବେଳେ ଶୁଭଶ୍ରୀଙ୍କ ମୋବାଇଲର କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)ରୁ ପୋଲିସକୁ ବଡ଼ ପ୍ରମାଣ ମିଳିଛି। ମୃତ୍ୟୁ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ସା ୬ଟା ୩୦ରୁ ୬ଟା ୪୯ ମଧ୍ୟରେ ନୟାଗଡ଼ର ଜଣେ ଯୁବକଙ୍କୁ ଶୁଭଶ୍ରୀ ୭ରୁ ଅଧିକ ଥର କଲ୍‌ କରିଥିଲେ। ଏପରି କି ଶେଷ କଲ୍‌ରେ ଉଭୟଙ୍କ ମଧ୍ୟରେ ୨୭ ସେକେଣ୍ଡର କଥାବାର୍ତ୍ତା ହୋଇଥିଲା। ମାମଲାରେ ଏପରି ବଳିଷ୍ଠ ପ୍ରମାଣ ମିଳିବା ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗୁରୁବାର ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଅନ୍ୟପକ୍ଷରେ ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତ ନାରାୟଣ ଅଟକ ଯୁବକଙ୍କୁ ଜାଣିଛନ୍ତି ବୋଲି ପୋଲିସକୁ କହିଛନ୍ତି। ତେଣୁ ଶୁଭଶ୍ରୀ ଓ ଅଟକ ଯୁବକଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା ବୋଲି ପୋଲିସ ସ୍ପଷ୍ଟ ହୋଇଛି। ତେବେ ସମ୍ପୃକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କ କେଉଁ ପ୍ରକାରର ସମ୍ପର୍କ ଥିଲା, ଘଟଣା ଦିନ ଫୋନ୍‌ରେ କ’ଣ କଥା ହୋଇଥିଲେ, ଯୁବକ ଜଣକ କେଉଁଠି ଥିଲେ, ଏଭଳି ବିଭିନ୍ନ ଦିଗକୁ ନେଇ ପୋଲିସ ତାଙ୍କୁ ପଚରାଉଚରା କରି
ହତ୍ୟା ମାମଲାରେ ତଥ୍ୟ ହାସଲ କରୁଛି। ଏପରି କି ପୋଲିସ ସମ୍ପୃକ୍ତ ଯୁବକଙ୍କ ଉପସ୍ଥିତି ଜାଣିବାକୁ ଉକ୍ତ କଲ୍‌ର ଲୋକେଶନ୍‌ ମଧ୍ୟ ଟ୍ରାକ୍‌ କରୁଛି। ତେବେ ଅଟକ ଯୁବକ ଶୁଭଶ୍ରୀଙ୍କ ପିଲାଦିନର ସାଙ୍ଗ ବୋଲି ସୂଚନା ମିଳିଛି। ଏଥିସହ ହତ୍ୟା ମାମଲାରେ ସ୍ପଷ୍ଟ ପ୍ରମାଣ ପାଇବାକୁ ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଏହି ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଆସିବାର ସମ୍ଭାବନା ରହିଛି। ଏନେଇ ଥାନାଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି, ମାମଲାରେ ଅଟକ ଯୁବକଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତାଙ୍କୁ ପଚରାଉଚରା କରାଯାଇ ଅଧିକ ତଥ୍ୟ ହାସଲ କରାଯାଉଛି। ମାମଲାରେ ତର୍ଜମା ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଜଣାପଡିଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପାତ୍ରପଡାରେ ଅଞ୍ଚଳରେ ରହୁଥିବା ନୟାଗଡ ଜିଲାର ଶୁଭଶ୍ରୀ ୨୦୧୪ରେ ଜଗତ୍‌ସିଂହପୁର ଜିଲାର ଅନନ୍ତଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ ବର୍ଷର ପୁଅ ରହିଛି। ଅନନ୍ତ ଭିଏସ୍‌ଏସ୍‌ ନଗରରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଫେବୃୟାରୀରେ ଉଭୟ ସ୍ବାମୀ, ସ୍ତ୍ରୀ ଶାସ୍ତ୍ରୀନଗରେ ଭଡାଘର ନେଇ ରହୁଥିଲେ। କୌଣସି କାମ ପାଇଁ ଅନନ୍ତ ସୋମବାର ଜଗତ୍‌ସିଂପୁର ଯାଇ ମଙ୍ଗଳବାର ଫେରିଥିଲେ ମଧ୍ୟ ଭଡାଘର ପରିବର୍ତ୍ତେ ଅଫିସ ଯାଇଥିଲେ। ରାତି ୭ଟା ୩୦ରେ ଶୁଭଶ୍ରୀ ଘରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୁଅର ଟ୍ୟୁଶନ ମାଡାମ ଅନନ୍ତଙ୍କୁ ଫୋନ୍‌ କରିଥିଲେ। ଏଥିସହ ଅନନ୍ତ ତାଙ୍କ ଛୋଟ ପୁଅକୁ ଭିଡିଓ କଲ୍‌ କରି ସ୍ତ୍ରୀଙ୍କ ଅବସ୍ଥା ଦେଖିବା ପରେ ସଙ୍ଗେସଙ୍ଗେ ଘରକୁ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଶ୍ରୀଙ୍କ ବେକରେ ଏକ କଳା ଦାଗ ରହିଥିଲା। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ିଭୂତ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୮୧/୨୨) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?