ଦୀର୍ଘ ପ୍ରତୀକ୍ଷାର ଅବସାନ: ଶେଷରେ ଲଞ୍ଚ୍‌ ହେଲା Axiom-4 ମିଶନ

ଓ୍ବାଶିଂଟନ୍‌,୨୫।୬: ଶେଷରେ ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା। ଉତ୍‌କ୍ଷେପଣ ସମୟରେ ଆକ୍ସିଅମ-୪ ମିଶନ ଘଣ୍ଟା ପ୍ରତି ପ୍ରାୟ ୩୦ ହଜାର କିଲୋମିଟର ବେଗରେ ମହାକାଶକୁ ଉଡ଼ିଥିଲା। କୁହାଯାଉଛି ଯେ, ୨୮ ଘଣ୍ଟାର ଯାତ୍ରା ପରେ, ଆକ୍ସିଅମ-୪ ମିଶନ ଭାରତୀୟ ସମୟ ଅନୁସାରେ ଗୁରୁବାର ସନ୍ଧ୍ୟା ୪..୩୦ ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବ।

ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ 39A ରୁ ଫାଲକନ-୯ ରକେଟ ମାଧ୍ୟମରେ ଉଡ଼ାଣ କରିଛି। ଏହା ସେହି ଐତିହାସିକ ସ୍ଥାନ ଯେଉଁଠାରୁ ୧୯୬୯ ମସିହାରେ ଆପୋଲୋ-୧୧ ମିଶନ ଅନ୍ତର୍ଗତ ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଉଡ଼ିଥିଲେ। ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହିତ ପୋଲାଣ୍ଡର ସ୍ଲାଭୋସ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରୀର ଟିବୋର୍‌ କାପୁ ଏବଂ ଆମେରିକାର ଅଭିଜ୍ଞ କମାଣ୍ଡର ପେଗି ହ୍ବିଟସନ ଏହି ମିଶନରେ ଅଛନ୍ତି।

ଏବେ ସମସ୍ତଙ୍କ ନଜର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ଉପରେ ରହିଛି, ଯିଏ ଚାରି ଦଶନ୍ଧି ପରେ ଭାରତର ଦ୍ୱିତୀୟ ମହାକାଶଚାରୀ ହୋଇଛନ୍ତି। ଏହି ଐତିହାସିକ ଉଡ଼ାଣ ଭାରତର ବୈଜ୍ଞାନିକ କ୍ଷମତାର ପ୍ରତୀକ।
୍‌
ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଭାରତୀୟ ବାୟୁସେନାର ଜଣେ ଅଭିଜ୍ଞ ପାଇଲଟ, ଏବଂ ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ୱିତୀୟ ଭାରତୀୟ ନାଗରିକ ହୋଇଛନ୍ତି। ରାକେଶ ଶର୍ମା ୧୯୮୪ରେ ସୋଭିଏତ୍‌ ମିଶନ ଅଧୀନରେ ଉଡ଼ିଥିଲେ। ମିଶନ ପୂର୍ବରୁ ଶୁକ୍ଳାଙ୍କୁ ଏକ ମାସରୁ ଅଧିକ ସମୟ ପାଇଁ କଠୋର କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହା ଦ୍ୱାରା ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।

ଏହା କେବଳ ଏକ ଯାତ୍ରା ନୁହେଁ ବରଂ ଏକ ୧୫ ଦିନିଆ ବୈଜ୍ଞାନିକ ମିଶନ। ଏହି ସମୟ ମଧ୍ୟରେ ମୋଟ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରାଯିବ, ଯାହା ମଧ୍ୟରୁ ୭ଟି ଭାରତ ଦ୍ୱାରା ପ୍ରସ୍ତାବିତ। ଏହା ଭାରତର ବୈଜ୍ଞାନିକ ଚିନ୍ତାଧାରା ଏବଂ ବିଶ୍ୱ ଗବେଷଣାରେ ଅବଦାନର ପ୍ରମାଣ। ମିଶନ ଅନ୍ତର୍ଜାତୀୟ ସହଯୋଗ ଏବଂ ବୈଷୟିକ ସହଭାଗୀତାର ଏକ ମହାନ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ

ବରୀ, ୧୦।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କୈଳାସ ଚନ୍ଦ୍ର ପତିଙ୍କ ବଦଳିକୁ ବିରୋଧ କରି…

ବକ୍ସ ଅଫିସ୍‌ରେ ‘ରାମାୟଣ’ ଧମାକା: ‘ଧୁରନ୍ଧର ୨’କୁ ପକାଇଲା ପଛରେ

ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍‌ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର…

ଅର୍ଶଦୀପ ସିଂହଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବରକୁ ନେଇ ତାଙ୍କ ପିତା କହିଲେ ଏମିତି…

ନୂଆଦିଲ୍ଲୀ,୧୦।୧୧: ଏହା ନିଶ୍ଚିତ ଯେ ଆଇପିଏଲ (IPL) ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ନୂତନ ଦଳ ସହ ରହିବେ। କିଛି ଦିନ ପୂର୍ବରୁ ଆସିଥିବା…

ମନର ସ୍ୱାସ୍ଥ୍ୟ ନେଇ ସ୍କୁଲରେ ବଡ଼ …

କେସିଙ୍ଗା, ୧୦।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବୋରିଆ ପଞ୍ଚାୟତ ହାଇସ୍କୁଲ ପରିସରରେ ମଙ୍ଗଳବାର ମାନସିକ ସ୍ୱାସ୍ଥ୍ୟ ସନ୍ତୁଳନ ଉପରେ ଏକ ସଚେତନତା…

ଗୋବର୍ଦ୍ଧନ ପୂଜା ଅବସରରେ ଗାଈକୁ ଘାସ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ବି ଶେୟାର କଲେ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ମୋଦି ଗୋବର୍ଦ୍ଧନ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗାଈକୁ ଘାସ…

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…

ବିନା ଗୋଟିଏ ବଲରେ ରଦ୍ଦ ହେଲା ତୃତୀୟ ODI, ଭାରତର ଐତିହାସିକ ବିଜୟ ସ୍ବପ୍ନରେ ଲାଗିଲା ବ୍ରେକ୍‌! ଜାଣନ୍ତୁ କେବେ ହେବ ପରବର୍ତ୍ତୀ ମ୍ୟାଚ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରାୟ ୫ ଘଣ୍ଟା ଧରି ପାଗ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?