ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି ଗାନ୍ଧୀ ଛକ ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଆସନ୍ତା ଆଶ୍ୱିନ ଶୁକ୍ଳ ମହାସପ୍ତମୀ ତିଥି ଅକ୍ଟୋବର ୧୭ ତାରିଖରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ସୋମବାର ବିଳମ୍ବିତ ରାତିରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ବିଳମ୍ବିତ ସନ୍ଧ୍ୟାରେ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପଣ୍ଡିତ ସନାତନ ରଥ ଶର୍ମାଙ୍କ ତତ୍ତ୍ୱାବଧାନରେ ପୂର୍ବ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପ୍ରମୁଖ ସେବାୟତ ସୋମନାଥ ପାତ୍ର ମା’ଙ୍କ ଆଜ୍ଞାମାଳ ବନ୍ଧା ଯାଇଥିବା ବାଉଁଶ ଖୁଣ୍ଟିକୁ ଧରିଥିଲେ। ଆତସବାଜି, ନୃତ୍ୟଗୀତ ଓ ବାଦ୍ୟବଜାଣା ସହକାରେ ଶୁଭଖୁଣ୍ଟିକୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ସାହି ପରିକ୍ରମା କରାଯାଇ ବିଳମ୍ବିତ ରାତିରେ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯାଇଥିଲା। ସେଠାରେ ବିଧିମୁତାବକ ପୂଜାର୍ଚ୍ଚନା କରାଯିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା।

ଆସନ୍ତା ଅକ୍ଟୋବର ୧୭ ତାରିଖ ଆଶ୍ୱିନ ଶୁକ୍ଳ ପକ୍ଷ ମହାସପ୍ତମୀ ତିଥିରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ମନ୍ଦିର ପରିସରରୁ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯିବ। ୧୮ ତାରିଖରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇ ଅକ୍ଟୋବର ୨୫ ତାରିଖ ଆଶ୍ୱିନ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଉଦ୍‌ଯାପିତ ହେବ। ସକାଳୁ ମା’ ବାହୁଡ଼ା ଯାତ୍ରାରେ ସ୍ୱ-ମନ୍ଦିରକୁ ଫେରିବେ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସୁଅବସରରେ ଯାତ୍ରା ପରିଚାଳନା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ, ଉପସଭାପତି ଏ. ସୁଶାନ୍ତ, ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର, ସହ ସମ୍ପାଦକ ଶିବଶଙ୍କର ମହାରଣା, କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ, ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର, ଉପଦେଷ୍ଟା ସତ୍ୟ ନାରାୟଣ ଦାଶ, ବିକାଶ ପଶୁପାଳକ, ଏନ୍‌ଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା, ଶିବଶଙ୍କର ମହାଙ୍କୁଡ, ଅର୍ଦ୍ଦୁ. ଗୋବିନ୍ଦ, କୁରେଶୁ ମହାରଣା, ପ୍ରଦୀପ କୁମାର ପଣ୍ଡା, କାଉନସିଲର ନୀଳମାଧବ ଗୌଡ, ପଞ୍ଚାନନ ସ୍ୱାଇଁ, ରବିନ୍ଦ୍ର କୁମାର ମାର୍ଥା, କେ. କୁନା, ପ୍ରଶାନ୍ତ ପୂଜାରୀ, ତାରିଣୀ ପାତ୍ର, ବୈକୁଣ୍ଠ ସ୍ୱାଇଁ, ଏମ୍. ବୀର, ଦିବାକର ପ୍ରଧାନ, ଏ. ବନମାଳୀ, ଦୁର୍ଗା ପ୍ରସାଦ ମେକାପ, ସେବାୟତ (ଜାନି) ଆଦିତ୍ୟ ପାତ୍ର, ଲିଙ୍ଗରାଜ ପାତ୍ର, ଶମ୍ଭୁନାଥ ପାତ୍ର, ପ୍ରଫୁଲ୍ଲ ପାତ୍ର, ତାରିଣୀ ପାତ୍ରଙ୍କ ସମେତ ବହୁ ସଂଖ୍ୟକ ସହରବାସୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share