ମଧୁର ପାଣି ମାଛଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୮ା୧୨: ଲୁଣି ମାଛ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ଗତ ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ୧୧,୪୬୦ ମେଟ୍ରିକ ଟନ ଲୁଣି ମାଛ ରପ୍ତାନି ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୯୭୧୨୫ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ୫୮୬୦ ହେକ୍ଟର ଅଞ୍ଚଳରେ ପୂର୍ବରୁ ମାଛ ଚାଷ ହେଉଥିବା ବେଳେ ଏହା ଏବେ ୧୭୭୮୦ ହେକ୍ଟରକୁ ବୃଦ୍ଧି ପାଇଛି। ଏହାକୁ ଆହୁରି ପ୍ରସାର ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ମତ୍ସ୍ୟଚାଷୀ, ସମବାୟ ସମିତି, ମହିଳା ସମବାୟ, କର୍ମ ନିଯୁକ୍ତି ଆଶାୟୀ ଶିକ୍ଷିତ ଯୁବତୀଯୁବକଙ୍କୁ ପ୍ରୋତ୍ସାହିତ କରାଯାଉଛି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ମଧୁର ଜଳ ମାଛ ଚାଷ ଅପେକ୍ଷା ଚିଙ୍ଗୁଡି ଚାଷ ପ୍ରତି ଚାଷୀ ଆଗ୍ରହୀ ହୋଇଛନ୍ତି। ବେଆଇନ ଚାଷକୁ ବନ୍ଦ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଗିଦା କରାଯାଉଛି। ଏପରି କି ଡ୍ରୋନ ସାହାଯ୍ୟରେ ଘେରି ନିର୍ଣ୍ଣୟ କରିବାକୁ ଇତିମଧ୍ୟରେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଛି। ତେବେ ଏହି ଜିଲାରେ ପ୍ରାୟ ୧୦ହଜାର ଚାଷୀ ଚିଙ୍ଗୁଡି ଘେରି କରିଥିବା ଆକଳନ କରାଯାଉଛି। ସମୁଦ୍ରର ଲୁଣି ପାଣିକୁ ବ୍ୟବହାର କରି ଚିଙ୍ଗୁଡି ଚାଷକୁ ଚାଷୀ ମାତ୍ରାଧିକ ଗୁରୁତ୍ୱ ଦେଇଛନ୍ତି। ଫଳରେ ଜାତୀୟ ଉଦ୍ୟାନ ଭିତରକନିକାର ଆର୍ଦ୍ରଭୂମି ଏବେ ବିପଦରେ ପଡିଛି। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ଚିଙ୍ଗୁଡି ଘେରି ରହିଛି ବୋଲି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନର ପରିବେଶକୁ ନଷ୍ଟ କରୁଛି। ଏଠାରୁ ନିର୍ଗତ ବର୍ଜ୍ୟ ରାସାୟନିକ ଜଳ ସମୁଦ୍ରରେ ମିଶି ସାମୁଦ୍ରିକ ପ୍ରାଣୀ ନଷ୍ଟ କରିବା ସହ ଆବାସସ୍ଥଳକୁ କ୍ଷତି କରୁଛି। ସବୁଜ ଗଛଲତା ନଷ୍ଟ ହେତୁ ବନ୍ୟ ପଶୁପକ୍ଷୀଙ୍କ ଆବାସସ୍ଥଳ ସୁରକ୍ଷିତ ନୁହେଁ। ଜାତୀୟଉଦ୍ୟାନ ଭିତରକନିକା ବଞ୍ଚାଇବାକୁ ହେଲେ ସରକାରୀ ଭାବେ ସ୍ବୀକୃତିପ୍ରାପ୍ତ ଚିଙ୍ଗୁଡି ଘେରିକୁ ବନ୍ଦ କରିବାକୁ ପଡିବ। ଏହି ଘେରିକୁ ସରକାରୀ ସୁରକ୍ଷା ମିଳୁଥିବାରୁ ବେଆଇନ ଭାବେ ଅନ୍ୟ ଚାଷୀ ଘେରି ପାଇଁ ଉତ୍ସାହିତ ହୋଇ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମାଆ ମାଟିଆ ମଙ୍ଗଳା ଚିଙ୍ଗୁଡି ଚାଷୀ ମହାସଂଘର ସଭାପତି ଅମର କୁମାର ପ୍ରଧାନ କହିଛନ୍ତି, ସରକାରଙ୍କ ପକ୍ଷରୁ ଆତ୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଚିଙ୍ଗୁଡି ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଜିଲାର ପ୍ରାୟ ୧୦ ହଜାର ଯୁବକ ଏଠାରେ କର୍ମନିଯୁକ୍ତି ପାଉଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚାଷ ହେଉଛି। ନଦୀ ପାଖରେ, ସରକାରୀ ଜମିରେ ଓ ଜଙ୍ଗଲ ଜମିରେ ଏହି ଚାଷ କରାଯାଉନାହିଁ। ଏଥିପାଇଁ ସମସ୍ତ ଘେରିକୁ ବେଆଇନ କହି ଉଚ୍ଛେଦ ଦ୍ୱାରା ଜିଲାର ଆର୍ଥିକ ବିକାଶରେ ଅବନତି ହେବ ବୋଲି ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ସମ୍ପ୍ରସାରଣ ବିଭାଗ ଅଧିକାରୀ ମମତା ମହାପାତ୍ର କହିଛନ୍ତି, ଜିଲାର ସମସ୍ତ ଚିଙ୍ଗୁଡି ଘେରି ବେଆଇନ ନୁହେଁ। କେତେଜଣ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଚାଷ ପାଇଁ ବିଭାଗ ପକ୍ଷରୁ ଅନୁମତି ମିଳିଛି। ଏହି ଚାଷ ପାଇଁ ଶତାଧିକ ଆବେଦନପତ୍ର ଆସିଥିଲେ ମଧ୍ୟ ଏହାକୁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରିର ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri