ଚିଲିକା ପକ୍ଷୀଙ୍କ ପାଇଁ ବିପଦ ପାଲଟିଛି ଚିଙ୍ଗୁଡ଼ି ଘେରି

ଖୋର୍ଦ୍ଧା, ୧୬।୧୧ (ପ୍ରଭାତ ପାଣିଗ୍ରାହୀ)ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବହୁସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ୨ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ତେବେ ଚିଲିକାରେ ପ୍ଳାଷ୍ଟିକ, ପଲିଥିନ, ବେଆଇନ ଚିଙ୍ଗୁଡି ଘେରି ଏହାର ଜୈବ ବିବିିଧତାକୁ ନଷ୍ଟ କରୁଛି। ଏଥିସହିତ ଚିଲିକାରେ ଏକର ଏକର ଅଞ୍ଚଳରେ ନଳଘାସ, ରାଜଦଳ ମାଡ଼ିଗଲାଣି। ଦଳ ଓ ଘେରି ଚିଲିକାକୁ ଗ୍ରାସିବା ଯୋଗୁ ପକ୍ଷୀଙ୍କ ପାଇଁ ଏବେ ଅଧିକ ବିପଦ ସୃଷ୍ଟି କରିଛି।
ଘେରି ଉଚ୍ଛେଦ କରାଯାଉଛି, ପୁଣି ସେହି ତୁଳନାରେ ବଢ଼ିଚାଲିଛି। ଓଡ଼ିଶା ହାଇକୋର୍ଟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ। ତେବେ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଏବେ ବି ଚିଲିକା ଭିତରେ ଶହ ଶହ ଏକର ବେଆଇନ ଭାବେ ଚିଙ୍ଗୁଡି ଘେରି ରହିଛି। ଏଠାରେ ସୂଚନା ଯାଗ୍ୟ, ଚଳିତ ବର୍ଷ ଜାନୁୟାରୀ ମାସରେ ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ସାତପଡ଼ା ରେଞ୍ଜ ଅଞ୍ଚଳରେ ଗଣନାକାରୀ ଟିମ ଏକ ଚିଙ୍ଗୁଡ଼ି ଘେରି ଜାଲରେ ପାଣିକୁଆ ସମେତ ଅନ୍ୟ ପକ୍ଷୀ ଫସି ରହିଥିବା ଦେଖିବାକୁ ପାଇଥିଲେ। ସେହିପରି ଅନ୍ୟ ଏକ ଟିମ୍‌ ପକ୍ଷୀ ଗଣନା କରୁଥିବା ବେଳେ ମାଣିକପାଟଣା ନିକଟରେ ଏକ ଚିଙ୍ଗୁଡି ଘେରି ଭିତରେ ପାଣିକୁଆ ଜାଲରେ ଛନ୍ଦି ହୋଇଥିବା ବେଳେ ଟିମ୍‌ ସଦସ୍ୟ ପାଣିକୁଆଟିକୁ ଉଦ୍ଧାର କରିଥିଲେ। ତେବେ ଚିଲିକାରେ ଏହା ନୂଆ କଥା ନୁହଁ। ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ରେସିଡେଣ୍ଟାଲ ପକ୍ଷୀ ରହୁଛନ୍ତି। ଖାଦ୍ୟ ଅନ୍ବେଷଣ ସମୟରେ ଜାଲରେ ଫସି ବହୁବାର ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଚିଲିକା ହ୍ରଦର ସାତପଡ଼ା ଅଞ୍ଚଳ ଇରାୱାଡା ଡଲଫିନ ପାଇଁ ବିଖ୍ୟାତ। ତେବେ ସିଡିଏ ଓ ବନ ବିଭାଗର ଉଦାସୀନତା, ମାତ୍ରାଧିକ ଡଙ୍ଗା ଚଳପ୍ରଚଳ ଏବଂ ଘେରି ଯୋଗୁ ଡଲଫିନ୍‌ର ବାସସ୍ଥାନ ବିଶେଷଭାବେ ପ୍ରଭାବିତ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିନି ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ, ଚିଲିକା ବ୍ଳକ, ପୁରୀ ଜିଲା କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି।
ଚିଲିକା ଧିରେ ଧିରେ ତା’ର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଓଡ଼ିଶା ହାଇକୋର୍ଟ ଆର୍ଦ୍ରଭୂମିର ସୁରକ୍ଷା, ଜବରଦଖଲ ରୋକିବା ପାଇଁ ଡ୍ରୋନ ସର୍ଭେ ଲାଗି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଭାବେ ଚାଲିଥିବା ଘେରି ଉଚ୍ଛେଦ ଲାଗି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିଲିକା ଏବଂ ଭିତରକନିକା ଆର୍ଦ୍ରଭୂମିର ପରିବେଶ ସଂରକ୍ଷଣ ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏଭଳି ଘେରାଉ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଭର୍ଚୁଆଳ ଶୁଣାଣି ବେଳେ ସିଡିଏ କର୍ତ୍ତୃପକ୍ଷ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସିଡିଏ ଟିମ୍‌ ଦ୍ୱାରା କ୍ରମାଗତ ଭାବେ ଏହା ଉପରେ ନଜର ରଖାଯିବ। ତେବେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଘେରି ଉଚ୍ଛେଦ ଏବେ ପ୍ରହସନ ପାଲଟିଛି। ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଚିଲିକା ଘେରିମୁକ୍ତି ଲାଗି ଚାଲିଥିବା ପକ୍ରିୟା ଏବେ ବି ଜାରି ରହିଛି। ତେବେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଚିଲିକା ଘେରି ମୁକ୍ତ ହୋଇପାରୁନାହିଁ। କାହା ଇଙ୍ଗିତ, ଛତ୍ରଛାୟା ତଳେ ଏସବୁ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚିଲିକାରେ ଘେରି ଉଚ୍ଛେଦ କରାଯାଇଛି। ଚିଲିକାରେ ଘେରି କରିଲେ, କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଚିଲିକା ତହସିଲଦାର କେତେଜଣ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଏଥିସହିତ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି। ଏଥିଲାଗି ଜନସାଧାରଣ ମଧ୍ୟ ସହଯୋଗର ହାତ ବଢାଇବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri