ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିବା ଘଟଣା : ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠନ

ପୁରୀ ଅଫିସ, ୪।୪: ଶ୍ରୀମନ୍ଦିର ରୋଷଘର ଚୁଲିକୁ ରବିବାର କିଛି ଦୁର୍ବୃତ୍ତ ଭଙ୍ଗି ଦେଇଥିଲେ। ଏହି ଘଟଣା ଗଣମଧ୍ୟମରେ ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ ତ୍ପରତା ଦେଖା ଦେଇଛି। ଏ ନେଇ ସିଂହଦ୍ୱାର ଥାନାରେ ସୋମବାର ମାମଲା ରୁଜୁ ପରେ ଘଟଣାର ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ ହୋଇଛି । ଅନ୍ୟପକ୍ଷେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି ବୋଲି ପୁରୀ ଏସ୍‌ପି କେ. ବିଶାଲ ସିଂହ କହିଛନ୍ତି । ଶ୍ରୀମନ୍ଦିର ରୋଷଘର ଭିତରେ ଚୁଲି ଭଙ୍ଗା ଘଟଣାରେ ଆଇପିସିର ଦଫା ୪୨୭, ୨୯୫, ୨୯୫ (କ) ,ଶ୍ରୀମନ୍ଦିର ପ୍ରଶାସନର ଆଇନ ୩୦(କ) ୪(ବି)ରେ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏଚ୍‌ କଡ଼ରେ ଲାଗୁଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୧୬ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳ ଦେଇ ୨ ଜାତୀୟ ରାଜପଥ(ଏନ୍‌ଏଚ୍‌) ୧୬ ଓ ୨୦ ନମ୍ବର ଅତିକ୍ରମ କରିଛି। ମାତ୍ର ଏହି ୨ ରାଜପଥ କଡ଼ରେ ବେଆଇନ...

ବ୍ରହ୍ମ ତାଳଧ୍ୱଜ

ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ...

ପାଣି ପାଇଁ ପଞ୍ଚାୟତରେ ହଟ୍ଟଗୋଳ କଲେ ମହିଳା

କୋକସରା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଓ ବରାଡଙ୍ଗା ଗ୍ରାମରେ ଦୀର୍ଘ ୩ ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ...

ବ୍ୟବଚ୍ଛେଦ ପରେ ପୋତାଗଲା ମୃତ ତିମି

ବ୍ରହ୍ମଗିରି, ୧।୨(ଡି. ଏନ୍‌.ଏ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାନପାଟଣା ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ମୃତଦେହକୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବା ପରେ ପୋତି...

CORONAVIRUS UPDATE: ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତ ଚିନ୍ହଟ, ସଂଖ୍ୟା ଛୁଇଁଲା ୧୦୩

ଭୁବନେଶ୍ୱର,୨୬।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ଏହି ସମ୍ପର୍କରେ ରାଜ୍ୟ...

ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ...

ଏଜିଙ୍କ କୁଶପୁତ୍ତଳିକା ଦାହ, ପୋଲିସକୁ ଦାୟୀକଲେ ଓକିଲ

ସମ୍ବଲପୁର,୧୩ା୧୨(ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସୋମବାର ସମ୍ବଲପୁର କୋର୍ଟ ପରିସରରେ ତୁମୂଳ କାଣ୍ଡ ଘଟିଛି। ଶତାଧିକ ଆନ୍ଦୋଳନକାରୀ କୋର୍ଟ ପରିସରକୁ ଧସେଇ...

ଆଦିବାସୀ ହସ୍ତଶିଳ୍ପ କଳାର ବଢୁଛି ଆଦୃତି

ବାଲେଶ୍ୱର ଅଫିସ, ୨।୩ (ମାନସ ବିଶ୍ୱାଳ)-ଜଙ୍ଗଲ ସହିତ ଆଦିବାସୀଙ୍କ ସଂସ୍କୃତି, ଜୀବନଜୀବିକା ଜଡ଼ିତ। ବନଜାତ ସାମଗ୍ରୀକୁ ନେଇ ସେମାନେ ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ଆସୁଛନ୍ତି।...

Advertisement
Archives

Model This Week