୨୪ରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ

ପୁରୀ ଅଫିସ,୨୨।୧୧: ଆସନ୍ତା ୨୪ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ ହେବ। ଏଥିପାଇଁ ସୋମବାରଠାରୁ ବିଧି ଓ ପରମ୍ପରା ଅନୁଯାୟୀ ମହାଯଜ୍ଞ ଆରମ୍ଭ କରାଯିବ। ମହାଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ସାଜିବେ। ତେଣୁ ରବିବାର ଗଜପତି ମହାରାଜାଙ୍କ ଦ୍ୱାରା ଗୁଆଟେକା ନୀତି ସମ୍ପନ୍ନ ହୋଇଛି। ଏଥିସହ ଦ୍ୱିପ୍ରହରରେ ଯଜ୍ଞ ଅଧିବାସ ଓ ରାତ୍ରିରେ ଅଙ୍କୁରାରୋପଣ କରାଯାଇଛି। ୨୨ ଓ ୨୩ ତାରିଖରେ ମହାଯଜ୍ଞ ହେବାକୁ ଥିବାବେଳେ ୨୪ ତାରିଖରେ ପୂର୍ଣାହୁତି ଦିଆଯିବ। ପୂର୍ଣାହୁତି ଦିନ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ କରିବେ।

ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଐଶାନ୍ୟ କୋଣରେ ଯଜ୍ଞମଣ୍ଡପ ପ୍ରସ୍ତୁତ ସରିଛି। ଯଜ୍ଞମଣ୍ଡପ ନିକଟକୁ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ। ଯଜ୍ଞମଣ୍ଡପ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ, ଗୋଇନ୍ଦା ବିଭାଗ ଅଧିକାରୀ ଓ ସାଦା ପୋଷାକଧାରୀ ସୁରକ୍ଷା କର୍ମୀମାନଙ୍କୁ ମୁତୟନ କରାଯାଇଛି। ଗଜପତି ମହାରାଜା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ରବିବାର ଶ୍ରୀନଅରରେ ଗୁଆଟେକା ନୀତିରୁ ଯଜ୍ଞବିଧିର ଶୁଭାରମ୍ଭ ହୋଇଛି। ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ସେ ଆଚାର୍ଯ୍ୟ ଭାବେ ବରଣ କରିଛନ୍ତି। ପରବର୍ତ୍ତୀ ସମୟରେ ଯଜ୍ଞଶାଳରେ ଅଙ୍କୁରାରୋପଣ ହେବା ସହ ସୋମବାରଠାରୁ ପ୍ରାୟ ୩୨ଜଣ ବ୍ରାହ୍ମଣ ଆଚାର୍ଯ୍ୟ ବରଣ କରି ହୋମଯଜ୍ଞରେ ନିଯୋଜିତ ହେବେ। ୨୪ ତାରିଖରେ ପୂର୍ଣ୍ଣାହୁତି ହେବା ସହ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଶ୍ରୀମନ୍ଦିର ପୂର୍ବଦିଗରେ ମେଘନାଦ ପାଚେରି ପାଖରେ ଶିଳା ପ୍ରତିଷ୍ଠା କରାଯାଇ ଶିଳାନ୍ୟାସ କରାଯିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋଇଥିବା ଏହି ବୃହତ ଯୋଜନାକୁ ସେ ସଫଳ କରନ୍ତୁ ବୋଲି ତାଙ୍କ ଚରଣରେ ପ୍ରାର୍ଥନା କରୁଛି ବୋଲି ଗଜପତି କହିଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଯଜ୍ଞ କାର୍ଯ୍ୟକ୍ରମକୁ ଗଜପତି ମହାରାଜାଙ୍କ ତତ୍ତ୍ୱାବଧାନରେ କରାଯିବ। ପରିଚାଳନା ଦାୟିତ୍ୱରେ ସବୁ ପ୍ରକାର ସହଯୋଗ କରାଯିବ। ବ୍ରାହ୍ମଣମାନେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଯଜ୍ଞ ଓ ହୋମ କାର୍ଯ୍ୟ କରିବେ। ସେହିପରି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଯୋଜନାର ପ୍ରଥମ ପର୍ବ ଆରମ୍ଭ ହୋଇସାରିଛି। ରବିବାର ରାତ୍ର ୮ଟାରେ ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହୋଇଛି। ଶାସ୍ତ୍ରୀୟ ପରମ୍ପରା ଅନୁସାରେ ବ୍ରାହ୍ମଣମାନେ ଯଜ୍ଞ ଓ ପୂଜାର୍ଚ୍ଚନା କରିବେ। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶିଳାନ୍ୟାସ ପରେ ପରିକ୍ରମା ଯୋଜନା କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?