୨୪ରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ

ପୁରୀ ଅଫିସ,୨୨।୧୧: ଆସନ୍ତା ୨୪ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ ହେବ। ଏଥିପାଇଁ ସୋମବାରଠାରୁ ବିଧି ଓ ପରମ୍ପରା ଅନୁଯାୟୀ ମହାଯଜ୍ଞ ଆରମ୍ଭ କରାଯିବ। ମହାଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ସାଜିବେ। ତେଣୁ ରବିବାର ଗଜପତି ମହାରାଜାଙ୍କ ଦ୍ୱାରା ଗୁଆଟେକା ନୀତି ସମ୍ପନ୍ନ ହୋଇଛି। ଏଥିସହ ଦ୍ୱିପ୍ରହରରେ ଯଜ୍ଞ ଅଧିବାସ ଓ ରାତ୍ରିରେ ଅଙ୍କୁରାରୋପଣ କରାଯାଇଛି। ୨୨ ଓ ୨୩ ତାରିଖରେ ମହାଯଜ୍ଞ ହେବାକୁ ଥିବାବେଳେ ୨୪ ତାରିଖରେ ପୂର୍ଣାହୁତି ଦିଆଯିବ। ପୂର୍ଣାହୁତି ଦିନ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ କରିବେ।

ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଐଶାନ୍ୟ କୋଣରେ ଯଜ୍ଞମଣ୍ଡପ ପ୍ରସ୍ତୁତ ସରିଛି। ଯଜ୍ଞମଣ୍ଡପ ନିକଟକୁ କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ। ଯଜ୍ଞମଣ୍ଡପ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ, ଗୋଇନ୍ଦା ବିଭାଗ ଅଧିକାରୀ ଓ ସାଦା ପୋଷାକଧାରୀ ସୁରକ୍ଷା କର୍ମୀମାନଙ୍କୁ ମୁତୟନ କରାଯାଇଛି। ଗଜପତି ମହାରାଜା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ରବିବାର ଶ୍ରୀନଅରରେ ଗୁଆଟେକା ନୀତିରୁ ଯଜ୍ଞବିଧିର ଶୁଭାରମ୍ଭ ହୋଇଛି। ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ସେ ଆଚାର୍ଯ୍ୟ ଭାବେ ବରଣ କରିଛନ୍ତି। ପରବର୍ତ୍ତୀ ସମୟରେ ଯଜ୍ଞଶାଳରେ ଅଙ୍କୁରାରୋପଣ ହେବା ସହ ସୋମବାରଠାରୁ ପ୍ରାୟ ୩୨ଜଣ ବ୍ରାହ୍ମଣ ଆଚାର୍ଯ୍ୟ ବରଣ କରି ହୋମଯଜ୍ଞରେ ନିଯୋଜିତ ହେବେ। ୨୪ ତାରିଖରେ ପୂର୍ଣ୍ଣାହୁତି ହେବା ସହ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଶ୍ରୀମନ୍ଦିର ପୂର୍ବଦିଗରେ ମେଘନାଦ ପାଚେରି ପାଖରେ ଶିଳା ପ୍ରତିଷ୍ଠା କରାଯାଇ ଶିଳାନ୍ୟାସ କରାଯିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋଇଥିବା ଏହି ବୃହତ ଯୋଜନାକୁ ସେ ସଫଳ କରନ୍ତୁ ବୋଲି ତାଙ୍କ ଚରଣରେ ପ୍ରାର୍ଥନା କରୁଛି ବୋଲି ଗଜପତି କହିଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଯଜ୍ଞ କାର୍ଯ୍ୟକ୍ରମକୁ ଗଜପତି ମହାରାଜାଙ୍କ ତତ୍ତ୍ୱାବଧାନରେ କରାଯିବ। ପରିଚାଳନା ଦାୟିତ୍ୱରେ ସବୁ ପ୍ରକାର ସହଯୋଗ କରାଯିବ। ବ୍ରାହ୍ମଣମାନେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଯଜ୍ଞ ଓ ହୋମ କାର୍ଯ୍ୟ କରିବେ। ସେହିପରି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଯୋଜନାର ପ୍ରଥମ ପର୍ବ ଆରମ୍ଭ ହୋଇସାରିଛି। ରବିବାର ରାତ୍ର ୮ଟାରେ ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହୋଇଛି। ଶାସ୍ତ୍ରୀୟ ପରମ୍ପରା ଅନୁସାରେ ବ୍ରାହ୍ମଣମାନେ ଯଜ୍ଞ ଓ ପୂଜାର୍ଚ୍ଚନା କରିବେ। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶିଳାନ୍ୟାସ ପରେ ପରିକ୍ରମା ଯୋଜନା କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri