୩ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ ଅଫିସ,୨୯।୧: ଶ୍ରୀକ୍ଷେତ୍ରରେ ଚାଲିଥିବା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ପୁରୀ ଆସି ପ୍ରଥମେ ସ୍ବର୍ଗଦ୍ୱାର ଯାଇ ସେଠାରେ କିପରି ଶବଦାହ କରାଯାଉଛି ଦେଖିଥିଲେ। ଶବ ସହ ଆସିଥିବା ପରିଜନ ବର୍ଗଙ୍କ ନିମନ୍ତେ ବ୍ୟବସ୍ଥା, ସେମାନଙ୍କ ପ୍ରତି ବ୍ୟବହାର, ଟୋକନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି କି ନାହିଁ ଏ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ପରେ ସଚିବ ମହାପାତ୍ର ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ନିକଟକୁ ଯାଇ ସେଠାରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକୁ ୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଭିତରେ ଚାଲିଥିବା ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରକଳ୍ପ। ଏହି ଐତିହ୍ୟ ପ୍ରକଳ୍ପକୁ ଚଳିତ ରଥଯାତ୍ରା ପୂର୍ବରୁ ସାରିବା ପାଇଁ ସରକାରଙ୍କ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନେକ ସମୟରେ ୫-ଟି ସଚିବ, ଜିଲାପାଳ ଏହି ପ୍ରକଳ୍ପ ନିର୍ମାଣ ଅଗ୍ରଗତିର ସମୀକ୍ଷା କରୁଥିବା ବେଳେ ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଆସି ପ୍ରକଳ୍ପ କାର୍ଯ୍ୟ ଦେଖିଛନ୍ତି। ଏଥିସହ ସହରରେ ଚାଲିଥିବା ଅନ୍ୟ ଉନ୍ନୟନ କାର୍ଯ୍ୟର ସେ ସମୀକ୍ଷା କରିଥିଲେ। ତେବେ ସ୍ବର୍ଗଦ୍ୱାରରେ ସମୀକ୍ଷା ବେଳେ ହରିଶ୍ଚନ୍ଦ୍ର ଯୋଜନା, ପରିମଳ ବ୍ୟବସ୍ଥା ଓ ଖୁବ୍‌ କମ ଦରରେ କିଭଳି ଶବଦାହ ହୋଇପାରିବ ସେନେଇ ସଚିବ ସ୍ବର୍ଗଦ୍ୱାର ସେବା ସମିତି ସହ ଆଲୋଚନା କରିଥିଲେ। ଏହାପରେ ସେ ପରିକ୍ରମା ପ୍ରକଳ୍ପ ତଦାରଖ ବେଳେ ଟାଟା ପାୱାର ଅଧିକାରୀ ଓ ଓବିସିସି ଅଧିକାରୀମାନେ ପ୍ରକଳ୍ପ ନିର୍ମାଣର ନକ୍ସା ଦେଖିବା ସହ ସେ ଅନୁଯାୟୀ ଗ୍ରୀନ୍‌, ୟେଲୋ ଓ ବଫର୍‌ ଜୋନ୍‌ରେ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ବୁଝିଥିଲେ। ବର୍ତ୍ତମାନ ଆଉଟର ଆସେସ ରୋଡ୍‌ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହାପରେ ଇନର ଆସେସ୍‌ ରୋଡ, ମେଘନାଦ ପାଚେରି ସହ ଆଉଟର ଆସେସ ରୋଡର ସଂଯୋଗ, ଯାତ୍ରୀଙ୍କ ପ୍ରତୀକ୍ଷା ଓ ଧ୍ୟାନ କେନ୍ଦ୍ର, କରିଡର ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ।
ଗତବର୍ଷ ଡିସେମ୍ବର ୨୦ରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏନ୍‌ଏମଏ ଅଧ୍ୟକ୍ଷ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ୧୩ ମିଟର ଉଚ୍ଚତା ବୃଦ୍ଧି ସହ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ୧୦୦ ମିଟର ବାହାରେ କେଉଁ ଜାଗାରେ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଥିଲା। ଶୌଚାଳୟ, କ୍ଲକରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍ଟର ପାଭିଲିଅନ୍‌ ଓ ଇଲେକ୍ଟ୍ରିକାଲ ରୁମ୍‌ ଆଦି କାର୍ଯ୍ୟ ଶେଷ ହୋଇଛି। ଗସ୍ତ ସାରି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଫ୍ଲୋରିଂ ଓ ସ୍ଲାବ ନିମନ୍ତେ ଖଣ୍ଡେଲାଇଟ ପଥର ବ୍ୟବହାର କରାଯାଉଛି। ଉଭୟ ଇନର ଓ ଆଉଟର ପରିକ୍ରମା ମାର୍ଗ ଦେଖିବା ସହ ଆସନ୍ତା ୩ ମାସ ମଧ୍ୟରେ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସାରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶ୍ରୀସେତୁ ପ୍ରକଳ୍ପର ବହୁସ୍ତରୀୟ ପାର୍କିଂ କାର୍ଯ୍ୟ ସରିବା ପରେ ସେଠାରୁ ବ୍ୟାଟେରି ଚାଳିତ ଗାଡି ମାଧ୍ୟମରେ ଭକ୍ତମାନେ ମନ୍ଦିରକୁ ଯାତାୟାତରେ ସୁବିଧା ହେବ ବୋଲି ସେ କହିଥିଲେ। ସମୀକ୍ଷା ସମୟରେ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ(ପ୍ରଶାସନ) ପ୍ରଦୀପ ସାହୁ, ଉପଜିଲାପାଳ ଭବତାରଣ ସାହୁ, ଓଡ଼ିଶା ସେତୁ ନିର୍ମାଣ ନିଗମ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ, ନିର୍ବାହୀ ଯନ୍ତ୍ରୀ ଦେବୀପ୍ରସାଦ ଘୋଷ, ସହାୟକ ଯନ୍ତ୍ରୀ ଦୁର୍ଲ୍ଲଭ ସାମଲ, ଯନ୍ତ୍ରୀ ଅଭିଷେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri