ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୀ ଐତିହ୍ୟ କରିଡ଼ର ପ୍ରକଳ୍ପ ଜଷ୍ଟିସ୍‌ ବି.ପି.ଦାସ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ। ଏହି ପ୍ରକଳ୍ପ ନେଇ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପାରିତ ହୋଇଥିଲା। ୨୦୨୧ ଫେବୃୟାରୀ ୨୭ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ମଧ୍ୟ ଏହି ପ୍ରକଳ୍ପ ପାରିତ ହୋଇସାରିଛି। ବିଗତ ଦିନରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ଏହି ପ୍ରକଳ୍ପ କାର୍ଯ୍ୟକୁ ସମର୍ଥନ କରିଥିଲେ ଓ ଅନୁମତି ଦେବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ର ରିଟ୍‌ ପିଟିଶନ୍‌ (ସିଭିଲ୍‌) ନଂ. ୬୪୯, ତା-୪ ନଭେମ୍ବର ୨୦୧୯ର ଆଦେଶରେ ସୁପ୍ରିମ୍‌କୋର୍ଟ ଏହାର ୫୬-୫୭ ପୃଷ୍ଠାରେ କହିଛନ୍ତି, ଆମେ ଆମର କୃତଜ୍ଞତାକୁ ରେକର୍ଡ କରିଛୁ ଯେ, ବିକାଶରେ ସମସ୍ତ ହିତାଧିକାରୀ ଖୁସି ଅଛନ୍ତି। ଏହା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେଉଛି ଓ ସେମାନେ ପ୍ରଭୁ ଜଗନ୍ନାଥଙ୍କ ଗୌରବ ଗାଥାର ପୁନରୁଦ୍ଧାରରେ ପରସ୍ପର ସହଯୋଗ କରୁଛନ୍ତି। ଏହି କାର୍ଯ୍ୟରେ ସହଯୋଗ ଓ ଅନୁମତି ଦେବା ପାଇଁ ଆମେ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛୁ। ଏନ୍‌ଏମ୍‌ଏ ଚିଠି ନଂ. ୨-୫/୮୦/୨୦୨୧-ଏନ୍‌ଓସି/ଏନ୍‌ଏମ୍‌ଏର ୨୦୨୧ ସେପ୍ଟେମ୍ବର ୪ରେ ଶ୍ରୀମନ୍ଦିର ଓ ଏହାର ଆଖପାଖରେ ବିକାଶ କାର୍ଯ୍ୟ ପାଇଁ ଏନ୍‌ଓସି ପ୍ରଦାନ କରିଛି। ଏନ୍‌ଓସିରେ ଉଲ୍ଲେଖ ରହିଛି ଯେ, ନିଷିଦ୍ଧାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରାଧିକରଣର କୌଣସି ଆପତ୍ତି ନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମଧ୍ୟ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛି। ଏଏସ୍‌ଆଇ ମହାନିର୍ଦ୍ଦେଶକ ଗତ ସେପ୍ଟେମ୍ବର ୨୧ରେ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ଐତିହ୍ୟ ପରିକ୍ରମା ପ୍ରକଳ୍ପ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଏସ୍‌ଆଇ ଚିଠି ନମ୍ବର ମାଧ୍ୟମରେ ଏକ ନୋଟ୍‌ -ଟି-୧୯୦୩୮/୧୬/୨୦୨୧-ଏମ୍‌. ତାରିଖ- ୫ ମାର୍ଚ୍ଚ ୨୦୨୨ରେ କୁହାଯାଇଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ମନ୍ଦିର ବାହ୍ୟ ପରିବେଶକୁ ସୁବିଧାଜନକ ଓ ସୌନ୍ଦର୍ଯ୍ୟକରଣ କରିବା। ପ୍ରସ୍ତାବିତ ସୁବିଧାଗୁଡ଼ିକ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ରହୁଛି। ଯେହେତୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁବିଧା ଆବଶ୍ୟକ, ଏଣୁ ଏହାକୁ ଅନୁମତି ଦିଆଯାଇପାରେ। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଏଏସ୍‌ଆଇ କାର୍ଯ୍ୟ କରିବ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ମଧ୍ୟ ଶ୍ରୀମନ୍ଦିର ପରିସରରେ ସଂପୃକ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ଏଜେଣ୍ଡା ଆଇଟମ୍‌ ନମ୍ବର-୫ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ସମର୍ଥନ, ଏନ୍‌ଏମ୍‌ଏ ଦ୍ୱାରା ପ୍ରଦତ୍ତ ଏନ୍‌ଓସି ଏବଂ ଏଏସ୍‌ଆଇ ସମର୍ଥନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଅଗ୍ରଗତି କରୁଛି। ଉଲ୍ଲେଖଯୋଗ୍ୟ, ପରିକ୍ରମା ପ୍ରକଳ୍ପ ବେଆଇନ ବୋଲି ଅଭିଯୋଗ ହେବା ପରେ ଏନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ମଧ୍ୟ ପ୍ରଶାସନ ସପକ୍ଷରେ ମତ ରଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri