ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୀ ଐତିହ୍ୟ କରିଡ଼ର ପ୍ରକଳ୍ପ ଜଷ୍ଟିସ୍‌ ବି.ପି.ଦାସ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ। ଏହି ପ୍ରକଳ୍ପ ନେଇ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପାରିତ ହୋଇଥିଲା। ୨୦୨୧ ଫେବୃୟାରୀ ୨୭ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ମଧ୍ୟ ଏହି ପ୍ରକଳ୍ପ ପାରିତ ହୋଇସାରିଛି। ବିଗତ ଦିନରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ଏହି ପ୍ରକଳ୍ପ କାର୍ଯ୍ୟକୁ ସମର୍ଥନ କରିଥିଲେ ଓ ଅନୁମତି ଦେବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ର ରିଟ୍‌ ପିଟିଶନ୍‌ (ସିଭିଲ୍‌) ନଂ. ୬୪୯, ତା-୪ ନଭେମ୍ବର ୨୦୧୯ର ଆଦେଶରେ ସୁପ୍ରିମ୍‌କୋର୍ଟ ଏହାର ୫୬-୫୭ ପୃଷ୍ଠାରେ କହିଛନ୍ତି, ଆମେ ଆମର କୃତଜ୍ଞତାକୁ ରେକର୍ଡ କରିଛୁ ଯେ, ବିକାଶରେ ସମସ୍ତ ହିତାଧିକାରୀ ଖୁସି ଅଛନ୍ତି। ଏହା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେଉଛି ଓ ସେମାନେ ପ୍ରଭୁ ଜଗନ୍ନାଥଙ୍କ ଗୌରବ ଗାଥାର ପୁନରୁଦ୍ଧାରରେ ପରସ୍ପର ସହଯୋଗ କରୁଛନ୍ତି। ଏହି କାର୍ଯ୍ୟରେ ସହଯୋଗ ଓ ଅନୁମତି ଦେବା ପାଇଁ ଆମେ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛୁ। ଏନ୍‌ଏମ୍‌ଏ ଚିଠି ନଂ. ୨-୫/୮୦/୨୦୨୧-ଏନ୍‌ଓସି/ଏନ୍‌ଏମ୍‌ଏର ୨୦୨୧ ସେପ୍ଟେମ୍ବର ୪ରେ ଶ୍ରୀମନ୍ଦିର ଓ ଏହାର ଆଖପାଖରେ ବିକାଶ କାର୍ଯ୍ୟ ପାଇଁ ଏନ୍‌ଓସି ପ୍ରଦାନ କରିଛି। ଏନ୍‌ଓସିରେ ଉଲ୍ଲେଖ ରହିଛି ଯେ, ନିଷିଦ୍ଧାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରାଧିକରଣର କୌଣସି ଆପତ୍ତି ନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମଧ୍ୟ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛି। ଏଏସ୍‌ଆଇ ମହାନିର୍ଦ୍ଦେଶକ ଗତ ସେପ୍ଟେମ୍ବର ୨୧ରେ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ଐତିହ୍ୟ ପରିକ୍ରମା ପ୍ରକଳ୍ପ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଏସ୍‌ଆଇ ଚିଠି ନମ୍ବର ମାଧ୍ୟମରେ ଏକ ନୋଟ୍‌ -ଟି-୧୯୦୩୮/୧୬/୨୦୨୧-ଏମ୍‌. ତାରିଖ- ୫ ମାର୍ଚ୍ଚ ୨୦୨୨ରେ କୁହାଯାଇଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ମନ୍ଦିର ବାହ୍ୟ ପରିବେଶକୁ ସୁବିଧାଜନକ ଓ ସୌନ୍ଦର୍ଯ୍ୟକରଣ କରିବା। ପ୍ରସ୍ତାବିତ ସୁବିଧାଗୁଡ଼ିକ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ରହୁଛି। ଯେହେତୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁବିଧା ଆବଶ୍ୟକ, ଏଣୁ ଏହାକୁ ଅନୁମତି ଦିଆଯାଇପାରେ। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଏଏସ୍‌ଆଇ କାର୍ଯ୍ୟ କରିବ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ମଧ୍ୟ ଶ୍ରୀମନ୍ଦିର ପରିସରରେ ସଂପୃକ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ଏଜେଣ୍ଡା ଆଇଟମ୍‌ ନମ୍ବର-୫ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ସମର୍ଥନ, ଏନ୍‌ଏମ୍‌ଏ ଦ୍ୱାରା ପ୍ରଦତ୍ତ ଏନ୍‌ଓସି ଏବଂ ଏଏସ୍‌ଆଇ ସମର୍ଥନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଅଗ୍ରଗତି କରୁଛି। ଉଲ୍ଲେଖଯୋଗ୍ୟ, ପରିକ୍ରମା ପ୍ରକଳ୍ପ ବେଆଇନ ବୋଲି ଅଭିଯୋଗ ହେବା ପରେ ଏନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ମଧ୍ୟ ପ୍ରଶାସନ ସପକ୍ଷରେ ମତ ରଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri