ଶ୍ରୀକୃଷ୍ଣ କ’ଣ ଏମିତି କହିଥିବେ

ଆମେ କଥା କଥାକେ ସ୍ତ୍ରୀମାନଙ୍କୁ ମାତୃଜାତୀୟା ବୋଲି କହୁ ସିନା, କିନ୍ତୁ ସ୍ତ୍ରୀମାନଙ୍କୁ ଗୋଟିଏ ଜାତି ବା ବର୍ଣ୍ଣ ହିସାବରେ ଦେଖୁନା, କାରଣ ସବୁ ବର୍ଣ୍ଣରେ ପୁରୁଷ ଯେମିତି ଅଛନ୍ତି ସ୍ତ୍ରୀ ସେମିତି ଅଛନ୍ତି, ଉଭୟଙ୍କ ମିଶାମିଶି ବିନା ମଣିଷ ଜନ୍ମ ଅସମ୍ଭବ। ଶ୍ରୀମଦ୍‌ ଭଗବତ୍‌ ଗୀତାର ୯ମ ଅଧ୍ୟାୟ ୩୨ ଶ୍ଳୋକରେ ସ୍ତ୍ରୀମାନଙ୍କୁ ବୈଶ୍ୟ, ଶୁଦ୍ର ଭଳି ନିମ୍ନବର୍ଗର ଜାତି ସହିତ ସମାନ କରାଯାଇଛି। ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଯେଉଁଠି ଯେଉଁଠି ‘ଶ୍ରୀକୃଷ୍ଣ କହିଛନ୍ତି’ ତାହାକୁ ‘ଶ୍ରୀ ଭଗବାନୁବାଚ’ ବୋଲି ଲେଖାଯାଇଛି। ଆମେ ହିନ୍ଦୁମାନେ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରିନେଇଛୁ। ସେ କିପରି କହିଲେ ଯେ, ”ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ୟେଽପି ସ୍ୟୁଃ ପାପଯୋନୟଃ/ସ୍ତ୍ରିୟୋ ବୈଶ୍ୟାସ୍ତଥା ଶୁଦ୍ରାସ୍ତେଽପି ଯାନ୍ତି ପରାଂ ଗତିମ୍‌“? ଏହାର ଅନ୍ବୟ କରି ପ୍ରତି ଶବ୍ଦର ଅର୍ଥ କରି ଶେଷରେ ବାକ୍ୟ ତିଆରି କରିବା ଅପେକ୍ଷା ସିଧାସଳଖ ସାଧାରଣ ଲୋକ ଭାଷାରେ କହିଲେ ଏପରି ହେବ: ହେ ଅର୍ଜୁନ! ସ୍ତ୍ରୀ, ବୈଶ୍ୟ ଓ ଶୁଦ୍ରମାନଙ୍କ ଭଳି ଯେଉଁମାନେ ପାପ ଯୋନିରୁ ଜାତ ସେମାନେ ବି ‘ବିଶେଷ ଭାବରେ ମୋର ଆଶ୍ରୟ ପ୍ରାର୍ଥନା କଲେ’ (ବ୍ୟାପାଶ୍ରିତ୍ୟ) ପରମ ଗତି ପାଇବେ। ‘ସେମାନେ ବି’ କହିଲା ବେଳେ ଆମେ ଆଉ କାହା ସହିତ ତୁଳନା କରୁଛୁ, ବିଶେଷ ଭାବରେ କହିଲା ବେଳେ ସହଜ ଭାବରେ ମିଳୁଥିବା କଥା ହେଜାଇଦେଉଛୁ। ଯେଉଁମାନେ ଧର୍ମ-ଯୋନୟ ଅର୍ଥାତ୍‌ ଉଚ୍ଚ ବର୍ଗର ସେମାନେ ମୋର ଆଶ୍ରୟ ପ୍ରାର୍ଥନା କଲା କ୍ଷଣି ପରମ ଗତି ପାଇଯାଉଛନ୍ତି ବୋଲି ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଳୋକରେ (ଅଧ୍ୟାୟ ୯ ଶ୍ଳୋକ ୩୩) କହିଛନ୍ତି: ”କିଂ ପୁନର୍ବ୍ରାହ୍ମଣାଃ ପୁଣ୍ୟା ଭକ୍ତା ରାଜର୍ଷୟସ୍ତଥା/ ଅନିତ୍ୟମସୁଖଂ ଲୋକମିମଂ ପ୍ରାପ୍ୟ ଭଜସ୍ବ ମାମ୍‌“ା ପୁଣି ପୁଣ୍ୟ(ଯୋନି)ସମ୍ଭୂତ ବ୍ରାହ୍ଣଣ ତଥା ଭକ୍ତ କ୍ଷତ୍ରିୟ(ରାଜର୍ଷୀ)ଙ୍କ କଥା କ’ଣ କହିବା! ଏହି ଅନିତ୍ୟ ଅସୁଖୀ ଦୁନିଆରେ ତିଷ୍ଠି ଥିବାବେଳେ ମୋତେ ହିଁ ଭଜନ କରି ପରମ ଗତି ପାଇଥାନ୍ତି। ଏଠାରେ ଦୁଇଟି କଥା କୁହାଯାଇଛି – (୧) ବ୍ରାହ୍ମଣ ଓ କ୍ଷତ୍ରିୟ ପାପଯୋନିରୁ ଜନ୍ମ ନୁହନ୍ତି, (୨) ସ୍ତ୍ରୀମାନେ ଗୋଟିଏ ସ୍ବତନ୍ତ୍ର ଜାତି: ସେମାନେ ଶୁଦ୍ର ଓ ବୈଶ୍ୟଙ୍କ ଭଳି ନୀଚଜନ୍ମା। କୌଣସି ଅନୁଚ୍ଛେଦର ଯଥାର୍ଥ ବିଶ୍ଳେଷଣ କରିବା ଲାଗି ଆମେ ପୂର୍ବାପର ସମ୍ପର୍କ ଦେଖିଥାଉ, ଶ୍ଳୋକ ୩୨ରେ ଏପରି କହିବା ପୂର୍ବରୁ ଓ ପରେ କୁହାଯାଇଛି ତାକୁ ନିରେଖି ଦେଖିବାକୁ ପଡ଼ିବ। ‘ସ୍ତ୍ରୀ’ ଏବଂ ‘ଶୁଦ୍ର ଓ ବୈଶ୍ୟ’ ତିନୋଟି ପଦ ଏକ ସ୍ତରରେ ବ୍ୟବହାର କଲାବେଳେ ଆମେ ମନେରଖିବା କଥା ଯେ ଶୁଦ୍ର ଓ ବୈଶ୍ୟ ଦୁଇଟି ପଦ ବର୍ଣ୍ଣ ବା ଜାତି ଅର୍ଥରେ ବ୍ୟବହାର ହୁଏ, ତେଣୁ ସ୍ତ୍ରୀ ପଦଟି ସେହି ଅର୍ଥରେ ବ୍ୟବହାର ହୋଇଛି। ଏ ପ୍ରକାର ବ୍ୟାଖ୍ୟାକୁ ସ୍ପଷ୍ଟ କରୁଛିି ପରବର୍ତ୍ତୀ ଶ୍ଳୋକ ୩୩, ଯେଉଁଠି ବ୍ରାହ୍ମଣ ଓ ରାଜର୍ଷୀ ଦୁଇଟି ବର୍ଣ୍ଣକୁ ଉଚ୍ଚତର ବର୍ଣ୍ଣ ରୂପେ ବର୍ଣ୍ଣନା କରାଯାଇଛି। ସ୍ତ୍ରୀମାନେ କ’ଣ ଏକ ସ୍ବତନ୍ତ୍ର ଜାତି, ଅର୍ଥାତ୍‌ ୫ମ ବର୍ଣ୍ଣ? ବ୍ରାହ୍ମଣର ସ୍ତ୍ରୀ ଆଉ କ୍ଷତ୍ରିୟର ସ୍ତ୍ରୀ କ’ଣ ବ୍ରାହ୍ମଣ ଆଉ କ୍ଷତ୍ରିୟ କୁଳରେ ଜନ୍ମ ହୋଇନାହାନ୍ତି? ଶ୍ରାମଦ୍‌ ଭଗବଦ୍‌ ଗୀତାର ପ୍ରଣେତା ବି ଜଣେ ସ୍ତ୍ରୀଲୋକର ଗର୍ଭରୁ ଜାତ, ତେଣୁ ସେ ପାପଯୋନୟର ସନ୍ତାନ! ଦେବକୀ ଏବଂ ଯଶୋଦା ଯଦି ଶୁଦ୍ର ଓ ବୈଶ୍ୟ ଭଳି ନୀଚ ଯୋନିରୁ ଜନ୍ମ ବୋଲି ଭାବିବା, ସେହି ଦୁଇ ସ୍ତ୍ରୀଙ୍କ ଦ୍ୱାରା ଜନ୍ମିତ ଓ ପରିପାଳିତ ଶ୍ରୀକୃଷ୍ଣ ତ ଆହୁରି ନୀଚ ହୋଇଯିବେ! ଏହା ଅସମ୍ଭବ, ତେଣୁ ଅଧ୍ୟାୟ ୯ର ଶ୍ଳୋକ ୩୨ ଓ ୩୩ ଦୁଇଟି ପରବର୍ତ୍ତୀକାଳରେ ଗୀତାରେ ଭର୍ତ୍ତି କରାଯାଇଛି ଏବଂ ତାକୁ ଅଧ୍ୟାୟର ମଝିରେ ଥିବା ଧାରଣା ଦେବା ଲାଗି, ମୂଳ ଗ୍ରନ୍ଥରେ ଥିବାର ଧାରଣା ଦେବା ପାଇଁ ଶ୍ଳୋକ ୩୪କୁ ଯୋଡ଼ାଯାଇଛି, ଏହାର ଅର୍ଥ ଶ୍ଳୋକ ୩୧ ସହ ସମାନ ହୋଇଥିବା ଏହା ପ୍ରମାଣ କରେ। ଶ୍ଳୋକ ୩୧ଟି ୯ମ ଅଧ୍ୟାୟର ଶେଷ ଭଳି ଲାଗୁ ନାହିଁକି? ସେଠି ଶ୍ରୀକୃଷ୍ଣ କହିନାହାନ୍ତି କି ଧର୍ମାତ୍ମାମାନେ ମୋର ଭକ୍ତ ହେଲେ ବିନାଶ ହୁଅନ୍ତି ନାହିଁ? ପୁଣି ଶ୍ଳୋକ ୩୦ରେ କୁହାଯାଇଛି ଦୁରାଚାରୀମାନେ ମୋତେ ଅନନ୍ୟ ଭକ୍ତି ସହିତ ଭଜନ କଲେ ତାକୁ ସାଧୁ ଭଳି ଗ୍ରହଣ କରିନିଆଯାଏ। ‘ବ୍ୟାପାଶ୍ରିତ୍ୟ’ ଆଉ ‘ଅନନ୍ୟ ଭକ୍ତି’ ଏକ ପ୍ରକାରର ଅର୍ଥ ବହନ କରେ। ଶ୍ଳୋକ ୩୦ରେ ‘ଦୁରାଚାରୀ’ମାନଙ୍କ କଥା କହିବା ପରେ ପୁଣି ‘ସ୍ତ୍ରୀ, ବୈଶ୍ୟ ଓ ଶୁଦ୍ର’ମାନଙ୍କ କଥା କହିବା ଦରକାର ଥିଲା କି? ବେଦ ଓ ଗୀତା ଆଦି ପ୍ରଥମେ ଶ୍ରୁତି ଥିଲା, ଗୁରୁଠାରୁ ଶିଷ୍ୟ ବାର୍ତ୍ତା ଶିଖୁଥିଲା, ଶିଷ୍ୟର ସ୍ମୃତି ପାଠ୍ୟର ଶୁଦ୍ଧତା ପ୍ରମାଣ କରୁଥିଲା। କାଳକ୍ରମେ ‘ଶ୍ରୁତି’ରୁ ‘ଲିଖନ’ ହେଲା – ଉତ୍ତର ଭାରତରେ ଭୁର୍ଜପତ୍ର ବା ବଳ୍କଳରେ ଓ ଉପକୂଳ ଭାରତରେ ତାଳପତ୍ରରେ ଲିଖନ ଆରମ୍ଭ ହେଲା। ଭୁର୍ଜ ବା ତାଳପତ୍ର ଅଳ୍ପକାଳସ୍ଥାୟୀ। ଯେଉଁ ମୁନି ବା ଋଷି ପୁରୁଣା ଭୁର୍ଜ ବା ତାଳପତ୍ରରୁ ନୂତନ ଭୁର୍ଜ ବା ତାଳପତ୍ରରେ ପୁନଃଲିଖନ କଲେ ସେମାନେ ଏଭଳି ନାରୀବିରୋଧୀ ମନ୍ତବ୍ୟକୁ ସ୍ଥାନ ଦେଇଛନ୍ତି। ସେମାନେ କେବେ ଭାବିନାହାନ୍ତି ଯେ ସ୍ତ୍ରୀମାନଙ୍କ ସଙ୍ଗ ବିନା ମଣିଷ ଜନ୍ମ ଅସମ୍ଭବ ଏବଂ ସବୁ ପୁରୁଷ ବନବାସୀ ସନ୍ଥ ହେଲେ ମଣିଷ ପ୍ରଜାତି ପୃଥିବୀପୃଷ୍ଠରୁ ଲୋପ ପାଇଯିବ, ଆଉ ଧର୍ମ ବା ଭଗବାନ ଭଳି ଧାରଣା ଆଣିବାର ପ୍ରାଣୀ ବ୍ରହ୍ମାଣ୍ଡରେ ନଥିବେ! ଗୀତା ଭଳି ଧର୍ମଗ୍ରନ୍ଥ ଲେଖିବ କିଏ ନା ପଢ଼ିବ କିିଏ?
ସବୁ ଧର୍ମରେ ନାରୀମାନଙ୍କୁ ନୀଚ ସ୍ତରରେ ଦେଖାଯାଇଛି, ସେମାନେ ହିଁ ପୁରୁଷମାନଙ୍କୁ ବିପଥଗାମୀ କରନ୍ତି, ସତେଯେପରି ପୁରୁଷମାନେ ଆଦୌ ନାରୀମାନଙ୍କୁ ଦରାଣ୍ଡନ୍ତି ନାହିଁ! ସତେଯେପରି ପ୍ରତ୍ୟେକ ପୁରୁଷ ନୈତିକତାର ଗୋଟିଏ ଗୋଟିଏ ଗନ୍ତାଘର! ଯେଉଁ ପୁରୁଷମାନେ, ସେ ସନ୍ଥ ହୁଅନ୍ତୁ କି ଋଷି, ଏପରି କୁହନ୍ତି ସେମାନେ କେବେ ଭାବୁନାହାନ୍ତି ଯେ ବାପାଙ୍କ ସ୍ତ୍ରୀ-ସମ୍ପର୍କ ବିନା ସେମାନେ ଜନ୍ମ ହୋଇଥାନ୍ତେ କି? ଥରେ ପ୍ରବଚକ ହୋଇଗଲ ବୋଲି ମାଆକୁ ପାପଯୋନୟ କହିବ? ତାହା ପୁଣି ଭଗବାନ ରୂପେ ପରିଚିତ ଶ୍ରୀକୃଷ୍ଣ କହିବେ? ଶ୍ରୁତିରୁ ଯେତେବେଳେ ଲିଖିତ (ସମସ୍ତଙ୍କ ପାଇଁ ପାଠ୍ୟ) ହୋଇଗଲା ଯେଉଁ ମହାଶୟ ଭୁର୍ଜପତ୍ରରେ ପ୍ରଥମେ ଶ୍ରୀମଦ୍‌ ଭଗବଦ୍‌ଗୀତାକୁ ଉତାରିଲେ ସେ ତାଙ୍କର ସ୍ତ୍ରୀ-ବିରୋଧୀ ମାନସିକତାର ପ୍ରଦର୍ଶନ କରିଛନ୍ତି ଶ୍ଳୋକ ୩୨ ଓ ୩୩ ଜରିଆରେ ଏବଂ ତାହା ମୂଳ ପାଠରେ ଥିଲା ବୋଲି (ଯୋଡ଼ା ହୋଇଥିବା ଘଟଣାକୁ ଘୋଡ଼ାଇବାକୁ) ଶ୍ଳୋକ ୩୪କୁ ଭର୍ତ୍ତି କରିଦେଇଛନ୍ତି; କେବଳ ଶବ୍ଦ ସଂଯୋଜନା ଭିନ୍ନ କିନ୍ତୁ ଅର୍ଥ ଏକପ୍ରକାରର, ଶ୍ଳୋକ ୩୧ ଥିଲାବେଳେ ଶ୍ଳୋକ ୩୪ ଦ୍ୱିରୂକ୍ତି ଭଳି ଲାଗୁନାହିଁ କି?
୯ମ ଅଧ୍ୟାୟର ନାମ ରଖାଯାଇଛି ‘ରାଜବିଦ୍ୟା ରାଜଗୁହ୍ୟଯୋଗଃ’! ବିଦ୍ୟାମାନଙ୍କର ରାଜା, ସମସ୍ତ ଗୋପନୀୟ ତଥ୍ୟର ରାଜା! ଭଗବାନ କହିଲେ, ମୁଁ ଏ ଅଧ୍ୟାୟରେ ଏମିତିକା ଗୂଢ଼ କଥା କହିବି, ଯାହା ଜାଣି ତୁମେ ଅର୍ଜୁନ ସଂସାର ବନ୍ଧନରୁ ମୁକ୍ତ ହୋଇଯିବ। ଆମେ ଲେଖକ ଓ ପାଠକମାନେ ତଥା ଦୁନିଆର ସବୁ ମଣିଷ ସଂସାର ବନ୍ଧନରୁ ମୁକ୍ତ ହୋଇଯିବା: ବହୁତ ଗୂଢ଼ ତଥ୍ୟ ଭିତରୁ ଗୋଟିଏ ତଥ୍ୟ ହେଉଛି ଯେ ସ୍ତ୍ରୀ, ବୈଶ୍ୟ ଓ ଶୁଦ୍ର ତିନିହେଁ ପାପଯୋନୟ, ନୀଚ ଜାତିର। ସେମାନେ ମୋତେ ପାଇବା ପାଇଁ ଅତି ସନ୍ତର୍ପଣରେ ଭଜନ କରିବାକୁ ପଡ଼ିବ। ଯାହାର ଜନନୀ ପାପଯୋନୟ ଅର୍ଥାତ୍‌ ନୀଚ ଜାତିର ସେ ବି ତ ନୀଚ ଜାତିର ବୋଲି ଗଣାହେବେ। ସମସ୍ତେ ସ୍ତ୍ରୀ ସଙ୍ଗ ବର୍ଜନ କରିବା ତ ସଂସାରରେ ମଣିଷ ବଂଶ ଆଉ ନଥିବେ, ଆମେ ସମସ୍ତେ ତ ଯୋନିସମ୍ଭୂତ, ଦଶରଥଙ୍କ ରାଣୀମାନେ ଫଳ ଖାଇ ଚାରି ପୁତ୍ର ପ୍ରସବ କରିଥିଲେ, ତାହା ଅଣସଙ୍ଗମ ଜନିତ ଧରାଗଲେ ବି ସ୍ତ୍ରୀର ଗର୍ଭ ତ ଦରକାର! ସ୍ତ୍ରୀ ବିନା ନୂଆ ନୂଆ ପିଢ଼ିର ମଣିଷ ଜନ୍ମ ନେବେ ନାହିଁ, ‘ଭଗବାନ’ ଧାରଣା କ’ଣ ମଣିଷେତର ପ୍ରାଣୀମାନଙ୍କ ଭିତରେ ଆସିବ? ‘ମଣିଷର ଭାବିବାର ଶକ୍ତି ଅଛି’ ବୋଲି ‘ଦୁନିଆଟା ଅନିତ୍ୟ ଓ ଅସୁଖୀ’ ବୋଲି ଭାବୁଛି ଏବଂ ତହିଁରୁ ଉଦ୍ଧାର ପାଇବା ଉଦ୍ଦେଶ୍ୟରେ ‘ଭଗବାନ’ ଧାରଣା ଆଣିଛି!

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri