ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଲା ରୁଷିଆ, ୟୁକ୍ରେନ ଦେଲା ଚେତବାନୀ

ମସ୍କୋ/କ୍ୱିଭ,୩୦ ।୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୟୁକ୍ରେନ୍ ଉପରେ ବଡ ଅଭିଯୋଗ ଆଣିଛି । ରୁଷିଆ କହିଛି ୟୁକ୍ରେନ କ୍ରିମିୟାର ସବୁଠାରୁ ବଡ ସହର ଓ ବନ୍ଦର, ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଯାହା ଏକ ଆତଙ୍କବାଦୀ କାର୍ଯ୍ୟ । ରୁଷିଆ ୟୁଏନଏସସି ସହିତ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହା ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛି । ରୁଷିଆ କହିଛି ୟୁରୋପୀୟ ଦେଶ ବ୍ରିଟେନ ସହାୟତାରେ ୟୁକ୍ରେନ ଏହି ଘଟଣା ଘଟାଇଛି, ଯେଉଁଥିପାଇଁ ଆମେ ଖାଦ୍ୟଶସ୍ୟ କରିଡରକୁ ବନ୍ଦ କରିବାକୁ ବାଧ୍ୟ ହେଉଛୁ ।
ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ୍ ସେନା ରୁଷିଆ ଅଧିକୃତ କ୍ରିମିୟାର ସବୁଠାରୁ ବଡ ସହର ସେଭାଷ୍ଟୋପୋଲରେ ବ୍ଲାକ ସାଗରରେ ଥିବା ଜାହାଜରେ ଶନିବାର ୟୁକ୍ରେନ୍ ସେନା ଡ୍ରୋନ୍ ଷ୍ଟ୍ରାଇକ୍ କରିଛନ୍ତି । ୟୁକ୍ରେନ୍ ସେନା ସେଭାଷ୍ଟୋପୋଲ ବେସ୍‌ର ବାହାର ତଥା ଭିତର ରାସ୍ତାରେ ବ୍ଲାକ ସାଗର ଫ୍ଲାଇଟ ଜାହାଜ ଏବଂ ବେସାମରିକ ଜାହାଜ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୯ଟି ମାନବ ବିହୀନ ବିମାନ ଯାନ ଏବଂ ୭ଟି ସ୍ୱୟଂଶାସିତ ସାମୁଦ୍ରିକ ଡ୍ରୋନ୍ ସାମିଲ ହୋଇଛି ।

ଏହି ଅଭିଯୋଗ ଉପରେ ମଧ୍ୟ ବ୍ଲାକ ସାଗର ଶସ୍ୟ ଉଦ୍ୟମକୁ ଧ୍ୱଂସ କରିବାକୁ ରୁଷିଆର ଯୋଜନା ବିଷୟରେ ଆମେ ଚେତାବନୀ ଦେଇଛୁ ବୋଲି କହିଛି ୟୁକ୍ରେନ୍ । ବର୍ତ୍ତମାନ ମସ୍କୋ ଶସ୍ୟ କରିଡରକୁ ଅବରୋଧ କରିବା ପାଇଁ ମିଥ୍ୟା ବାହାନା କରୁଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚତ କରୁଛି । ମୁଁ ରୁଷିଆ ଦେଶକୁ ଅନୁରୋଧ କରୁଛି ଯେ କ୍ଷୁଧା ଖେଳ ବନ୍ଦ କରନ୍ତୁ ଏବଂ ଏହାର ଦାୟିତ୍ୱକୁ ନେଇ ପୁନଃ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri