ଦକ୍ଷିଣ କୋରିଆରେ ମୃତ୍ୟୁର ତାଣ୍ଡବ: ୧୯ ବିଦେଶୀଙ୍କ ସମେତ ୧୫୦ରୁ ଅଧିକ ମୃତ, ୩୫୦ରୁ ଅଧିକ ନିଖୋଜ

ସିଓଲ,୩୦ ।୧୦: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ ଦୁର୍ଘଟଣା ଘଟିଯାଇଛି । ଶନିବାର ୨୯ ଅକ୍ଟୋବର ୨୦୨୨ରେ ହଲୋଇନ ଫେଷ୍ଟିଭାଲ ପାଳନ କରିବାକୁ ପହଞ୍ଚିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇ ଉତ୍ସବର ପରିବେଶ ଆଖି ଲୁହରେ ଭିଜି ଯାଇଛି । ଲୋକେ ଜଣେ ଜଣକୁ ଦଳି ଚକଟି ଦୌଡିବାକୁ ଲାଗିଥିଲେ । ଯେଉଁମାନେ ଦୌଡିପାରିଲେନି ସେମାନେ ପ୍ରାଣ ହରାଇଲେ । ଏବେ ପର୍ଯ୍ୟନ୍ତ ଏହି ଘଟଣାରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏମାନଙ୍କ ମଧ୍ୟରେ ୧୯ ଜଣ ବିଦେଶୀ ନାଗରିକ ଥିବା କୁହାଯାଉଛି । ଏବେ ଶହ ଶହ ଆହତଙ୍କର ଚିକିତ୍ସା ଚାଲିଛି । କେତେଜଣ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ସିଓଲର ଇଟାୱନ ଅଞ୍ଚଳରେ ପ୍ରସିଦ୍ଧ ନାଇଟ ସ୍ପଟରେ ଏହି ଲୋକେ ମାସ୍କ ହଲୋଇନ ପାଳନ କରିବାକୁ ଏକାଠି ହୋଇଥିଲେ । କୋଭିଡ ମହାମାରୀ ପରେ ଏହା ପ୍ରଥମ ହଲୋଇନ୍ ଉତ୍ସବ ଥିଲା । ତେଣୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ଭିଡରେ ଲୋକେ ଏଣେତେଣେ ଦୌଡିବାରୁ ଅଘଟଣ ଘଟିଥିଲା । ରାତି ପ୍ରାୟ ୧୦ଟା ୨୦ ମିନିଟରେ ଏହି ଘଟଣା ଘଟିଥିଲା । ଲୋକେ ଜଣଙ୍କ ଉପରେ ଜଣେ ମାଡି ଚକଟି ଦୌଡିବାକୁ ଲାଗିଥିଲେ । ମହିଳା ଓ ଶିଶୁମାନେ ନିରୁପାୟ ହୋଇଯାଇଥିଲେ । ଏହି ସମୟରେ ଚିତ୍କାର ଏତେ ଜୋରରେ ହୋଇଥିଲା ଯେ ସିଓଲ ସହର ଥରି ଉଠିଥିଲା । ଏହି ଘଟଣାରୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri