Posted inଖେଳ

ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କଲେ ଶ୍ରେୟାସ

କାନପୁର,୨୬ା୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି। ସେ ୧୫୭ ବଲରେ ନିଜର ଶତକ ପୂରଣ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ୫ ଉଇକେଟ୍‌ ହରାଇ ୨୯୭ ରନ୍‌ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ଉଇକେଟ୍‌ ହରାଇ ୨୫୮ ରନ୍‌ କରିଥିଲା। ଶ୍ରେୟାସ ୭୫ ଏବଂ ରବିନ୍ଦ୍ର ଜାଡେଜା ୫୦ ରନ୍‌ରେ ଅପରାଜିତ ଥିଲେ। ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା କ୍ଷଣି ଜାଡେଜା ନିଜ ସ୍କୋରରେ ଆଉ କୌଣସି ରନ୍‌ ନ ଯୋଡି ଆଉଟ୍‌ ହୋଇଥିଲେ।
ଭାରତ ଟସ ଜିତି କାନପୁରର ଗ୍ରୀନପାର୍କରେ ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ଏହା ହେଉଛି ପ୍ରଥମ ଟେଷ୍ଟ ସିରିଜ। ତାଙ୍କ ଆଖି ମଧ୍ୟ ଟି୨୦ ପରି ଟେଷ୍ଟ ସିରିଜ୍‌ ଉପରେ ରହିବ। ଗ୍ରୀନ ପାର୍କ ଷ୍ଟାଡିୟମ ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଭଲ ରହିଛି। ନ୍ୟୁଜିଲାଣ୍ଡ ଏଠାରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ। ଗ୍ରୀନ ପାର୍କରେ ଶେଷ ୬ ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଟିମ ଇଣ୍ଡିଆ ଜିତିଛି। ୧୯୮୩ରେ ୱେଷ୍ଟଇଣ୍ଡିଜ ଦ୍ୱାରା ଭାରତ ଶେଷ ଥର ପାଇଁ ପରାସ୍ତ ହୋଇଥିଲା। ୩୮ ବର୍ଷ ଧରି ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ଅପରାଜୟେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା...

ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍‌ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବାଂଲାଦେଶ ଦଳରେ ସ୍ଥାନ...

ଗାଳି ପରେ ଏବେ କେ ଏଲ୍‌ ରାହୁଲଙ୍କୁ ଡିନର୍‌ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ

ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍‌ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ...

ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ

ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ,...

ବଲ୍‌ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି।...

ଆଇପିଏଲ୍‌ରୁ ଗୁଜରାଟ ବିଦା: ଆରସିବିକୁ ଫାଇଦା

ନୂଆଦିଲ୍ଲୀ,୧୪।୫: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୪ର ୬୩ତମ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହି ମ୍ୟାଚ୍‌କୁ ବର୍ଷା ଧୋଇଦେଇଥିଲା।...

ପ୍ରତୀକ୍ଷାର ଅନ୍ତ: ଜାଣନ୍ତୁ କେବେ, କେଉଁଠୁ କିଣିବେ ଆଇପିଏଲ୍‌ ପ୍ଲେ ଅଫ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୪।୫:ଆଇପିଏଲ୍‌ ୨୦୨୪ ଧୀରେ ଧୀରେ ପ୍ଲେ ଅଫ ଆଡକୁ ଗତି କରୁଛି। ଟୁର୍ନାମେଣ୍ଟରେ ୭୦ଟି ଲିଗ ମ୍ୟାଚ ଖେଳାଯିବ, ସେଥିମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ଲେ ଅଫ...

ହୃଦୟକୁ ଛୁଇଁଲା ଲିଭିଙ୍ଗଷ୍ଟୋନଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୪।୫: ଆସନ୍ତା ମାସର ଟି -୨୦ ବିଶ୍ୱକପ ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁ ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ଇଂଲଣ୍ଡ ଫେରିଛନ୍ତି। ଲିଭିଙ୍ଗଷ୍ଟୋନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri