Posted inଖେଳ

ଫିଟ୍‌ ହୋଇପାରିବେନି ଶ୍ରେୟସ୍‌! ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୫।୫: ଭାରତୀୟ କ୍ରିକେଟ ଟିମ୍‌ର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଫିଟ୍‌ ହେବାରେ ବିଳମ୍ବ ହେବ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏଥିଲାଗି ସେ ସିରିଜ ଏବଂ ପରେ ଆଇପିଏଲ୍‌ ୨୦୨୧ ଖେଳିବାରୁ ବଞ୍ଚିତ ହୋଇଥିଲେ। ତେବେ ସେ ଜୁଲାଇ ସୁଦ୍ଧା ସୁସ୍ଥ ହୋଇ ଜାତୀୟ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଥିଲା। ହେଲେ କୋଭିଡ-୧୯ ପ୍ରତିବନ୍ଧକ ଯୋଗୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହୋଇପାରେ। ଏବେ ସେ ସେପ୍ଟେମ୍ବର ସୁଦ୍ଧା ଫିଟ୍‌ ହୋଇ ଫେରିବେ ବୋଲି ଅନୁମାନ କରାଯାଉଛି।

ଭାରତ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ର ସିରିଜ୍‌ ଖେଳିବ। ଏହି ସମୟରେ ଶ୍ରେୟସଙ୍କ ଅନୁପସ୍ଥିତି ଦଳ ପାଇଁ ଝଟ୍‌କାଠାରୁ କମ୍‌ ନୁହେଁ। ୨୬ ବର୍ଷୀୟ ଏହି ଖେଳାଳିଙ୍କ ଅନୁପସ୍ଥିତିରେ କିଛି ଖେଳାଳି ସୁଯୋଗ ପାଇପାରନ୍ତି। ଆସନ୍ତୁ ଜାଣିବା ୩ ପ୍ରମୁଖ ଦାବିଦାର କିଏ?

-ଈଶାନ କିଶନ: ଆଇପିଏଲ୍‌ ୨୦୨୧ରେ ଫ୍ଲପ୍‌ ହୋଇଥିଲେ ହେଁ ଏହି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ୪ନଂ ସ୍ଥାନରେ ଭଲ ବ୍ୟାଟିଂ କରିଥାଆନ୍ତି। ସେ ଶେୟସଙ୍କ ସ୍ଥାନରେ ଯୋଗ ଦେଇପାରନ୍ତି।

-ସଞ୍ଜୁ ସାମସନ୍‌: ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଦିନିକିଆ ଖେଳିନାହାନ୍ତି ଏହି ଖେଳାଳି। ସେ ମାତ୍ର ୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସ୍ଥାନ ପାଇଛନ୍ତି। ଏହାସତ୍ତ୍ୱେ ସଞ୍ଜୁ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ଏଣୁ ସେ ଶ୍ରୀଲଙ୍କା ଗସ୍ତ ବେଳେ ଦଳରେ ସାମିଲ ହୋଇପାରନ୍ତି।

-ସୂର୍ଯ୍ୟ କୁମାର ଯାଦବ: ଇଂଲଣ୍ଡ ବିପକ୍ଷ ଦୁଇ ଟି୨୦ ଅନ୍ତର୍ଜାତୀୟ ପାଳିରେ ସେ ୮୯ରନ୍‌ କରିଥିଲେ। ଏଣୁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସାମିଲ ହୋଇପାରନ୍ତି। ଶ୍ରୀଲଙ୍କା ମଇଦାନ ସ୍ପିନ ପାଇଁ ଭଲ। ଅପରପକ୍ଷେ ସୂର୍ଯ୍ୟକୁମାର ସ୍ପିନରଙ୍କୁ ବହୁତ ଭଲ ଖେଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri