ୟୁନିଭର୍ସାଲ ୱାଲର୍‌ଡ ରେକଡର୍‌ସରେ ଶ୍ରେୟାଂଶୀ

ବିଶୋଇ,୨ା୪(ଡି.ଏନ.ଏ.): ମାତ୍ର ୨ ବର୍ଷ ୭ ମାସ ବୟସରେ ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସଓ ୩ ବର୍ଷ ବୟସରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ପରେ ଚଳିତ ୨୦୨୨ ବର୍ଷରେ ପୁଣି ଥରେ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜର କୁନି ଝିଅ ଶ୍ରେୟାଂଶୀ ମହାନ୍ତ। ରରୁଆଁ ବ୍ଲକ ଘାଗରାବେଡ଼ା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସି ମାତ୍ର ୩ ବର୍ଷ ୩ ମାସ ବୟସରେ ଜାତୀୟ ଓ ପାରମ୍ପରିକ ପ୍ରତୀକ,ଆକୃତି,ମାନବର ବିଭିନ୍ନ ଅଙ୍ଗ, ବନ୍ୟଜନ୍ତୁ, ପକ୍ଷୀ, ବିଭିନ୍ନ ଦେଶର ଜାତୀୟ ପତାକା, ଗାଣିତିକ ପ୍ରତୀକ, ଉଦ୍ଭିଦର ବିଭିନ୍ନ ଅଂଶ, ଦେଶର ଜାତୀୟ ପତାକା ଅତି ସହଜରେ ଚିହ୍ନଟ କରିବା ସହିତ ୧୨ ମାସର ନାମ, ଦେଶର ରାଜଧାନୀ, ସପ୍ତାହର ୭ ଦିନ, ସପ୍ତର୍ଷି ମଣ୍ଡଳ,ଗ୍ରହ,ଫଳ,ପନିପରିବା,ଭାରତୀୟ ମୁଦ୍ରା,ମଣିଷର ଆଭ୍ୟନ୍ତରୀଣ ଅଙ୍ଗ ଆଦି ଅନର୍ଗଳ ଭାବରେ ଉଚ୍ଚାରଣ କରି ପ୍ରତିଭା ଦେଖାଇ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏନେଇ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସର ଏଡିଟରିଆଲ ବୋର୍ଡ ଦ୍ୱାରା ମନୋନୀତ ହୋଇ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସର ‘ଷ୍ଟାର କିଡ୍‌ ଆୱାର୍ଡ’ ଶୀର୍ଷକରେ ଶ୍ରେୟାଂଶୀଙ୍କ ନାମ ଘୋଷଣା କରଯାଇଛି। ସୁବ୍ରତ ମହାନ୍ତ ଓ ତୃପ୍ତିଲତାଙ୍କ ଏକମାତ୍ର ଝିଅ ଶ୍ରେୟାଂଶୀ ଗତ ଫେବୃୟାରୀରେ ନିଜର ଦକ୍ଷତା ସମ୍ପନ୍ନ ଭିଡିଓ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସ ଟିମ୍‌ ନିକଟକୁ ପଠାଇଥିଲେ। ପରେ ୨୩ ମାର୍ଚ୍ଚରେ ଶ୍ରେୟାଂସିଙ୍କ ନାମ ଘୋଷଣା କରାଯିବା ସହିତ ତାଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶ୍ରେୟାଂଶୀଙ୍କ ବାପା ସୁବ୍ରତ ମହାନ୍ତ ଅର୍ଦ୍ଧ ସାମରିକ ବାହିନୀର ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)ନୂଆଦିଲ୍ଲୀଠାରେ ପାରା ମେଡିିକାଲ ବିଭାଗରେ କାର୍ଯ୍ୟରତ। ଶ୍ରେୟାଂଶୀ ନିଜ ଅଭିଭାବକଙ୍କ ସହିତ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ଅଳ୍ପ ବୟସରୁ ପାଠ ପଢ଼ିବାରେ ରୁଚି ରଖିବା ସହିତ ନିଜର ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ସେ ଏହି ସଫଳତା ପାଇ ପାରିଛନ୍ତି। ତେବେ ବର୍ତ୍ତମାନ ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri