ପୁଣି ଚମକିଲେ ମୟୂରଭଞ୍ଜର ଶ୍ରେୟାଂସୀ

ବିଶୋଇ, ୩।୧୦(ଡି.ଏନ.ଏ.): ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସ ପରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସରେ ସ୍ଥାନ ପାଇ ଗୌରବ ଆଣିଛନ୍ତି ମୟୂରଭଞ୍ଜର କୁନି ଝିଅ ଶ୍ରେୟାଂସୀ ମହାନ୍ତ। ରରୁଆଁ ବ୍ଲକର ଘାଗରାବେଡା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସୀଙ୍କୁ ମାତ୍ର ୩ବର୍ଷ। ଜାତୀୟ ଓ ପାରମ୍ପରିକ ପ୍ରତୀକ, ଆକୃତି, ମାନବର ବିଭିନ୍ନ ଅଙ୍ଗ, ବନ୍ୟଜନ୍ତୁ, ପକ୍ଷୀ, ବିଭିନ୍ନ ଦେଶର ଜାତୀୟ ପତାକା, ଗାଣିତିକ ପ୍ରତୀକ, ଉଦ୍ଭିଦର ବିଭିନ୍ନ ଅଂଶ ଅତିସହଜରେ ଚିହ୍ନଟ କରିବା ସହିତ ୧୨ଟି ମାସର ନାମ, ସପ୍ତାହର ୭ଦିନ, ସପ୍ତର୍ଷିମଣ୍ଡଳ, ଗ୍ରହ, ଫଳ, ପନିପରିବା, ଭାରତୀୟ ମୁଦ୍ରା ଆଦି ଅନର୍ଗଳ ଭାବରେ ଉଚ୍ଚାରଣ କରି ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସର୍ର୍ରେ ସ୍ଥାନ ପାଇଛନ୍ତି। ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡ୍ସର୍ର୍ର ଏଡିଟୋରିଆଲ ବୋର୍ଡ ଦ୍ୱାରା ମନୋନୀତ ହୋଇ ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡର୍‌ସ ‘ସୁପର ଟ୍ୟାଲେଣ୍ଟେଡ କିଡ୍‌- ୨୦୨୧ ୱାନ ଇନ ଏ ମିଲିୟନ’ ଶୀର୍ଷକରେ ଶ୍ରେୟାଂସୀଙ୍କ ନାମ ଘୋଷଣା କରାଯାଇଛି। ସୁବ୍ରତ ମହାନ୍ତ ଓ ତୃପ୍ତିଲତାଙ୍କ ଏକମାତ୍ର ଝିଅ ଶ୍ରେୟାଂସୀ ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡ୍ସର୍ର୍ର ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଗତ ୨୩ ଅଗଷ୍ଟରେ ଚୂଡାନ୍ତ ଭିଡିଓ ଟିମ୍‌କୁ ପଠାଇଥିଲେ। ଶ୍ରେୟାଂସୀ ଏଥିରେ ଯୋଗ୍ୟ ବିବେଚିତ ହୋଇ ସେପ୍ଟେମ୍ବର ୪ରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସର୍ର୍ରେ ତାଙ୍କ ନାମ ଘୋଷଣା କରାଯାଇଛି। ଶ୍ରେୟାଂସୀଙ୍କ ବାପା ସୁବ୍ରତ ମହାନ୍ତ ନୂଆଦିଲ୍ଲୀରେ ଆଇଟିବିପିର ପାରା ମେଡିକାଲ ବିଭାଗରେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?