ପୁଣି ଚମକିଲେ ମୟୂରଭଞ୍ଜର ଶ୍ରେୟାଂସୀ

ବିଶୋଇ, ୩।୧୦(ଡି.ଏନ.ଏ.): ଇଣ୍ଡିଆ ବୁକ ଅଫ୍‌ ରେକଡର୍‌ସ ପରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସରେ ସ୍ଥାନ ପାଇ ଗୌରବ ଆଣିଛନ୍ତି ମୟୂରଭଞ୍ଜର କୁନି ଝିଅ ଶ୍ରେୟାଂସୀ ମହାନ୍ତ। ରରୁଆଁ ବ୍ଲକର ଘାଗରାବେଡା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସୀଙ୍କୁ ମାତ୍ର ୩ବର୍ଷ। ଜାତୀୟ ଓ ପାରମ୍ପରିକ ପ୍ରତୀକ, ଆକୃତି, ମାନବର ବିଭିନ୍ନ ଅଙ୍ଗ, ବନ୍ୟଜନ୍ତୁ, ପକ୍ଷୀ, ବିଭିନ୍ନ ଦେଶର ଜାତୀୟ ପତାକା, ଗାଣିତିକ ପ୍ରତୀକ, ଉଦ୍ଭିଦର ବିଭିନ୍ନ ଅଂଶ ଅତିସହଜରେ ଚିହ୍ନଟ କରିବା ସହିତ ୧୨ଟି ମାସର ନାମ, ସପ୍ତାହର ୭ଦିନ, ସପ୍ତର୍ଷିମଣ୍ଡଳ, ଗ୍ରହ, ଫଳ, ପନିପରିବା, ଭାରତୀୟ ମୁଦ୍ରା ଆଦି ଅନର୍ଗଳ ଭାବରେ ଉଚ୍ଚାରଣ କରି ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସର୍ର୍ରେ ସ୍ଥାନ ପାଇଛନ୍ତି। ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡ୍ସର୍ର୍ର ଏଡିଟୋରିଆଲ ବୋର୍ଡ ଦ୍ୱାରା ମନୋନୀତ ହୋଇ ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡର୍‌ସ ‘ସୁପର ଟ୍ୟାଲେଣ୍ଟେଡ କିଡ୍‌- ୨୦୨୧ ୱାନ ଇନ ଏ ମିଲିୟନ’ ଶୀର୍ଷକରେ ଶ୍ରେୟାଂସୀଙ୍କ ନାମ ଘୋଷଣା କରାଯାଇଛି। ସୁବ୍ରତ ମହାନ୍ତ ଓ ତୃପ୍ତିଲତାଙ୍କ ଏକମାତ୍ର ଝିଅ ଶ୍ରେୟାଂସୀ ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡ୍ସର୍ର୍ର ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଗତ ୨୩ ଅଗଷ୍ଟରେ ଚୂଡାନ୍ତ ଭିଡିଓ ଟିମ୍‌କୁ ପଠାଇଥିଲେ। ଶ୍ରେୟାଂସୀ ଏଥିରେ ଯୋଗ୍ୟ ବିବେଚିତ ହୋଇ ସେପ୍ଟେମ୍ବର ୪ରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ ରେକଡ୍ସର୍ର୍ରେ ତାଙ୍କ ନାମ ଘୋଷଣା କରାଯାଇଛି। ଶ୍ରେୟାଂସୀଙ୍କ ବାପା ସୁବ୍ରତ ମହାନ୍ତ ନୂଆଦିଲ୍ଲୀରେ ଆଇଟିବିପିର ପାରା ମେଡିକାଲ ବିଭାଗରେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri