ବିବାହ କରିବେ ଶ୍ରଦ୍ଧା କପୁର!

ମୁମ୍ବାଇ: ବଲିଉଡ୍‌ରେ ଏବେ ଗୋଟିଏ ପରେ ଗୋଟିଏ ବିବାହ ହେଉଥିବା ଦେଖାଯାଉଛି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ନାୟିକା ଶ୍ରଦ୍ଧା କପୁର । ସେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଆଲୋଚନା ହେଉଛି । ନିଜ ପର୍ସନାଲ ଲାଇଫକୁ ସବୁବେଳେ ସିକ୍ରେଟ ରଖୁଥିବା ଶ୍ରଦ୍ଧା କିନ୍ତୁ କୌଣସି ନା କୌଣସି କାରଣ ପାଇଁ ଅଧିକାଂଶ ସମୟ ଆସିଯାଇଥାଆନ୍ତି ଚର୍ଚ୍ଚାକୁ । ଶ୍ରଦ୍ଧା କୁଆଡେ ଫେମଶ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କୁ ବିବାହ କରିବେ ବୋଲି କୁହାଯାଉଛି । ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କ କଜିନ ଭାଇ ପ୍ରିୟାଙ୍କ ଶର୍ମା ଓ ମାଉସୀ ପଦ୍ମିନୀ କୋହ୍ଲାପୁରେ ଶ୍ରଦ୍ଧାଙ୍କ ବିବାହକୁ ନେଇ କଥା ହୋଇଛନ୍ତି । ପ୍ରିୟାଙ୍କ କହିଛନ୍ତି ଶ୍ରଦ୍ଧା ବିବାହ କରିବେ ଏକଥା ମୋତେ ତ ଜଣା ନାହିଁ ଯଦି ଏମିତି ହେଲା ତାହା ନିଶ୍ଚତ ଏକ ଖୁସି ଖବର । ଅନ୍ୟପଟେ ମାଉସୀ ପଦ୍ମିନୀ କୋହ୍ଲାପୁରେ କହିଛନ୍ତି ଯଦି ଶ୍ରଦ୍ଧା ରୋହନ ଶ୍ରେଷ୍ଠାଙ୍କୁ ବିବାହ କରୁଛନ୍ତି ତେବେ ତାହା ଏକ ଖୁସି ଖବର । ଏମିତି ହେଲେ ଖବର ସମସ୍ତଙ୍କୁ ନିଶ୍ଚିତ ଭାବେ ମିଳିଯିବ । ପୂର୍ବରୁ ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର ବି ତାଙ୍କ ବିବାହକୁ ନେଇ କହିଥିଲେ ଝିଅ ଯାହା ବି ନିଷ୍ପତ୍ତି ନେବ ସେଥିରେ ସେ ଏକମତ । ରୋହନ ଶ୍ରେଷ୍ଠା କାହିଁକି ସେ ଯାହାକୁ ଜୀବନସାଥି ଭାବେ ବାଛିବ ମୁଁ ନିଶ୍ଚିତ ଭାବେ ସେଥିରେ ଏକମତ ବୋଲି କହିଥିଲେ ଶକ୍ତି କପୁର । ଅନ୍ୟପଟେ ନିକଟରେ ଶ୍ରଦ୍ଧା ଏକ ବ୍ରାଇଡାଲ ଫଟୋ ଶୁଟ୍ କରିଥିବାରୁ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଛି । ଯେଉଁଥିରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଶ୍ରଦ୍ଧା ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?