ଲେହେଙ୍ଗା ପିନ୍ଧି ସମୁଦ୍ର କୂଳରେ ମଜା ଉଠାଉଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ତାଙ୍କ ନୂଆ ନୂଆ ଫଟୋ ଓ ଭିଡିଓକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଏବେ ଏକ ଭିଡିଓକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଧାରଣତଃ ବଲିଉଡ୍ ସୁନ୍ଦରୀମାନେ ମାଲଦ୍ୱୀପ ଗସ୍ତରେ ଛୁଟି କାଟିବାକୁ ଯାଇଥାଆନ୍ତି । ଆଉ ସେଠାରେ ସମୁଦ୍ର କୂଳରେ ବିକିନି ପିନ୍ଧି ମସ୍ତି କରିବାର ଫଟୋ ଶେୟାର କରିଥାଆନ୍ତି । କିନ୍ତୁ ଶ୍ରଦ୍ଧା ମାଲଦ୍ୱୀପ ଯାଇଛନ୍ତି ସତ ଆଉ ସମୁଦ୍ର କୂଳର ମଜା ବି ନେଇଛନ୍ତି । କିନ୍ତୁ ସେ ସେଠାକୁ ଛୁଟି କାଟିବାକୁ ନୁହେଁ ବରଂ କଜିନ ବ୍ରଦର ପ୍ରିୟାଙ୍କ ଶର୍ମାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଶ୍ରଦ୍ଧା ଲେହେଙ୍ଗା ପିନ୍ଧି ସମୁଦ୍ର କୂଳର ମସ୍ତି କରିବାର ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏକ ଭିଡିଓରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ଦେଖାଯାଇଛି । ଶ୍ରଦ୍ଧାଙ୍କ ପ୍ରଶଂସକଙ୍କୁ ଏହି ଦୁଇଟି ଭିଡିଓ ଖୁବ୍ ପସନ୍ଦ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲି ଫଜଲ କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ କହିବାକୁ କହିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କୁ ସେ ଏହା କହିବାକୁ କହିଛନ୍ତି। ତାଙ୍କ...

ବର୍ଷା ଉପରେ କାହିଁକି ରାଗିଲେ ଅନୁଷ୍କା…..

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ...

ଲକ୍‌ଡାଉନ୍‌ ବଢ଼ିଲେ କ’ଣ ହେବ ପରିସ୍ଥିତି, ମଜାଳିଆ ଭିଡିଓ ଶେୟାର କଲେ ଭାରତୀ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲଗାତର ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ଭାରତୀ ଏବେ ଆଉ...

ଲିପ୍‌ ବାମ୍‌, ଫେସ୍‌ଓ୍ବାଶ ଓ ପରିଣିତି

ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ।...

ମା’ ହେବା ପରେ ଏମିତି ବଦଳିଗଲେଣି ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲି ଜାନୁୟାରୀରେ ମା-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗର୍ଭବତୀ ପୂର୍ବରୁ ଏବଂ ପରେ...

ଅଙ୍କିତାଙ୍କୁ ନେଇ ଧୋନୀଙ୍କ ଘରକୁ ଯାଇଥିଲେ ସୁଶାନ୍ତ

ବମ୍ବେ: ବଲିଉଡ୍‌ର ଏକପ୍ରକାର ଝଡ଼ ସୃଷ୍ଟି କରିଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା। ଗୋଟିଏପଟେ ପରିବାରଲୋକେ କଥାକୁ ଗ୍ରହଣ କରିପାରୁ ନ ଥିବା ବେଳେ...

ଏହି ଅଭିନେତ୍ରୀଙ୍କ ବୋଲ୍ଡ ସିନ୍‌ ଦେଖି ସେନ୍ସର ବୋର୍ଡ ବି ହୋଇଥିଲା ଆଶ୍ଚର୍ଯ୍ୟ

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ଼ ପରଦାରେ ଅନ୍ତରଙ୍ଗ ଦୃଶ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ବଡ ପରଦାରେ ବୋଲ୍ଡ ଦୃଶ୍ୟ ଦେଇ ସେ କେବଳ...

ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ...

Advertisement
Seven Jackpot


Archives

Model This Week