ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ, ୨୨ା୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତିରେ ବିଶୃଙ୍ଖଳା ନେଇ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ଆଇନ-୨୦ ଓ ୩୦ ଧାରା ଅନୁଯାୟୀ ଏହି ନୋଟିସ ଜାରି ହୋଇଛି। ୪ ଦିନ ମଧ୍ୟରେ ଏ ସଂକ୍ରାନ୍ତ ଉତ୍ତର ରଖିବାକୁ କୁହାଯାଇଛି।
ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ, ପ୍ରତ୍ୟେକ ଗୁରୁବାର ବନକଲାଗି କରିବାକୁ ସମ୍ପୃକ୍ତ ସେବାୟତ ଦତ୍ତମହାପାତ୍ରମାନେ ଅଡ଼ି ବସିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ଭଳି ବୁଧବାର ଏହି ନୀତି କରିବା ସପକ୍ଷରେ ରହିଛି। ତେଣୁ ବିବାଦ ସୃଷ୍ଟି ହୋଇଛି। ବନକଲାଗି ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦତ୍ତମହାପାତ୍ର ନିଯୋଗର ସଭାପତି, ସମ୍ପାଦକ, ଦଇତାପତି ନିଯୋଗର ବାଡ଼ଗ୍ରାହୀ, ବରିଷ୍ଠ ଦଇତାପତି ସେବକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବୁଧବାର ବନକଲାଗି କରିବା ପାଇଁ ଏହି ବୈଠକରେ ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ସେବକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେମାନେ ତାହା କରି ନ ଥିଲେ। ଗୁରୁବାର ଏଥିଲାଗି ସେମାନେ ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ସମୟ ଦେଇ ନ ଥିଲା। ଫଳରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।
ସୂଚନାଯୋଗ୍ୟ, ୨୦୧୮ ପରିଚାଳନା କମିଟି ବୈଠକରେ ପ୍ରତି ବୁଧବାର ବନକଲାଗି କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଫଳରେ ଗତ ୬ବର୍ଷ ଧରି ପ୍ରତ୍ୟେକ ବୁଧବାର ବନକଲାଗି ନୀତି ହୋଇଆସୁଛି। ତେବେ ବର୍ତ୍ତମାନ ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ ପ୍ରତ୍ୟେକ ଗୁରୁବାର ବନକଲାଗି ନୀତି କରିବା ପାଇଁ ଜିଦ୍‌ ଧରୁଛି ନିଯୋଗ। ଫଳରେ ନୀଳାଦ୍ରିବିଜେ ପରଠାରୁ ଏଯାବତ ବନକଲାଗି ନୀତି ସମ୍ପନ୍ନ ହୋଇପାରିନାହିଁ। ଏ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ନୋଟିସ ସମ୍ପର୍କରେ ଦତ୍ତମହାପାତ୍ର ନିଯୋଗ ସମ୍ପାଦକ ମଦନମୋହନ ଦତ୍ତମହାପାତ୍ର କହିଛନ୍ତି, ବୁଧବାର ତାଙ୍କ ନିକଟରେ ସେବାୟତମାନେ ନ ଥିବାରୁ ବନକଲାଗି ନୀତି ହୋଇପାରି ନ ଥିଲା। ତେବେ ରେକର୍ଡ ଅଫ୍‌ ରାଇଟ୍ସ ଅନୁସାରେ ଗୁରୁବାର ବନକଲାଗି ନୀତି ହେବାର ପ୍ରାବଧାନ ରହିଛି। ଏହାପରେ ଏକାନ୍ତ ନୀତି ହେବା କଥା। ମାତ୍ର ବିନା ବନକଲାଗିରେ ଏକାନ୍ତ ନୀତି କରାଗଲା। ଏଣିକି ପ୍ରତ୍ୟେକ ଗୁରୁବାର ବନକଲାଗି କରାଯିବା ପାଇଁ ଆମେ କହିବୁ। ସେହିପରି ନିଯୋଗରେ ଆଲୋଚନା କରାଯାଇ ଚିଠିର ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଦତ୍ତମହାପାତ୍ର ସେବକ ସଞ୍ଜୟ ଦତ୍ତମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଠାଯାଇଥିବା ନୋଟିସ୍‌ର ଜବାବ ଶନିବାର ଦିଆଯିବ। ଏଣିକି ପ୍ରତ୍ୟେକ ଗୁରୁବାର ପ୍ରଥମ ବନକଲାଗି କରାଯାଉ। ନଚେତ ଆଇନର ଆଶ୍ରୟ ନିଆଯିବ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?