କଲମ ହାତରେ କୋଡ଼ି କୋଦାଳ

ଖମାର,୨୭ା୬ – କୋଡି କୋଦାଳ ଧରି ମାଟି ହାଣିବା ପରି ଶରୀର ହୋଇନି। ମୂଲ ଖଟିବାର ବୟସ ଆସିନାହିଁ। ପରିବାର ବୋଝ ଉଠାଇବାର ସମୟ ମଧ୍ୟ ନୁହେଁ। ହେଲେ ସେକଥା ଭାବିବାକୁ ବେଳ ନାହିଁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଶଙ୍ଖମୁର ପଞ୍ଚାୟତ ରଞ୍ଜା ଗ୍ରାମର ନାବାଳିକା ସଞ୍ଜୁ ମୁଣ୍ଡା (୧୨)ଙ୍କ ନିକଟରେ। ହଜିଯାଇଥିବା ପୁଅ, ଝିଅ ଓ ଜ୍ୱାଇଁଙ୍କ ବିୟୋଗ ପରେ ରୋଗଣା ହୋଇଯାଇଥିବା ଆଈ ଅଜାଙ୍କ ପେଟକୁ ମୁଠାଏ ଦାନା ଦେବାକୁ ସେ ଖଟୁଛନ୍ତି ମଜୁରି। ତାଙ୍କ ପରି ପିଲା କଲମ ଧରିବା ବାଧ୍ୟତାମୂଳକ ବୋଲି ସରକାରଙ୍କ ଆଇନ କହୁଥିବା ବେଳେ ଅଜାଙ୍କ ପରିବାର ପ୍ରତି ସେହି ସରକାରଙ୍କ ଅବହେଳା ହିଁ ତାଙ୍କୁ କୋଡି କୋଦାଳ ଧରିବାକୁ ବାଧ୍ୟ କରିଥିବା ସଞ୍ଜୁ କ୍ଷୋଭର ସହ ପ୍ରକାଶ କରିଛନ୍ତି।


ସଞ୍ଜୁଙ୍କ ଅଜା ସାଗର ମୁଣ୍ଡା (୬୪)ଙ୍କ କହିବା ଅନୁଯାୟୀ, ପନ୍ଦର ବର୍ଷ ହେବ କାମ କରିବାକୁ ଘରୁ ଯାଇଥିବା ଏକମାତ୍ର ପୁଅ ଏଯାଏ ଫେରିନି। କେଉଁଠି ସେ ହଜିଗଲା ତାହା ଆଜିଯାଏ କେହି କହିପାରୁ ନାହାନ୍ତି। ବିବାହିତ ଝିଅ ଓ ଜ୍ୱାଇଁ ହିଁ ଥିଲେ ଆଶା ଭରସା। ହେଲେ ଦଇବ ସେ ଦୁହଁଙ୍କୁ ମଧ୍ୟ ଛଡ଼ାଇନେଲା। ଡକାଡକି ହୋଇ ଯିବାଭଳି ଝିଅ ଓ ଜ୍ୱାଇଁଙ୍କ ମୃତ୍ୟୁ ପରେ ୨ ନାତୁଣୀ ଓ ଗୋଟିଏ ନାତିର ବୋଝ ତାଙ୍କୁ ଉଠାଇବାକୁ ପଡ଼ିଲା। କିନ୍ତୁ ପୁଅ ଓ ଝିଅ ଜ୍ୱାଇଁଙ୍କୁ ଝୁରି ଝୁରି ସ୍ତ୍ରୀ ଜେମା ମୁଣ୍ଡା (୫୮) ମାନସିକ ରୋଗୀ ହୋଇଯିବା ତାଙ୍କ ପରିବାରକୁ ଆହୁରି ଦୁର୍ଦ୍ଦିନ ମଧ୍ୟକୁ ଠେଲିଦେଲା। ବୃଦ୍ଧ ବୟସରେ ଅଣ୍ଟା ରୋଗ ତାଙ୍କ ମୂଲ ମଜୁରିରେ ପ୍ରତିବନ୍ଧକ ସାଜିଲା। ସରକାରୀ ସହାୟତା କହିଲେ ରାଶନ କାର୍ଡ ଖଣ୍ଡକ ଛଡ଼ା ଆଉ କିଛି ନାହିଁ ତାଙ୍କ ନିକଟରେ। ନା ତାଙ୍କ ପରି ଗରିବ ଅସହାୟଙ୍କୁ ମିଳୁଥିବା ସରକାରୀ ଘର ଖଣ୍ଡେ ପାଇଛନ୍ତି ନା ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରାଯାଇଛି। ରୋଗ ଯୋଗୁ ସେ ପଞ୍ଚାୟତ ଓ ବ୍ଲକ ଅଫିସରେ ପହଞ୍ଚିପାରୁ ନ ଥିବା ଜାଣିଥିଲେ ବି ଏଯାଏ ତାଙ୍କୁ କୌଣସି ସହାୟତା ଯୋଗାଇ ଦେଇନି ପ୍ରଶାସନ। ତେଣୁ ଏପରି ଅବସ୍ଥାରେ ଘର ଚଳାଇବାର ବୋଝ ଉଠାଇଛି ତାଙ୍କ ନାତୁଣୀ ସଞ୍ଜୁ ମୁଣ୍ଡା। ଯେଉଁ ବୟସରେ ସେ ଖାତା, କଲମ ଧରି ସ୍କୁଲ ଯିବା କଥା, ସାଙ୍ଗଙ୍କ ସହ ବାଲି ଘର କରିବା କଥା, ସେହି ବୟସରେ ସେ ସମ୍ଭାଳୁଛି ଆଈ ଅଜାଙ୍କ ଘର। ଏଠାରୁ ବଡ଼ ଦୁଃଖ ଆଉ କ’ଣ ଅଛି ବୋଲି ସାଗର ପ୍ରକାଶ କରିଛନ୍ତି। ନାତୁଣୀ ସଞ୍ଜୁ କହିଛନ୍ତି, ତାଙ୍କର ବି ଇଚ୍ଛା ହେଉଛି ସ୍କୁଲ ଯିବାକୁ। ହେଲେ ମୂଲ କରି ନ ଗଲେ ସମସ୍ତେ ଓପାସ ରହିବେ। ଆଈ ଏବଂ ଅଜାଙ୍କ ଔଷଧ ମଧ୍ୟ ଆସିପାରିବନି। ସେଥିପାଇଁ ତାଙ୍କୁ କଲମ ଛାଡ଼ି କୋଡି କୋଦାଳ ଧରିବାକୁ ପଡ଼ୁଥିବା ସଞ୍ଜୁ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଶଙ୍ଖମୁର ସରପଞ୍ଚ ସ୍ବର୍ଣ୍ଣଲତା ସାହୁ କହିଛନ୍ତି, ଭତ୍ତା କି ଆବାସ ଯୋଜନା ପାଇଁ ସାଗର କେବେ ଆବେଦନ କରିନାହାନ୍ତି। ତଥାପି ସରକାରଙ୍କ ଯୋଜନାରେ ତାଙ୍କୁ ସମସ୍ତ ସହାୟତା ଯେପରି ଯୋଗାଇ ଦିଆଯିବ ସେ ନେଇ ପଞ୍ଚାୟତ ପକ୍ଷରୁ ଉଦ୍ୟମ କରାଯିବ। ପାଲଲହଡ଼ା ବିଡିଓ ରବିନାରାୟଣ ମାଝି କହିଛନ୍ତି, ଏମିତି ଘଟଣା ନଜରକୁ ଆସିନାହିଁ। ଘଟଣାର ଅନୁଧ୍ୟାନ ପରେ ସରକାରୀ ଯୋଜନା ପାଇଁ ସାଗର ଯୋଗ୍ୟ ହୋଇଥିଲେ ତାଙ୍କୁ ଏଥିରେ ନିଶ୍ଚିତ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri