‘ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର’

ବର୍ତ୍ତମାନ ସଙ୍ଗୀତ ଜଗତରେ ଚର୍ଚ୍ଚାରେ ଅଛନ୍ତି କଣ୍ଠଶିଳ୍ପୀ ଗୌରବ ଆନନ୍ଦ। ତାଙ୍କ ଗୀତର ପ୍ରାୟ ସମସ୍ତେ ଜଣେ ଜଣେ ବଡ଼ ପ୍ରଶଂସକ। ଭୁବନେଶ୍ୱରରେ ଜନ୍ମିିତ ଗୌରବ କେବେ ‘ନିଛାଟିଆ ମନ’ରେ ଶ୍ରୋତାଙ୍କ ଭାବାବେଗକୁ ଛୁଇଁପାରିଛନ୍ତି ତ କେବେ ‘ଚହଳ’ ଗୀତ ଗାଇ ସଙ୍ଗୀତ କ୍ଷେତ୍ରରେ ଚହଳ ପକାଇଛନ୍ତି। ସେହିଭଳି ଗୀତିକାର ଭାବେ ତାଙ୍କର ଆଉଏକ ପରିଚୟ ରହିଛି। ଧୁଳିଆ ଜନ୍ଦା, ତୋ କଥା ଭାବି ଭାବି, ସିଏ ମା’ ସିଏ ମାଟି ସିଏ ଜନ୍ମଭୂମି, ନୀରବତା, ଚହଳ, ନିଛାଟିଆ ମନ, ବିଦ୍ୟାରଣ, ତୋ ଦୁନିଆ ଛାଡ଼ି ଚାଲିଯିବି, ଏଇ ଆକାଶ ତଳେ ଭଳି ଅନେକ ମନଛୁଆଁ ଗୀତ ରଚନା କରିବା ସହ ନିଜେ ଗାଇ ଶ୍ରୋତାଙ୍କ ହୃଦୟରେ ସୁନ୍ଦର ସ୍ଥାନଟିଏ ସୃଷ୍ଟି କରିପାରିଛନ୍ତି। ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଯୁବ, ନବାଗତ ଓ ସଫଳ କଣ୍ଠଶିଳ୍ପୀ, ଗୀତିକାର ତଥା ମ୍ୟୁଜିକ୍‌ କମ୍ପୋଜର ଗୌରବଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ସଙ୍ଗୀତ କ୍ଷେତ୍ରକୁ କିଭଳି ଆସିଲେ?
– ଛୋଟବେଳୁ ମୁଁ ଗୀତ ଗାଉଥିଲି। ଇଚ୍ଛା ବି ଥିଲା। ବାପା ମଧ୍ୟ ଗୀତ ଗାଆନ୍ତି, ହାରମୋନିୟମ୍‌ ବଜାନ୍ତି, ଗୀତ ଲେଖନ୍ତି। ତେଣୁ ଘରେ ସଙ୍ଗୀତକୁ ନେଇ ଏକ ମାହୋଲ ଥିଲା। ମାତ୍ର ମୁଁ ଭାବି ନ ଥିଲି ଏଥିରେ ବୃତ୍ତି କରିବି। ଯୁକ୍ତ ୩ରେ ପଢ଼ିବା ବେଳେ ସୁବାସ ଚନ୍ଦ୍ର ଧଳ ସାର୍‌ଙ୍କ ପାଖରେ ବିଧିବଦ୍ଧ ଭାବେ ହିନ୍ଦୁସ୍ଥାନୀ ଭୋକାଲ ଶିଖିବା ଆରମ୍ଭ କଲି। ୩ବର୍ଷ ପାଖାପାଖି ଶିଖିବା ଭିତରେ ହିଁ ଇଣ୍ଡଷ୍ଟ୍ରିକୁ ଆସିଯାଇଥିଲି। କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ ଗୋଟେ ଡୁଏଟ୍‌ରେ କାମ ମିଳିଲା। ସେ ମୋର ଗୋଟେ ଗୀତ ଗାଇ କମ୍ପୋଜିଶନ୍‌କୁ ବହୁତ ପସନ୍ଦ କରିଥିଲେ। ଏହା ପରେ ସେ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ସହ ଚିହ୍ନା କରାଇଲେ। ତାଙ୍କ ସହ ରହି ପ୍ରାୟ ୩୦ରୁ ୩୫ ଫିଲ୍ମରେ ଆସିଷ୍ଟାଣ୍ଟ ମ୍ୟୁଜିକ କମ୍ପୋଜର ଭାବେ ସାହାଯ୍ୟ କଲି। ସେଇଠି ‘ବିଦ୍ୟାରଣ’ ଚଳଚ୍ଚିତ୍ର ପାଇଁ କାମ କଲା ସମୟରେ ବାବୁଶାନ୍‌ଙ୍କ ସହ ଦେଖାହେଲା। ସେ ମୋ କାମ ଦେଖି ଖୁସି ହୋଇ ପରଦିନ ଘରକୁ ଡାକିଲେ। ନୂଆ ପିଲା ଥିଲି, ତଥାପି ସେ ବିଶ୍ୱାସ କରି ମୋତେ କାମ ଦେଲେ, ଯାହା ମୋ ପାଇଁ ବଡ଼ କଥା ଥିଲା। ଏହା ପରେ ଆମେ ‘ଦମନ’ ପାଇଁ ଗୀତ ରେକର୍ଡ କରୁଥିଲୁ। ମାତ୍ର ତାହା କିଛି କାରଣ ପାଇଁ ହୋଲ୍ଡରେ ରହିଲା। ଏହା ପରେ ‘ପ୍ରେମମ୍‌’ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ୍‌ କମ୍ପୋଜର ଭାବେ ପ୍ରଥମ କାମ ମିଳିଲା, ଯାହା ବହୁଶୀଘ୍ର ରିଲିଜ୍‌ ହୋଇଥିଲା।
କାହା ପାଇଁ ଆପଣ ଆଜି ଏହି ପରିଚୟ ପାଇଛନ୍ତି?
– ‘ଦମନ’ ଫିଲ୍ମ ମୋ କ୍ୟାରିୟରର ଏକ ଟର୍ନିଂ ପଏଣ୍ଟ। ଆଉ ବାବୁଶାନ୍‌ ଭାଇ ମୋ ପରିଚୟ ପଛର ମାଇଲଷ୍ଟୋନ୍‌। କିନ୍ତୁ ତା’ ପୂର୍ବରୁ ଅସୀମା ଦିଦି ଯଦି ବୈଦ୍ୟ ସାର୍‌ଙ୍କ ସହ ଦେଖା କରାଇ ନ ଥାନ୍ତେ, ତା’ହେଲେ ମୁଁ ଏହି ଲାଇନକୁ ବୋଧେ ଆସି ନ ଥାଆନ୍ତି।
ପ୍ରଥମ କାମ କ’ଣ ଥିଲା?
– ‘ନୀରବତା’ ନାମରେ ଏକ ମ୍ୟୁଜିକ ଭିଡିଓ, ଯେଉଁଥିରେ ଗୀତ ଲେଖିବା ସହ ନିଜେ ଗାଇଥିଲି।
ଗୀତ ଲେଖିବା ପୂର୍ବରୁ କ’ଣ ସବୁ ଧ୍ୟାନ ଦିଅନ୍ତି?
– ମନଇଚ୍ଛା ଗୀତ ଲେଖିବାକୁ ଭଲ ଲାଗେନି। ପିୟୋର୍‌ ଓଡ଼ିଆ, ଯେମିତି ମଣିଷକୁ କନେକ୍ଟ କରିପାରୁଥିବ, ସେମିତି ଗୀତ ଲେଖିବାକୁ ଭଲପାଏ। ଗୀତ ଲେଖିବା ଆଗରୁ ଷ୍ଟୋରୀ କ’ଣ, ତାହା ଜାଣିବାକୁ ଚେଷ୍ଟା କରେ। ଷ୍ଟୋରି ସହ ଚରିତ୍ରକୁ ମଧ୍ୟ ବୁଝିଥାଏ।
ଗୀତ ଲେଖିବା ଓ ଗାଇବା, କେଉଁଟା ଅଧିକ ପସନ୍ଦ?
– ଗୀତ ଲେଖିବାକୁ ବେଶି ପସନ୍ଦ କରେ।
ସିଙ୍ଗର ଲବିରେ ନିଜକୁ କିଭଳି ଆଡ୍‌ଜଷ୍ଟ କରନ୍ତି?
– ଭାଗ୍ୟରେ ନୁହେଁ, ଭାଗରେ ବିଶ୍ୱାସ କରେ। ମୋ ଭାଗରେ ଯାହା ଥିବ, ତାହା ମିଳିବ। ଯାହା କଲେ ବି ମିଳିବ, କେହି ଛଡ଼େଇ ନେଇପାରିବେନି। ଆଉ ଯଦି ନ ଥିବ ମିଳିବନି। ତେଣୁ ଲବିରେ ବିଶ୍ୱାସ କରେ ନାହିଁ, ପ୍ରଶ୍ରୟ ବି ଦିଏ ନାହିଁ।
କିଛି ସ୍ମରଣୀୟ ଶ୍ରୋତାଙ୍କ ପ୍ରତିକ୍ରିୟା?
– ଇନ୍‌ଷ୍ଟାଗ୍ରାମରେ ଜଣେ ଝିଅ ମୋତେ ଥରେ ମେସେଜ କରିଥିଲେ। ଭାଇ ତୁମ ଗୀତ ‘ନିଛାଟିଆ ମନ’ ମୁଁ ସବୁବେଳେ ଶୁଣେ। ା ମୋ ମା’ଙ୍କୁ ଶୁଣାଏ। ତାଙ୍କ ଦେହ ଭଲ ନାହିଁ। ଯେତେବେଳେ ମୁଁ ତାଙ୍କୁ ଶୁଣାଏ, ସେ ବହୁତ ବେଟର ଫିଲ୍‌ କରନ୍ତି। ଏମିତି ସବୁବେଳେ ଗୀତ ବନଉଥାଅ ବୋଲି ସେ କହିଥିଲେ, ଯାହା ମୋତେ ଭାରି ଖୁସି ଦେଇଥିଲା। ଏଇ ମୁହୂର୍ତ୍ତ ମୋର ସବୁବେଳ ମନେ ରହିବ।
ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ କେଉଁମାନଙ୍କୁ ପସନ୍ଦ କରନ୍ତି?
– ପଣ୍ଡିତ ରଘୁନାଥ ମହାପାତ୍ର, ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ଓ ଗୁଡ୍‌ଲୀ ରଥ।
ଅବସର ସମୟରେ କ’ଣ କରନ୍ତି?
-ଟ୍ରାଭେଲ କରିବାକୁ ଭଲ ଲାଗେ।
ଖାଇବାକୁ କ’ଣ ଭଲ ଲାଗେ?
-ଚିକେନ ବିରିୟାନୀ।
ସଙ୍ଗୀତରେ କ୍ୟାରିୟର ପାଇଁ କ’ଣ ବାର୍ତ୍ତା ଦେବେ?
– ଯେଉଁମାନେ ସଙ୍ଗୀତକୁ ଆସିବାକୁ ଚାହୁଁଛନ୍ତି, ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର। ତା’ହଲେ ତୁମେ ସବୁ ଜୋନ୍‌ର ଗୀତ ଗାଇପାରିବ। ସୋସିିଆଲ ମିଡିଆ ଯଦି ବ୍ୟବହାର କରୁଛ, ତାହାହେଲେ ଯାହା ଗୀତ ଗାଉଛ ତାକୁ ଟ୍ୟାଗ୍‌ କର। କେବେ ନା କେବେ ଭାଗ୍ୟ ଫିଟିଯିବ।

ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?