ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ ଶୁକ୍ରବାର ରାତିରେ ଗୁଳିମାଡ଼ ହୋଇଛି। ରାତି ୧୧ଟା ୩୦ମିନିଟ୍‌ରେ ରାମପୁର ପଟୁ ଏକ ଧଳା ରଙ୍ଗର କାରରେ ଦୁର୍ବୃତ୍ତମାନେ ଆସି ଅଶୋକଙ୍କ ବିନିକା ଥାନା ସିଂଘିଯୁବାସ୍ଥିତ ଘର ସମ୍ମୁଖରେ ଆତଙ୍କ ଖେଳାଇ ଥିଲେ। ଦୁର୍ବୃତ୍ତମାନେ ଘର ସମ୍ମୁଖ ଗ୍ରୀଲ୍‌କୁ ଗୋଇଠା ମାରିବା ସହ ଭିତରକୁ ଗୁଳିମାଡ଼ କରିଥିଲେ। ତେବେ କାହାରି କ୍ଷତି ହୋଇନାହିଁ। ଘର ଭିତରେ ଥିବା କାର ନଂ. ଓଡି ୩୧ ଏମ ୯୦୦୦ ଉପରକୁ ଗୁଳିମାଡ଼ କରାଯାଇଥିଲା। ପରେ ଘର ପାର୍ଶ୍ୱରେ ଥିବା ପାପି ଗ୍ରାମର ସୁବାସ ଚନ୍ଦ୍ର ପାତ୍ରଙ୍କ କାର ନଂ. ଓଡି୩୧ଏମ-୩୦୮୮ କୁ ଗୁଳିମାଡ଼ କରିଥିଲେ। ଏପରି କି ଉପରକୁ ବ୍ଲାଙ୍କ ଫାୟାର କରିବା ପରେ ଦୁର୍ବୃତ୍ତମାନେ ପୁଣି ରାମପୁର ପଟକୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ପ୍ରାୟ ୨୦ରୁ ୩୦ ରାଉଣ୍ଡ ଫାୟାରିଂ ହୋଇଛି। ଖବରପାଇ ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ ଶୁକ୍ରବାର ରାତିରେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଏ ସମ୍ପର୍କରେ ଅଶୋକ ଓ ସୁବାସଙ୍କ ଅଭିଯୋଗକ୍ରମେ ବିନିକା ଥାନାରେ ପୃଥକ ଭାବେ ୨ଟି ମାମଲା ରୁଜୁ ହୋଇଛି। ପୋଲିସ ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଶନିବାର ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିଛି। ଅତିରିକ୍ତ ଏସ୍‌ପି କେ. କେ. ହରିପ୍ରସାଦ, ଏସ୍‌ଡିପିଓ କଲ୍ୟାଣୀ ବେହେରା ଓ ବିନିକା ଆଇଆଇସି ଅନିତା କିଡୋଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ପୋଲିସ ୨୪ଟି ଗୁଳି ଜବତ କରିଛି। ସୂଚନା ଅନୁଯାୟୀ, ଅଶୋକ ଜଣେ ବ୍ୟବସାୟୀ ତଥା ପ୍ରଭାବଶାଳୀ ରାଜନେତା। ସେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଦୃଢ଼ ସମର୍ଥକ। ତାଙ୍କ ସ୍ତ୍ରୀ ଦୀପ୍ତିରେଖା ନନ୍ଦ ଏବେ ବିନିକା ବ୍ଲକର ଅଧ୍ୟକ୍ଷା ଅଛନ୍ତି। ଏହି ଗୁଳିମାଡ଼କୁ ନେଇ ନାନା କଥା ଆଲୋଚନା ହେଉଛି। ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ମୋଟ ୫ ଦୁର୍ବୃତ୍ତ ଏଥିରେ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୁଖା ପିନ୍ଧିଥିବା ଜଣାପଡ଼ିଛି। ଘଟଣାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିମାଡ଼ ହୋଇଛି କି ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ ହୋଇ ସାରିଥିବାବେଳେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ। ଭୟଭୀତ କରିବା ପାଇଁ ପରିଚିତ ଲୋକଙ୍କ ପକ୍ଷରୁ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ବ୍ୟବସାୟିକ, ରାଜନୈତିକ କି ପାରିବାରିକ ଶତ୍ରୁତାରୁ ଏହି ଘଟଣା ଘଟିଛି ନା ଆଉ କିଛି ତାହା ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ଏସ୍‌ପି ନାରାୟଣ ନାୟକଙ୍କୁ ପଚାରିବାରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନେ ଘଟଣା ପରେ ଫେରାର ହୋଇଯାଇଥିବା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?