ସପ୍ତାହେ ପାଇଁ ଶଟ୍‌ଡାଉନ

ଭଣ୍ଡାରିପୋଖରୀ,୨୨।୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ୪ ନଂ. ୱାର୍ଡକୁ ଶୁକ୍ରବାରଠାରୁ ସପ୍ତାହେ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଉକ୍ତ ୱାର୍ଡର ପୋଖରୀ ଆଡ଼ି ସଂଲଗ୍ନ କିଛି ସ୍ଥାନରେ ମହିଳା, ପୁରୁଷ ଏବଂ ଛୋଟ ପିଲାଙ୍କୁ ମିଶାଇ ୨୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରହଣିଆ ସରପଞ୍ଚ ଅଲିଭା ନାୟକ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ପରେ ଶଟ୍‌ଡାଉନ ଘୋଷଣା କରାଯାଇଛି। ସରପଞ୍ଚଙ୍କ ପ୍ରତିନିଧି ବିରେନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଔଷଧ ବଣ୍ଟନ କରାଯାଇଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରହଣିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଦେବଦତ୍ତ ପାଣିଗ୍ରାହୀଙ୍କ ସମେତ ଆଶା ଓ ଅଙ୍ଗନଓ୍ବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ସେହିପରି ଶନିବାର ଡାକ୍ତର ଜ୍ୟୋତି ପ୍ରକାଶ ସ୍ବାଇଁ, ମଧୁସ୍ମିତା ବିଶ୍ୱାଳ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ ରଞ୍ଜିତା ରାଉତ, ଅହଲ୍ୟା ରାଉତ, ରେଣୁବାଳା ଜେନା ପ୍ରମୁଖ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍‌ ଭ୍ୟାନ-ଅଟୋ ମୁହାଁମୁହିଁ, ଗର୍ଭବତୀଙ୍କ ସହ ୪ ଗୁରୁତର

ଧରାକୋଟ,୨୪ା୪ (ଡି.ଏନ.ଏ.)- ଧରାକୋଟ ଥାନା ଗଡ଼ଦାମୋଦରପୁରପଲ୍ଲୀସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ଶୁକ୍ରବାର ମଧ୍ୟାହ୍ନରେ ପିକଅପ୍‌ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ...

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା...

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ଚାଇନା ସାମଗ୍ରୀ ବର୍ଜନ କରିବାକୁ ଶପଥ

କୁଆମରା,୨୨ା୬(ଡି.ଏନ୍‌.ଏ.)- ଲଦାଖରେ ଚାଇନା ସେନାର ଅତର୍କିତ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏଥିରେ ମୟୂରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ଓ କନ୍ଧମାଳ ରାଇକିଆର...

ସୁସ୍ଥ ହେଲେ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୨: ଓଡ଼ିଶାରେ ଶୁକ୍ରବାର ୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩,୩୪,୪୬୩ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ...

ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ...

ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତ୍ତନ

ପୁରୀ ଅଫିସ,୨୨।୮: ପୁରୀ ଜିଲା ଅର୍ଥନୀତିର ପ୍ରମୁଖ ଭାଗ କୃଷି ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ଚାଷକରି ଗୁଜରାଣ ମେଣ୍ଟାଇଥାଆନ୍ତି। ଏଭଳି ସ୍ଥଳେ ଚାଷଜମିର...

ମହିଳାଙ୍କୁ ଆକ୍ରମଣ, ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା...

ପୁଞ୍ଜିନିବେଶରେ ଉଦାସୀନତା ବାଧା

ରାଜ୍ୟରେ ଶିଳ୍ପାୟନ ହେବ। ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ପୁଞ୍ଜିନିବେଶକାରୀ ଓଡ଼ିଶା ଆସି ପୁଞ୍ଜି ଖଟାଇବେ । ନିଯୁକ୍ତି ସୁଯୋଗ ବହୁଗୁଣିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week