ଆସୁନି ଟୋକନ, ଅଭାବୀ ବିକ୍ରିକୁ ପ୍ରୋତ୍ସାହନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲାର ସଦର, କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ଜାରି ରହିଛି। ମଣ୍ଡି ଖୋଲା ରହିଥିବାବେଳେ ଚାଷୀଙ୍କ ପାଖରେ ଅମଳ ଧାନ ମହଜୁଦ ରହିଛି। ହେଲେ ଧାନ ବିକ୍ରି ପାଇଁ ଟୋକନ ଆସି ନ ଥିବାରୁ ଅବିକ୍ରି ହୋଇ ଅମଳ ଧାନ ଖଳାରେ ପଡିରହିଛି। ଟୋକନ ଆସିବା ପରେ ସହାୟକ ମୂଲ୍ୟରେ ଧାନ ବିକ୍ରି କରିବେ ବୋଲି ଚାଷୀମାନେ ଆଶା ବାନ୍ଧି ବସିଛନ୍ତି। କେତେଜଣ ଚାଷୀ ଅନ୍ୟ ଉପାୟ ନ ପାଇ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟୋକନ ପାଇଁ ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଏଭଳି ପରିସ୍ଥିତିରେ ବକେୟା ଧାନ କିଭଳି ବିକ୍ରି ହେବ ସେ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି।
ପୂର୍ବରୁ ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ଚାଷୀମାନେ ଟୋକନ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ। ସେ ସମୟରେ ଟୋକନ ସମସ୍ୟା ହେବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ହେଲେ ବର୍ତ୍ତମାନର ସମସ୍ୟା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଏହି ସମସ୍ୟା ରହିଛି। ଚଳତିବର୍ଷ ଭଲ ଧାନ ଅମଳ ହୋଇଥିଲା। ସରକାର ଜଳସେଚିତ ଅଞ୍ଚଳ ପାଇଁ ଏକର ପିଛା ୧୯ ଓ ଅଣଜଳସେଚିତ ଅଞ୍ଚଳ ଲାଗି ୧୩ କୁଇଣ୍ଟାଲ ଧାନ ସଂଗ୍ରହ କରୁଛନ୍ତି। ହେଲେ ଏକର ପିଛା ପ୍ରାୟ ୬ରୁ ୧୦ କୁଇଣ୍ଟାଲ ଧାନ ଚାଷୀ ପାଖରେ ବଳକା ରହୁଛି। ଏହାକୁ ଚାଷୀ କମ୍‌ ଦରରେ ବିକ୍ରି କରୁଛି। ଏବେ ପଞ୍ଜୀକୃତ ଜମି ଉପରେ ଟୋକନ ଆସି ନାହିଁ। ଜମିର ପରିମାଣ ଅନୁସାରେ ଟୋକନ ନ ଆସିବା ଆଉ ଏକ ସମସ୍ୟା ଛିଡା କରିଛି। ଅନ୍ୟପକ୍ଷେ ଏବେ ରବି ଧାନ ଅମଳ ସମୟ ଆସି ଯାଇଛି। ଚାଷୀମାନେ ରବି ଫସଲ ପାଇଁ ତଳିପକା ଓ ଜୋତ କାମ ଆରମ୍ଭ କରିଦେଇଛନ୍ତି। ଧାନ ବିକ୍ରି କରି ନ ଥିବାରୁ ଚାଷୀ ପାଖରେ ଚାଷ କରିବା ପାଇଁ ଟଙ୍କା ନାହିଁ। ବ୍ୟାଙ୍କ ଓ ମହାଜନଙ୍କ ପାଖରୁ ଆଣିଥିବା ଋଣ ମଧ୍ୟ ପରିଶୋଧ କରି ପାରୁନାହିଁ। ତେଣୁ ଅଯଥାରେ ଋଣ ଉପରେ ସୁଧ ଦେବାକୁ ପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଧାନ ମଣ୍ଡି ଖୋଲିବାର ଏକମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ଜିଲାରେ ଏବେ ମଧ୍ୟ ୪୫ ପ୍ରତିଶତ ଧାନ ଅବିକ୍ରି ହୋଇ ପଡିରହିଛି। ଶୀଘ୍ର ଟୋକନ ଦେଇ ଧାନ କିଣାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଜିଲାରେ ଟୋକନ ନ ଆସିବାରୁ ଅଭାବୀ ବିକ୍ରିକୁ ସରକାର ଏକପ୍ରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଧାନ କିଣା ଚାଲିଛି। ଚାଷୀଙ୍କ ସ୍ଲାବ୍‌ ଅନୁସାରେ ଟୋକନ ଆସୁଛି। ଆଗକୁ ଟୋକନ ଆସିବା ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ୧୯ ଲକ୍ଷ ୭୧ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି। ବକେୟା ଧାନ ମଧ୍ୟ କିଣାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri