ଆସୁନି ଟୋକନ, ଅଭାବୀ ବିକ୍ରିକୁ ପ୍ରୋତ୍ସାହନ

ସମ୍ବଲପୁର,୩୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲାର ସଦର, କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ଜାରି ରହିଛି। ମଣ୍ଡି ଖୋଲା ରହିଥିବାବେଳେ ଚାଷୀଙ୍କ ପାଖରେ ଅମଳ ଧାନ ମହଜୁଦ ରହିଛି। ହେଲେ ଧାନ ବିକ୍ରି ପାଇଁ ଟୋକନ ଆସି ନ ଥିବାରୁ ଅବିକ୍ରି ହୋଇ ଅମଳ ଧାନ ଖଳାରେ ପଡିରହିଛି। ଟୋକନ ଆସିବା ପରେ ସହାୟକ ମୂଲ୍ୟରେ ଧାନ ବିକ୍ରି କରିବେ ବୋଲି ଚାଷୀମାନେ ଆଶା ବାନ୍ଧି ବସିଛନ୍ତି। କେତେଜଣ ଚାଷୀ ଅନ୍ୟ ଉପାୟ ନ ପାଇ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟୋକନ ପାଇଁ ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଏଭଳି ପରିସ୍ଥିତିରେ ବକେୟା ଧାନ କିଭଳି ବିକ୍ରି ହେବ ସେ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି।
ପୂର୍ବରୁ ଜିଲାସ୍ତରୀୟ ଧାନ ସଂଗ୍ରହ ବୈଠକରେ ଚାଷୀମାନେ ଟୋକନ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ। ସେ ସମୟରେ ଟୋକନ ସମସ୍ୟା ହେବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ହେଲେ ବର୍ତ୍ତମାନର ସମସ୍ୟା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଏହି ସମସ୍ୟା ରହିଛି। ଚଳତିବର୍ଷ ଭଲ ଧାନ ଅମଳ ହୋଇଥିଲା। ସରକାର ଜଳସେଚିତ ଅଞ୍ଚଳ ପାଇଁ ଏକର ପିଛା ୧୯ ଓ ଅଣଜଳସେଚିତ ଅଞ୍ଚଳ ଲାଗି ୧୩ କୁଇଣ୍ଟାଲ ଧାନ ସଂଗ୍ରହ କରୁଛନ୍ତି। ହେଲେ ଏକର ପିଛା ପ୍ରାୟ ୬ରୁ ୧୦ କୁଇଣ୍ଟାଲ ଧାନ ଚାଷୀ ପାଖରେ ବଳକା ରହୁଛି। ଏହାକୁ ଚାଷୀ କମ୍‌ ଦରରେ ବିକ୍ରି କରୁଛି। ଏବେ ପଞ୍ଜୀକୃତ ଜମି ଉପରେ ଟୋକନ ଆସି ନାହିଁ। ଜମିର ପରିମାଣ ଅନୁସାରେ ଟୋକନ ନ ଆସିବା ଆଉ ଏକ ସମସ୍ୟା ଛିଡା କରିଛି। ଅନ୍ୟପକ୍ଷେ ଏବେ ରବି ଧାନ ଅମଳ ସମୟ ଆସି ଯାଇଛି। ଚାଷୀମାନେ ରବି ଫସଲ ପାଇଁ ତଳିପକା ଓ ଜୋତ କାମ ଆରମ୍ଭ କରିଦେଇଛନ୍ତି। ଧାନ ବିକ୍ରି କରି ନ ଥିବାରୁ ଚାଷୀ ପାଖରେ ଚାଷ କରିବା ପାଇଁ ଟଙ୍କା ନାହିଁ। ବ୍ୟାଙ୍କ ଓ ମହାଜନଙ୍କ ପାଖରୁ ଆଣିଥିବା ଋଣ ମଧ୍ୟ ପରିଶୋଧ କରି ପାରୁନାହିଁ। ତେଣୁ ଅଯଥାରେ ଋଣ ଉପରେ ସୁଧ ଦେବାକୁ ପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଧାନ ମଣ୍ଡି ଖୋଲିବାର ଏକମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ଜିଲାରେ ଏବେ ମଧ୍ୟ ୪୫ ପ୍ରତିଶତ ଧାନ ଅବିକ୍ରି ହୋଇ ପଡିରହିଛି। ଶୀଘ୍ର ଟୋକନ ଦେଇ ଧାନ କିଣାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଜିଲାରେ ଟୋକନ ନ ଆସିବାରୁ ଅଭାବୀ ବିକ୍ରିକୁ ସରକାର ଏକପ୍ରକାର ପ୍ରୋତ୍ସାହନ ଦେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଧାନ କିଣା ଚାଲିଛି। ଚାଷୀଙ୍କ ସ୍ଲାବ୍‌ ଅନୁସାରେ ଟୋକନ ଆସୁଛି। ଆଗକୁ ଟୋକନ ଆସିବା ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ୧୯ ଲକ୍ଷ ୭୧ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି। ବକେୟା ଧାନ ମଧ୍ୟ କିଣାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?