ଶର୍ଟ ପ୍ୟାଣ୍ଟ ଫ୍ୟାଶନ

ସମର୍‌ ଫ୍ୟାଶନ ପାଇଁ ଶଟର୍‌ସ ବା ଶର୍ଟ ପ୍ୟାଣ୍ଟ ସବୁଠାରୁ ଉତ୍ତମ ହୋଇଥାଏ। କାରଣ ଏହା ଯୁବକଙ୍କୁ କୁଲ୍‌ ଲୁକ୍‌ ଦେବା ସହିତ ଖରାଦିନେ ପିନ୍ଧିବାକୁ ବେଶ୍‌ କମ୍ଫର୍ଟେବଲ୍‌ ଲାଗିଥାଏ। ବିଶେଷକରି ବର୍ତ୍ତମାନର ଏହି ଲକ୍‌ଡାଉନ୍‌ ସମୟରେ ଘରେ ନିତ୍ୟ ବ୍ୟବହାର କରିବାକୁ ୟାଠୁ ବଳି ଆଉ ଭଲ ବିକଳ୍ପ କ’ଣ ହୋଇପାରେ…

ଶଟର୍‌ସ ବା ଶର୍ଟ ପ୍ୟାଣ୍ଟ ଖରାଦିନେ ପିନ୍ଧିବାକୁ ବେଶ୍‌ ଆରାମଦାୟକ ହୋଇଥାଏ। ତେଣୁ ଏହାର ଚାହିଦା ଯୁବପିଢ଼ିଙ୍କ ଭିତରେ ଖୁବ୍‌ ରହିଥାଏ। ତେବେ ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡକୁ ଦେଖିଲେ ଶଟର୍‌ସ ଆଉ କେବଳ ନିତ୍ୟ ବ୍ୟବହାରରେ ସୀମିତ ହୋଇ ରହିନାହିଁ, ଏହାକୁ ଆଉଟିଂରେ ହେଉ ଅବା ସାଙ୍ଗମାନଙ୍କ ସହ ବିଚ୍‌ ପାର୍ଟି କଲାବେଳେ ମଧ୍ୟ ଯୁବକମାନେ ଆରାମରେ କ୍ୟାରି କରୁଛନ୍ତି। ତେବେ ଲେଙ୍ଗ୍‌ଥ ବା ଲମ୍ବା ଓ ଫ୍ୟାବ୍ରିକ୍‌କୁ ନେଇ ଶଟର୍‌ସ ମଧ୍ୟ ବିଭିନ୍ନ ପ୍ରକାରର ହୋଇଥାଏ; ଯେମିତି କି:

*ବରମୁଡ଼ା ଶଟର୍‌ସ: ଏହି ଷ୍ଟାଇଲ୍‌ର ଶଟର୍‌ସ ବା ଶର୍ଟ ପ୍ୟାଣ୍ଟକୁ ଓ୍ବାକିଂ ଶଟର୍‌ସ ବା ଡ୍ରେସ୍‌ ଶଟର୍‌ସ ବି କୁହାଯାଇଥାଏ। ଏହି ପ୍ୟାଣ୍ଟର ଲମ୍ବ ସାଧାରଣତଃ ଆଣ୍ଠୁଠାରୁ ୧ ଇଞ୍ଚ ଉପରକୁ ରହିଥାଏ। ତା’ଛଡ଼ା ଏହା ଲୁଜ୍‌-ଫିଟ୍‌ ବି ହୋଇଥାଏ। ହାଫ୍‌ ଶାର୍ଟ ବା ଟି-ଶାର୍ଟ ଏହି ପ୍ୟାଣ୍ଟ ସହିତ ବେଶ୍‌ ଭଲ ମାନେ।

*ଚିନୋ ଶଟର୍‌ସ: ଏହି ପ୍ୟାଣ୍ଟ ସାଧାରଣତଃ କଟନ୍‌ ଫ୍ୟାବ୍ରିକ୍‌ରେ ତିଆରି ହୋଇଥାଏ। ଏହା ସହିତ ଫୁଲ୍‌ ସ୍ଲିଭ୍‌ବାଲା ଶାର୍ଟର ହାତକୁ ମୋଡିକି ପିନ୍ଧିଲେ ଷ୍ଟାଇଲିଶ୍‌ ଦେଖାଯାଇଥାଏ। ତା’ଛଡ଼ା ପ୍ଲେନ୍‌ ଟି-ଶାର୍ଟ ବି ଏହି ପ୍ୟାଣ୍ଟ ସହ ଭଲ ମାନିଥାଏ। କିନ୍ତୁ ପ୍ରିଣ୍ଟେଡ୍‌ ଟି-ଶାର୍ଟ ସେତେ ଭଲ ମ୍ୟାଚିଂ କରେନାହିଁ।

*କାର୍ଗୋ ଶଟର୍‌ସ: ଯେଉଁ ଯୁବକଙ୍କୁ ଅଧିକ ପକେଟ୍‌ ଥିବାବାଲା ଶର୍ଟ ପ୍ୟାଣ୍ଟ ପିନ୍ଧିବା ପସନ୍ଦ, ସେମାନଙ୍କ ପାଇଁ ଏହି କାର୍ଗୋ ଶଟର୍‌ସ ବେଷ୍ଟ ଅପ୍ସନ ହୋଇଥାଏ। କିନ୍ତୁ ଏହାକୁ କିଣିବା ସମୟରେ ଲାଟେଷ୍ଟ ଡିଜାଇନ୍‌ ପ୍ରତି ଧ୍ୟାନଦେବା ଦରକାର। ସେହିପରି ଏହି ପ୍ୟାଣ୍ଟ ସହିତ ଯୁବକମାନେ ଚାହିଁଲେ ଟି-ଶାର୍ଟ ବା ଫ୍ଲୋରାଲ୍‌ ଶାର୍ଟ ମଧ୍ୟ ଟ୍ରାଏ କରିପାରିବେ।

*ସୁଇମିଂ ଟ୍ରଙ୍କ ଶଟର୍‌ସ: ଖରାଦିନେ ଯେଉଁ ଯୁବକଙ୍କୁ ସମୁଦ୍ର କିମ୍ବା ନଦୀ ଜଳରେ ପହଁରି କି ମସ୍ତି କରିବାକୁ ଇଚ୍ଛା ଥାଏ, ସେମାନଙ୍କ ପାଇଁ ଏହି ଟ୍ରଙ୍କ ଶଟର୍‌ସ ଏକ ଭଲ ବିକଳ୍ପ । ଏହି ପ୍ୟାଣ୍ଟ ସହିତ ସ୍ଲିଭ୍‌ ଲେସ୍‌ ଟି-ଶାର୍ଟ କମ୍ଫର୍ଟ ଲୁକ୍‌ ଦେଇଥାଏ।

*ବକ୍ସର୍‌ ଶଟର୍‌ସ: ରାତ୍ରି ସମୟରେ ପିନ୍ଧିବା ପାଇଁ ଏହି ଶର୍ଟ ପ୍ୟାଣ୍ଟ ବେଶ୍‌ ଆରାମଦାୟକ ହୋଇଥାଏ। କିନ୍ତୁ ଏହାକୁ ପିନ୍ଧିକି ବାହାରକୁ ଗଲେ ସେତେ ଭଲ ଦେଖାଯାଏ ନାହିଁ। ଏହି ପ୍ୟାଣ୍ଟ ସହିତ କେବଳ ଟି-ଶାର୍ଟ ଅବା ସ୍ଲିଭ୍‌ ଲେସ୍‌ ଟି-ଶାର୍ଟ ହିଁ ଭଲ ମାନିଥାଏ।
*ଡେନିମ୍‌ ଶଟର୍‌ସ: ଏମିତି ବି କିଛି ଯୁବକ ଅଛନ୍ତି, ଯେଉଁମାନଙ୍କର ଡେନିମ୍‌ ଭାରି ପ୍ରିୟ। ସେମାନେ ଚାହିଁଲେ ଖରାଦିନେ ଡେନିମ୍‌ ଶଟର୍‌ସ ମଧ୍ୟ ପିନ୍ଧିପାରିବେ। ଘରେ ନିତ୍ୟ ବ୍ୟବହାର ଅପେକ୍ଷା ଏହାକୁ ଆଉଟିଂରେ ଗଲାବେଳେ ପିନ୍ଧିଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

*ଆର୍ମି ଶଟର୍‌ସ: କିଛି ଯୁବକଙ୍କୁ ଆର୍ମି ଡ୍ରେସ୍‌ ସହ ସାମଞ୍ଜସ୍ୟ ରହୁଥିବା ଅବା ଅବିକଳ ସେହି ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିବାକୁ ଭଲ ଲାଗିଥାଏ। ଏମିତିରେ ଦେଖିଲେ ଖରାଦିନେ ପିନ୍ଧିବା ପାଇଁ ଆର୍ମି ଶଟର୍‌ସ ଏକ ସୁନ୍ଦର ଅପ୍ସନ ହୋଇଥାଏ। ଏହି ଶଟର୍‌ସ ଏତେ କମ୍ଫର୍ଟେବଲ୍‌ ହୋଇଥାଏ ଯେ, ଏହାକୁ ଆରାମରେ ନିତ୍ୟ ବ୍ୟବହାର କରିହୁଏ।

ତେବେ ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ନି-ଲେଙ୍ଗ୍‌ଥ ବା ଥାଈ-ଲେଙ୍ଗ୍‌ଥ ଶଟର୍‌ସ ପିନ୍ଧିଲେ କମ୍ଫର୍ଟେବଲ୍‌ ଲାଗିଥାଏ। ସେହିପରି ବସ୍‌ କିମ୍ବା ଟ୍ରେନ୍‌ ଯାତ୍ରା କରିବା ସମୟରେ ବରମୁଡ଼ା, ଚିନୋ କିମ୍ବା କାର୍ଗୋ ଶଟର୍‌ସ ପିନ୍ଧିବା ଆରାମଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସେପ୍ଟେମ୍ୱର ୧୧ରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନରେ ଫିଟିଯିବ ଭାଗ୍ୟ, ୫ ରାଶିଙ୍କ ଉପରେ ଧନବର୍ଷା

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ ଶୁକ୍ରବାର ରାତି ୧୧ଟା ୧୯ ମିନିଟରେ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କର ସ୍ୱାତୀ ନକ୍ଷତ୍ରରେ ଗୋଚର ଫଳରେ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଆଜିଠୁ ଆରମ୍ଭ ହେଲା କର୍କଟ ସମେତ ୪ ରାଶିଙ୍କ ଭଲ ଦିନ, ମାଲାମାଲ ହେବା ସହ…

ଧାର୍ମିକ ଦୃଷ୍ଟିରୁ ଜନ୍ମାଷ୍ଟମୀ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ତେବେ ୨୦୨୬ର ଜନ୍ମାଷ୍ଟମୀ ଜ୍ୟୋତିଷ ଦୃଷ୍ଟିରୁ ମଧ୍ୟ ବିଶେଷ ବୋଲି କୁହାଯାଉଛି। ଜ୍ୟୋତିଷ ଅନୁସାରେ, ସେପ୍ଟେମ୍ବର ୪ ତାରିଖ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri