Posted inଫୁରସତ

ଏମିତି ଶପିଂ ମଲ୍‌, ଯେଉଁଠି କେବଳ ବିକ୍ରି ହୋଇଥାଏ ପୁରୁଣା ସାମଗ୍ରୀ

ସାଧାରଣତଃ ଯେକୌଣସି ଶପିଂ ମଲରେ ନୂଆ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଆଦି ବିକ୍ରି ହେଉଥିବା ଦେଖିଥିବେ। ମାତ୍ର ଏମିତି ଏକ ମଲ୍‌ ଅଛି ଯେଉଁଠି କେବଳ ପୁରୁଣା ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ଏପରି ଏକ ଶପିଂ ମଲ୍‌ ସ୍ବିଡେନ୍‌ରେ ରହିଛି। ଏହି ମଲ୍‌ରେ ପୂର୍ବରୁ ବ୍ୟବହୃତ ଜିନିଷ ବିକ୍ରି ହୋଇଥାଏ। ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି ମଲ୍‌କୁ ‘ରେଟୁନା’ ନାମରେ ନାମିତ କରାଯାଇଛି। ଏହି ମଲ୍‌ ସାରା ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ସ୍ବିଡେନର ଷ୍ଟକହୋମ୍‌ ସହରର ପଶ୍ଚିମରେ ଥିବା ଏସ୍କିଲଷ୍ଟୁନାରେ ଏହି ମଲ୍‌ ଅବସ୍ଥିତ। ୫,୦୦୦ ବର୍ଗମିଟର ଅଞ୍ଚଳ ପରିମିତ ଏହି ମଲ୍‌ରେ ୫୦ରୁ ୬୫ ଜଣ କର୍ମଚାରୀ କାମ କରୁଛନ୍ତି। ଏଥିରେ ୧୩ଟି ଷ୍ଟୋର ରହିଛି। ପୋଷାକଠାରୁ ଆରମ୍ଭ କରି ଆସବାବପତ୍ର, ପିଲାଙ୍କ ଖେଳନା ଆଦି ଯାବତୀୟ ସାମଗ୍ରୀ ଏଠାରେ ଉପଲବ୍ଧ ହୋଇଥାଏ। ଅନ୍ୟପକ୍ଷରେ ଲୋକଙ୍କ ମଧ୍ୟରେ ସେକେଣ୍ଡ ହ୍ୟାଣ୍ଡ୍‌ ସାମଗ୍ରୀର ମଧ୍ୟ ଚାହିଦା ବଢ଼ିଛି। ବର୍ଷକୁ ଅଢ଼େଇରୁ ୩ ଲକ୍ଷ ଲୋକ ଏଠାକୁ ସାମଗ୍ରୀ କିଣିବାକୁ ଆସୁଥିବା ମଲ୍‌ ମ୍ୟାନେଜର ଅନ୍ନା ବର୍ଗଷ୍ଟ୍ରୋମ କହିଛନ୍ତି। ରେଟୁନା ମଲର ବିଶେଷତ୍ୱ ହେଉଛି, ଏଠାରେ ବିକ୍ରି ହେଉଥିବା ପ୍ରତ୍ୟେକ ଜିନିଷ ପୂର୍ବରୁ ବ୍ୟବହୃତ ହୋଇଥାଏ। ଏଥିସହ ପୁରୁଣା ସାମଗ୍ରୀକୁ ରିସାଇକ୍ଲିଂ କରି ନୂଆ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ।

 

ଖାଲି ସେତିକି ନୁହେଁ, ୨୦୨୦ରେ ଗିନିଜ ବୁକ୍‌ ଅଫ ଓ୍ବାଲର୍‌ଡ ରେକଡର୍‌ସ ପକ୍ଷରୁ ରେଟୁନା ‘ ଦ ଓ୍ବାଲର୍‌ଡସ ଫାଷ୍ଟ ଶପିଂ ମଲ ଡେଜିଗନେଟେଡ ଫର୍‌ ରିପେୟାର୍ଡ, ରିସାଇକେଲ୍ଡ ଆଣ୍ଡ୍‌ ରିଷ୍ଟୋରଡ୍‌ ଆଇଟମ୍ସ’ ନାମରେ ନାମିତ କରାଯାଇଛି। ୨୦୪୫ ସୁଦ୍ଧା ସ୍ବିଡେନ ପରିବେଶ ସୁରକ୍ଷା ଦିଗରେ ବିଶ୍ୱର ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି। ରେଟୁନା ଭଳି ହେବା ପାଇଁ ଏବେ ସମସ୍ତ ଦେଶ ଚାହୁଁଛନ୍ତି ବୋଲି ମଲ୍‌ର ମ୍ୟାନେଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ; ବର୍ତ୍ତମାନ ଇରାନରେ ବଡ଼ ବିସ୍ଫୋରଣ, ପ୍ରତିକ୍ରିୟା ରଖିଲା ତେହରାନ

ତେରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘୧,୦୦୦ କ୍ଷେପଣାସ୍ତ୍ର’ ସମ୍ପର୍କରେ ଇରାନକୁ ଚେତାବନୀ ଦେବା ପରେ ଇରାନର ରାଜଧାନୀ ତେହରାନର ପୂର୍ବ ଭାଗରେ ବିସ୍ଫୋରଣର ଶବ୍ଦ ଶୁଣିବା…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri