ତୀର ମାରି ଗର୍ଭିଣୀ ହାତୀକୁ ମାରିବା ଘଟଣା: ଫରେଷ୍ଟର ନିଲମ୍ବିତ,ରେଞ୍ଜ ଅଧିକାରୀ; ଫରେଷ୍ଟ ଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର,୧୨ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ତାଳପଦା ସେକ୍ସନ ଅଧିନସ୍ଥ ଏସ୍‌ଏନ୍‌ପୁରଗୋଡ଼ା ବିଟ୍‌ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ଏକ ଗର୍ଭିଣୀ ହାତୀକୁ ତୀର ବିନ୍ଧି ମାରିଦେବା ଘଟଣାରେ କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି.ଧନରାଜ ଉକ୍ତ ସେକ୍ସନର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ରେଞ୍ଜ ଅଧିକାରୀ ଶିବାଜୀ ମୋହନ ରାଓ ଓ ଫରେଷ୍ଟ ଗାର୍ଡ ଝରଣା ସାହୁଙ୍କୁ ନୋଟିସ କରାଯାଇଛି। ୩ ଦିନ ମଧ୍ୟରେ ଉତ୍ତର ଦେବାକୁ ରେଞ୍ଜ ଅଧିକାରୀ ଶିବାଜୀ ରାଓଙ୍କୁ ନୋଟିସ କରିଛନ୍ତି। ବିଳମ୍ବରେ ହାତୀ ମୃତ୍ୟୁ ସୂଚନା ପାଇବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ୫ଦିନ ଲାଗିଗଲା ା

ପ୍ରକାଶ ଯେ, ଗତ ୭ ତାରିଖରେ ଉକ୍ତ ସ୍ଥାନରେ ଏକ ମାଈହାତୀ ଓ ଛୁଆ ମରିପଡ଼ିଥିବାରୁ ଗନ୍ଧ ବାରି ଗ୍ରାମବାସୀ ତାଳପଦା ସେକ୍ସନର ଫରେଷ୍ଟରଙ୍କୁ ସୂଚନା ଦେଇଥିଲେ। ପରେ ଉକ୍ତ ସ୍ଥାନରେ ତୀର ବିଦ୍ଧ ହାତୀ ଓ ନବଜାତ ହାତୀ ଶାବକର ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଜଙ୍ଗଲରେ ମୃତଦେହ ପଚି ଗନ୍ଧ ହେବାରୁ ଗ୍ରାମବାସୀ ଫରେଷ୍ଟରଙ୍କୁ ସୂଚନା ଦେଇଥିଲେ। ଘଟଣା ଦିନ କେନ୍ଦୁଝର ଡିଏଫ୍‌ଓ ଓ ପର ଦିନ ପିସିସିଏଫ୍‌, ବନ୍ୟପ୍ରାଣୀ ପହଞ୍ଚିି ସବିଶେଷ ଅନଧ୍ୟାନ କରିଥିଲେ। ତେବେ ନିୟମିତ ହାତୀମାନଙ୍କ ଟ୍ରାକିଂ କରାଯାଇ ସେମାନଙ୍କ ସ୍ଥିତା ଅବସ୍ଥାକୁ ତଳସ୍ତରରେ କାମ କରୁଥିବା କର୍ମଚାରୀମାନେ ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ କରିଥାନ୍ତ। ତେବେ ଏହି ହାତୀଟି ଦୀର୍ଘଦିନ ହେଲା ସେଠାରେ ମରି ପଡ଼ିରହିଥିଲେ ହେଁ କିଭଳି ଟ୍ରାକିଂ ରିପୋର୍ଟରୁ ଜଣାପଡ଼ିଲା ନାହିଁ ଏବଂ ଗଳିତ ମୃତଦେହ ଉଦ୍ଧାର ହେଲା ସେଥିରୁ ଚାଲିଥିବା ଟ୍ରାକିଂ ବ୍ୟବସ୍ଥାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ଏହି ହାତୀ ଦେହରେ ତୀର ଦୀର୍ଘ ମାସ ପୂର୍ବରୁ ବାଜିଥିବା ଆଶଙ୍କା କରାଯାଉଛି। ହାତୀମାନେ ଚଳପ୍ରଚଳ କରୁଥିବା ଏବଂ ଗୋଟିଏ ରେଞ୍ଜରୁ ଅନ୍ୟ ରେଞ୍ଜ ତଥା ଅନ୍ୟ ଡିଭିଜନକୁ ଚଳାଚଳ କରୁଥିବାରୁ କେଉଁଠି ତୀରବିଦ୍ଧ ହୋଇଛି ଜାଣିବା ସୁବିଧା ନୁହେଁ। ଏଣୁ ଏହି ଘଟଣାରେ ହାତୀକୁ ତୀର ମାରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପରି ନ ହେଉ କି ଦୋଷୀ ଖସିଯାଉ ଏବଂ କାର୍ଯ୍ୟାନୁଷ୍ଠାନ ଆଳରେ ନିରୀହ ଓ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରି କେସ୍‌କୁ ବନ୍ଦ କରି ଦିଆଯାଉ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri