ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପରେ ରକେଟ୍‌ ଲଞ୍ଚର ମାଡ଼

ମାଲକାନଗିରି,୨୬ା୧(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ଦମନ ନେଇ ପୋଲିସ ଡାଳେ ଡାଳେ ଗଲେ ମାଓବାଦୀ ପତ୍ରେ ପତ୍ରେ ଯାଇ ତାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଫୋର୍ସ ଓ କ୍ୟାମ୍ପ ଉପରେ ଆକ୍ରମଣ କରିବାର ନୂଆ ତରିକା ଆପଣେଇଛନ୍ତି ମାଓବାଦୀ। ଏବେ ଜଙ୍ଗଲୀ ଘାସ ପୋଷାକ ପିନ୍ଧିବା ଆରମ୍ଭ କରିଦେଇଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ। ମାଓବାଦୀଙ୍କ ଆକ୍ରମଣର ନୂଆ କୌଶଳ ଜଙ୍ଗଲୀ ଘାସ ପୋଷାକ ପିନ୍ଧି ପୋଲିସ କ୍ୟାମ୍ପ ଉପରେ ଶତାଧିକ ରକେଟ ଲଞ୍ଚର ମାଡ଼ କରି ପୋଲିସ ଓ ଯବାନଙ୍କ ନିଦ ହଜାଇ ଦେଇଛନ୍ତି। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲାର ଧର୍ମାଭରମ ପୋଲିସ କ୍ୟାମ୍ପ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ବିଜାପୁର ଓ ସୁକ୍‌ମା ଜିଲା ସୀମାରେ ଥିବା ଧର୍ମାଭରମ ପୋଲିସ କ୍ୟାମ୍ପର ଅସ୍ତ୍ରଶସ୍ତ୍ର ଲୁଟ୍‌ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ଆକ୍ରମଣ କରିଥିଲେ।
ସୂଚନା ଅନୁଯାୟୀ, ଜାନୁଆରୀ ୧୬ ରାତିରେ ମାଓବାଦୀ ସଂଗଠନ ପକ୍ଷରୁ ଧର୍ମାଭରମ ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରାଯିବା ସହ ଶତାଧିକ ରକେଟ ଲଞ୍ଚର ମାଡ଼ କରାଯାଇଥିଲା। ଆକ୍ରମଣ ପରେ ଧର୍ମାଭରମ ପୋଲିସ କ୍ୟାମ୍ପ ଆଖ ପାଖରୁ ପ୍ରାୟ ୩ ଶହ ଜୀବନ୍ତ ସେଲ୍‌ ରକେଟ ବୋମା ପୋଲିସ ଜବତ କରିଛି। ମାଓବାଦୀମାନେ ସୁରକ୍ଷା ବାହିନୀ ଶିବିର ଭିତରେ ପ୍ରବେଶ କରିବା ଲାଗି ଜଙ୍ଗଲି ଘାସରେ ତିଆରି ସ୍ବତନ୍ତ୍ର ପୋଷାକ ପିନ୍ଧିଥିଲେ। ଆକ୍ରମଣର ପାଲଟା ଜବାବ ମଧ୍ୟ ଦେଇଥିଲେ ଯବାନ। ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ମାଓବାଦୀ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri