ଶୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ,୧୫।୩ (ସ୍ବ.ପ୍ର.) ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡକମଣ୍ଡରା, ସାନକମଣ୍ଡରା ଓ ଆଖପାଖ ଅଞ୍ଚଳର ଶୋଲା ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ଶୋଲା ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ବଜାର ଅଭାବରୁ କେନ୍ଦୁଝର ସହରକୁ ଆସି ରାସ୍ତା କଡ଼ରେ ବେପାରୀଙ୍କ ଅପେକ୍ଷାରେ ବସିବାକୁ ପଡୁଛି। ପ୍ରକାଶ ଯେ, ଉକ୍ତ ଗ୍ରାମରେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ୱ ପରିବାର ଏଭଳି ଶୋଲା ଚାଷ କରି ପରିବାର ଚଳାଇ ଆସୁଛନ୍ତି। ଏହି ଅଞ୍ଚଳର ମାଟି ଶୋଲା ଚାଷ ପାଇଁ ଉତ୍କୃଷ୍ଟ। ଏଣୁ ଏନେଇ ପ୍ରଶାସନ ପକ୍ଷରୁ ସହାୟତା ଓ ପ୍ରୋତ୍ସାହନ ମିଳିଲେ ଉକ୍ତ ଅଞ୍ଚଳବାସୀ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ସାନ କମଣ୍ଡରା ଗ୍ରାମର ବରିଷ୍ଠ ଚାଷୀ ବୃନ୍ଦାବନ ନାୟକ କହିଛନ୍ତି। ସେହିପରି ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଉପରେ ସେମାନେ ନିର୍ଭର କରି ଚାଷ କରିଥାନ୍ତି ବୋଲି କହିଛନ୍ତି ା ବଜାର ବ୍ୟବସ୍ଥା ନାହିଁ। ଅନେକ ସମୟରେ କ୍ଷତିଗ୍ରସ୍ତ ହେବା ସହ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅର୍ଥାତ ବର୍ଷରେ ସେମାନେ ବିନା ଜଳସେଚନ ବ୍ୟବସ୍ଥାରେ ଓ ପ୍ରୋତ୍ସାହନରେ ତିନୋଟି ଫସଲ କରୁଥିବା କହିଛନ୍ତି ା
ସମୟରେ ବେପାରୀ ଘରୁ ଯାଇ ଆଣିଆସନ୍ତି ା ଅନେକ ସମୟରେ ସେମାନଙ୍କୁ ହାଟବଜାର ବୁଲି ବିକିବାକୁ ପଡୁଛି। ବେପାରୀ ମାନେ କମ ଦାମରେ କିଣି ନେଇ ଅଧିକ ଦାମରେ ଜିଲା ତଥା ଜିଲାବାହାର ବେପାରୀଙ୍କୁ ବିକୁଛନ୍ତି। ଏକ ଏକର ଜମିରୁ ସେମାନେ ଭଳ ଅମଳ ହେଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଥାନ୍ତି ବୋଲି ସେମାନେ କୁହନ୍ତି ା କଞ୍ଚା ଶୋଲା ଛଡାଇ ଖାଇବାକୁ ସମସ୍ତେ ଭଲ ପାଆନ୍ତି ା ଏଣୁ କଞ୍ଚା ଶୋଲା ଗଛରେ ସେମାନେ ଅଧିକ ଲାଭ କରିଥାନ୍ତି। ବିଡ଼ା ବାହାରେ ୧୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ବେପାରୀ ମାନେ ୧୦୦ ଟଙ୍କାରେ ୧୩୦ରୁ ୧୫୦ ବିଡା ପର୍ଯ୍ୟନ୍ତ କିଣି ନେଇଥାନ୍ତି। ଗ୍ରାମ ପାଖରେ ବୋହିଯାଇଥିବା କାନଝରୀ ନାଳରେ ବନ୍ଧ ନିର୍ମାଣ ହେଲେ ସେମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି। ଚାଷ କରି ଏହି ଅଞ୍ଚଳର ଲୋକ ମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି ା ସରକାରଙ୍କ ପକ୍ଷରୁ ମାୈଳିକ ସୁବିଧା ମିଳୁ ନ ଥିଲେ ହେଁ ଲୋକ ମାନେ ଭଲରେ ଚଳୁଥିବା କହିଛନ୍ତି ା ଏହି ଶୋଲା ଗଛ ଶୁଖିଲେ ଏହା କିଲୋ ଦରରେ ବିକ୍ରି ହୋଇଥାଏ। ଏହାର ଚାହିଦା ସବୁଠି ରହିଛି। ବାହାରୁ ଏହି ଶୋଲା ଆସୁଥିବା ବେଳେ ପ୍ରୋତ୍ସାହନ ମିଳିଲେ ଏଠାରେ ଏହି ଶୋଲାକୁ ଶୁଖାଇ ବିକ୍ରିବଟା କରି ଅଧିକ ଲାଭବାନ ହୋଇ ପାରନ୍ତେ। ଏହି ଶୋଲାକୁ ତରକାରୀ କରି ଲୋକେ ଖାଇଥାନ୍ତି ଏବଂ ଗୁଣ୍ଡ କରି ଏଥିରୁ ଛତୁଆ, ବେସନ ଆଦି ପ୍ରସ୍ତୁତ ହୋଇଥାଏ। ଏହାକୁ ବିଭିନ୍ନ ଏସଏଚଜି ଗ୍ରୁପ ସହିତ ଲିଙ୍କ କରାଯାଇପାରିଲେ ଏହା ଏକ ଶିଳ୍ପର ରୂପ ନେଇ ପାରନ୍ତା ବୋଲି ମତପ୍ରକାଶ ପାଉଛି ା ଗ୍ରାମର ରାଧୁ ନାୟକ, ସାଲୁକା ନାୟକ, ଭବାନୀ ନାୟକ ସମେତ ବହୁ ପୁରୁଣା ଚାଷୀ ଏହି ବ୍ୟବସାୟରୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri