ରୁଷିଆକୁ ଝଟ୍‌କା, ମାଷ୍ଟରକାର୍ଡ-ଭିସା ପକ୍ଷରୁ ବଡ ପଦକ୍ଷେପ…

ନ୍ୟୁୟର୍କ,୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁରୋଧ କ୍ରମେ ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ ରଖି ମାଷ୍ଟରକାର୍ଡ ଏହାର ପେମେଣ୍ଟ ନେଟୱାର୍କରୁ ବନ୍ଦ କରିଛି।

ମାଷ୍ଟରକାର୍ଡ କହିଛି ଯେ କମ୍ପାନୀର କାର୍ଡ ଏଣିକି ରୁଷିଆର ବିଭିନ୍ନ ଷ୍ଟୋର ଏବଂ ଏଟିଏମ୍‌ରେ ଆଉ କାମ ଦେବ ନାହିଁ। ତେବେ ଏନେଇ ଗ୍ରାହକ, ଅଂଶୀଦାର ଏବଂ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରାଯିବ ବୋଲି ମାଷ୍ଟରକାର୍ଡ କହିଛି।

ଅପରପକ୍ଷେ, ଭିସା କହିଛି ଯେ ପ୍ରତିବନ୍ଧକକୁ ପାଳନ କରିବା ପାଇଁ କମ୍ପାନୀ ନିରନ୍ତର କାର୍ଯ୍ୟ କରୁଛି। ଯେ କୌଣସି ଅତିରିକ୍ତ କଟକଣା ମଧ୍ୟ କାର୍ଯ୍ୟକାରୀ କରିବା ଲାଗି କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ରୁଷିଆରେ ଭିସା ସମସ୍ତ କାରବାର ବନ୍ଦ କରିବାକୁ ଏହାର କ୍ଲାଏଣ୍ଟ୍‌ ଏବଂ ଅଂଶୀଦାରଙ୍କ ସହିତ କାର୍ଯ୍ୟ କରୁଛି ବୋଲି କମ୍ପାନୀ ପକ୍ଷରୁ ସିଇଓ ଆଲ୍‌ କେଲେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ହିଟଲରଙ୍କ ଏଣ୍ଟ୍ରି…

ମସ୍କୋ/କ୍ୱିଭ୍‌, ୪।୫ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଏବେ ନାଜିର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଏଣ୍ଟ୍ରି ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ ୟୁକ୍ରେନ...

ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୩ା୭-ମହାମାରୀ କରୋନା ସାରାବିଶ୍ୱରେ କାୟାବିସ୍ତାର କରିଚାଲିଛି। ତେବେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମୁଦ କ୍ୟୁରେସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ...

ଟ୍ରମ୍ପ ବୁଝନ୍ତି ନାହିଁ ରାଷ୍ଟ୍ରପତି ପଦର ଅର୍ଥ: କମଳା-ବିଡେନ

ଓ୍ବାଶିଂଟନ,୨୯।୮: ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଜଣେ...

ଚାଇନାକୁ ବାଇଡେନ୍‌ଙ୍କ ବାର୍ତ୍ତା: ଆମେରିକା ଇଜ୍ ବ୍ୟାକ୍‌

ୱାଶିଂଟନ,୫ ।୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମଥର ଲାଗି ଗୁରୁବାର ତାଙ୍କର ରାଜନୈତିକ ଉଦ୍‌ବୋଧନ ଦେଇଛନ୍ତି । ଏହି ସମୟରେ ସେ...

ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ...

ଆମେରିକାରେ ଘୋଷଯାତ୍ରା

ମିନିଆପଲିସ, ୧୫ା୭: ଉତ୍ତର ଆମେରିକାର ମିନେସୋଟା ରାଜ୍ୟ ମିନିଆପଲିସରେ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହୋଇଯାଇଛି। ହିନ୍ଦୁ ସୋସାଇଟି ଅଫ୍‌ ମିନେସୋଟା ରଥଯାତ୍ରା ଆୟୋଜନ କରିଥିଲା। ମନ୍ଦିର...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ବିବାହ ଭୋଜିରେ ଅତିଥିଙ୍କ ଠାରୁ ପ୍ଲେଟ ପିଛା ୭,୩୦୦ ଟଙ୍କା ଦାବି କଲେ ନବଦମ୍ପତି, ଚର୍ଚ୍ଚାରେ…

ୱାଶିଂଟନ,୧୨।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବିବାହରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବନ୍ଧନରେ ବାନ୍ଧି ହୋଇଥିବା ଦମ୍ପତି ତାଙ୍କ ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ଠାରୁ ପ୍ଲେଟ୍‌...

Advertisement
Archives

Model This Week