Posted inଖେଳ

କେ.ଏଲ, ରାହୁଲଙ୍କୁ ଝଟ୍‌କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ…

କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୋର୍ଡ କେ.ଏଲ. ରାହୁଲଙ୍କୁ ଏ ଗ୍ରେଡରୁ ହଟାଇ ତାଙ୍କୁ ବି ଗ୍ରେଡରେ ରଖିଛି। ଅକ୍ଟୋବର ୨୦୨୧ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ତାଙ୍କୁ ଗ୍ରେଡ ଏ ରେ ରଖାଯାଇଥିଲା। ଖେଳାଳିଙ୍କ ବାର୍ଷିକ ଚୁକ୍ତି ପାଇଁ ବିସିସିଆଇ ୪ ଟି ଭିନ୍ନ ଗ୍ରେଡ ସ୍ଥିର କରିଛି। ଏଥିରେ ଏ ପ୍ଲସ ଗ୍ରେଡ ଥିବା ଖେଳାଳୀମାନଙ୍କୁ ପ୍ରତିବର୍ଷ ୭ କୋଟି, ଏ ଗ୍ରେଡ ପାଇଁ ୫ କୋଟି, ବି ଗ୍ରେଡ ପାଇଁ ୩ କୋଟି ଏବଂ ସି ଗ୍ରେଡ ଖେଳାଳିଙ୍କ ପାଇଁ ଏକ କୋଟି ଟଙ୍କା ଦିଆଯାଇଥାଏ ।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ କେ.ଏଲ ରାହୁଲ ଟିମ ଇଣ୍ଡିଆର ଉପ-ଅଧିନାୟକ ଥିଲେ। ସିରିଜର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ତାଙ୍କଠାରୁ ଏହି ଦାୟିତ୍ୱ ଛଡ଼ାଇ ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ମଧ୍ୟ ଖେଳୁଥିବା ଏକାଦଶରୁ ଓହରି ଯାଇଥିଲେ। ଗତ ସିଜନରେ ଓପନର୍‌ ବୋର୍ଡରୁ ୫ କୋଟି ଟଙ୍କା ପାଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆଯିବ।

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ୨୦ ରନ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୧୭ ଏବଂ ୧ ରନ ସ୍କୋର କରିବା ପରେ ପାଭିିଲିୟନ ଫେରିଥିଲେ। ଗତ ୧୦ ଟେଷ୍ଟ ଇନିଂସରେ ଥରେ ମଧ୍ୟ କେଏଲ ରାହୁଲ ୨୩ ରୁ ଅଧିକ ରନ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବାଂଲାଦେଶ ଗସ୍ତରେ ଟିମ ଇଣ୍ଡିଆର ଅଧିନାୟକ କେ.ଏଲ ରାହୁଲଙ୍କୁ ଖରାପ ଫର୍ମ କାରଣରୁ ଟି -୨୦ ଏବଂ ଏକଦିବସୀୟ ପରେ ଟେଷ୍ଟ ଦଳରେ ଉପ-ଅଧିନାୟକ ପଦ ହରାଇବାକୁ ପଡିଥିଲା।

ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରେ ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ ମିଳିଛି। ସେ ବର୍ତ୍ତମାନ ଏ ରୁ ଏ ପ୍ଲସ ଗ୍ରେଡରେ ପହଞ୍ଚିଛନ୍ତି। ଶୀର୍ଷ ଶ୍ରେଣୀରେ ଜାଡେଜାଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା ଅଛନ୍ତି। ଏ ଗ୍ରେଡରେ ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ରିଷଭ ପନ୍ତ ଏବଂ ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି। ଗ୍ରେଡ ବିରେ କେ.ଏଲ ରାହୁଲ, ଚେତେଶ୍ୱର ପୂଜାରା, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ, ଶ୍ରେୟସ ଆୟର ଏବଂ ମହମ୍ମଦ ସିରାଜ ଅଛନ୍ତି। ଗ୍ରେଡ ସିରେ ୧୧ ଖେଳାଳିଙ୍କୁ ବିସିସିଆଇ ସ୍ଥାନ ଦେଇଛି। ସେଥିମଧ୍ୟରେ ଶିଖର ଧାୱନ, ଉମେଶ ଯାଦବ, ଶାର୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ ଏବଂ କେ.ଏସ ଭାରତ ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ କେ.ଏଲ ରାହୁଲ ଟିମ ଇଣ୍ଡିଆର ଉପ-ଅଧିନାୟକ ଥିଲେ। ସିରିଜର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବିସିସିଆଇ ତାଙ୍କଠାରୁ ଏହି ଦାୟିତ୍ୱ ଛଡ଼ାଇ ନେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ମଧ୍ୟ ଖେଳୁଥିବା ଏକାଦଶରୁ ଓହରି ଯାଇଥିଲେ। ଗତ ସିଜନରେ ଓପନର୍‌ ବୋର୍ଡରୁ ୫ କୋଟି ଟଙ୍କା ପାଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ମାତ୍ର ୩ କୋଟି ଟଙ୍କା ଦିଆଯିବ।

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ୨୦ ରନ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୧୭ ଏବଂ ୧ ରନ ସ୍କୋର କରିବା ପରେ ପାଭିିଲିୟନ ଫେରିଥିଲେ। ଗତ ୧୦ ଟେଷ୍ଟ ଇନିଂସରେ ଥରେ ମଧ୍ୟ କେଏଲ ରାହୁଲ ୨୩ ରୁ ଅଧିକ ରନ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବାଂଲାଦେଶ ଗସ୍ତରେ ଟିମ ଇଣ୍ଡିଆର ଅଧିନାୟକ କେ.ଏଲ ରାହୁଲଙ୍କୁ ଖରାପ ଫର୍ମ କାରଣରୁ ଟି -୨୦ ଏବଂ ଏକଦିବସୀୟ ପରେ ଟେଷ୍ଟ ଦଳରେ ଉପ-ଅଧିନାୟକ ପଦ ହରାଇବାକୁ ପଡିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତା ୩ ଦିନ ଯାଏ ରାଜ୍ୟରେ…

ଭୁବନେଶ୍ୱର, ୩୦।୭: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।…

ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା: ଆସିବେନି ପିଲା, ରହିବେ ଶିକ୍ଷକ

ଖୋର୍ଦ୍ଧା,୩୦ା୭: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୩୧ ତାରିଖରେ ସ୍କୁଲ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ…

ହଠାତ୍‌ ମୋଦି ସରକାରଙ୍କୁ ପ୍ରଶଂସା କଲେ ୱାଙ୍ଗଚୁକ, କହିଦେଲେ ଏମିତି…

ନୂଆଦିଲ୍ଲୀ, ୩୦।୭: ବିଖ୍ୟାତ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଏକ ଭିଡିଓ ଶେୟାର କରି ଭାରତୀୟ ରେଲୱେର ପ୍ରଶଂସା କରିଛନ୍ତି। ଏଥିସହ ସେ ଏହା…

୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି।…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଘରୁ ସ୍ବାମୀଙ୍କୁ ଉଠାଇନେଇ ପୋଲିସ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମର କେ.କୁରେଶୁୁ ରେଡ୍ଡୀଙ୍କ ଝିଅ କେ. ଭାରତୀ ରେଡ୍ଡୀ ସାନଖେମୁଣ୍ଡି ବ୍ଲକ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଘରୁ ବୃଦ୍ଧାଙ୍କ ପଚାସଢା ମୃତଦେହ ଉଦ୍ଧାର ଘଟଣା: ବେସାହାରା ହୋଇପଡିଛନ୍ତି ମାନସିକ ବିକାରଗ୍ରସ୍ତ ୨ ପୁଅ, ପ୍ରଶାସନର ଦେଖାନାହିଁ…

ପୁରୁଷୋତ୍ତମପୁର,୩୦/୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚିତ ବିଷୟ ପାଲଟିଥିଲା। ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କିୟମାନେ ମୁହଁ ଫେରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri