ଚାଇନାକୁ ଝଟ୍‌କା, ୧୦ ଦେଶ ସୁରକ୍ଷା ବୁଝାମଣା ପାଇଁ ମନାକଲେ…

ବେଜିଂ, ୩୧।୫ : ଅଷ୍ଟ୍ରେଲିଆକୁ ଘେରି ରହିବା ପାଇଁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳରେ ଥିବା ୧୦ ଟି ଛୋଟ ଦେଶ ସହିତ ସୁରକ୍ଷା ଚୁକ୍ତି କରିବାକୁ ଚାଇନାର ଉଦ୍ୟମ ଶେଷରେ ବିଫଳ ହୋଇଛି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳ ଗସ୍ତରେ ଯାଇଥିବା ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଖାଲି ହାତରେ ଫେରିବାକୁ ପଡିଛି। ଏସବୁ ଦେଶ ଚାଇନା ସହିତ ବାଣିଜ୍ୟ ଏବଂ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମନା କରିଦେଇଛନ୍ତି।

ୱାଙ୍ଗ ୟି ଫିଜିରେ ୧୦ ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ କିନ୍ତୁ ଚାଇନା ସହିତ ସୁରକ୍ଷା ଏବଂ ଅର୍ଥନୈତିକ କ୍ଷେତ୍ରରେ କୌଣସି ଚୁକ୍ତିନାମା ହୋଇପାରି ନାହିଁ। ମୁକ୍ତ ବାଣିଜ୍ୟ, ପୋଲିସର ସହଯୋଗ ଏବଂ ବିପର୍ଯ୍ୟୟ ଉପରେ ଚାଇନା ଏହି ୧୦ ଟି ଦେଶ ସହିତ ଏକ ବିସ୍ତୃତ ଚୁକ୍ତିନାମା କରିବାକୁ ଚାହୁଁଥିଲା।

ଫିଜିର ପ୍ରଧାନମନ୍ତ୍ରୀ ଫ୍ରାଙ୍କ ବେନିମାରାମା କହିଛନ୍ତି ଯେ ପ୍ରଶାନ୍ତ ମହସାଗରୀୟ ଦେଶଗୁଡ଼ିକ ସେମାନଙ୍କ ମନୋଭାବରେ ଏକଜୁଟ ହୋଇଛନ୍ତି। ସେ କହିଛନ୍ତି ଯେ ସବୁଥର ପରି ନୂତନ ଆଞ୍ଚଳିକ ଚୁକ୍ତିନାମା ଉପରେ ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ଆମେ ଆମର ୧୦ଟି ଦେଶ ମଧ୍ୟରେ ଏକ ସହମତି ସ୍ଥାପନ କରିଛୁ। ଫିଜିର ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏବଂ ନିର୍ଗମନ ହ୍ରାସ ଉପରେ ସେ ଚାଇନା ସହିତ ଏକ ଦୃଢ଼ ପ୍ରତିବଦ୍ଧତା ଚାହୁଁଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସୁରକ୍ଷା ଚୁକ୍ତି ଉପରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଫିଜିରେ ଅବସ୍ଥାପିତ ଚାଇନାର ରାଷ୍ଟ୍ରଦୂତ କିଆନ ବୋ କହିଛନ୍ତି ଯେ ବେଜିଂର ବ୍ୟାପକ ପ୍ରସ୍ତାବର କିଛି ପ୍ରସ୍ତାବକୁ ପ୍ରଶାନ୍ତ ମହାସାଗରୀୟ ଦେଶ ବିରୋଧ କରିଛନ୍ତି। ସେ କହିଛନ୍ତି, ଯେଉଁ ୧୦ ଟି ଦେଶ ସହିତ ଆମର କୂଟନୈତିକ ସମ୍ପର୍କ ରହିଛି ସେମାନଙ୍କ ପାଇଁ ସାଧାରଣ ସମର୍ଥନ ମଧ୍ୟ ରହିଛି। କିନ୍ତୁ ଅବଶ୍ୟ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପୁଣି ଚିନ୍ତା କରାଯିବାର ଆବଶ୍ୟକତା ରହିଛି। ଚାଇନା ରାଷ୍ଟ୍ରଦୂତ କହିଛନ୍ତି ଯେ ଆମେ ଖୁବ ଶୀଘ୍ର ଆମର ସ୍ଥିତି ସ୍ପଷ୍ଟ କରିବୁ। ସେ କହିଛନ୍ତି ଯେ ଆମେ ଆମର ବନ୍ଧୁ ଦେଶମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ ।

ଚାଇନା ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ ଏହା ତାଙ୍କ ଦେଶର ନୀତି ଯେ ଆମେ ଅନ୍ୟ କୌଣସି ଦେଶ ଉପରେ ବାଧ୍ୟତାମୂଳକ ଭାବେ କୌଣସି ପ୍ରସ୍ତାବ ଲାଗୁ କରାଯିବ ନାହିଁ। ଚାଇନା ଏହା କେବେ ମଧ୍ୟ କରିନାହିଁ। ସେ କହିଛନ୍ତି ଯେ ଫିଜି ସହିତ ଆମେ ତିନୋଟି ଚୁକ୍ତି କରିଛୁ। ଏସବୁ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେସିତ। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେ କୌଣସି ରାଜନୈତିକ ସର୍ତ୍ତ ବିନା ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକୁ ସହାୟତା ଯୋଗାଇଦେବୁ। ସେ କହିଛନ୍ତି ଯେ ଚାଇନା ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକର ଦୀର୍ଘ ଦିନର ବନ୍ଧୁ। ଏସବୁ ଦେଶର ବିକାଶ ଚାଇନା ପାଇଁ ଗୁରୁତ୍ପପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri