ଚାଇନାକୁ ଝଟ୍‌କା, ୧୦ ଦେଶ ସୁରକ୍ଷା ବୁଝାମଣା ପାଇଁ ମନାକଲେ…

ବେଜିଂ, ୩୧।୫ : ଅଷ୍ଟ୍ରେଲିଆକୁ ଘେରି ରହିବା ପାଇଁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳରେ ଥିବା ୧୦ ଟି ଛୋଟ ଦେଶ ସହିତ ସୁରକ୍ଷା ଚୁକ୍ତି କରିବାକୁ ଚାଇନାର ଉଦ୍ୟମ ଶେଷରେ ବିଫଳ ହୋଇଛି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳ ଗସ୍ତରେ ଯାଇଥିବା ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଖାଲି ହାତରେ ଫେରିବାକୁ ପଡିଛି। ଏସବୁ ଦେଶ ଚାଇନା ସହିତ ବାଣିଜ୍ୟ ଏବଂ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମନା କରିଦେଇଛନ୍ତି।

ୱାଙ୍ଗ ୟି ଫିଜିରେ ୧୦ ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ କିନ୍ତୁ ଚାଇନା ସହିତ ସୁରକ୍ଷା ଏବଂ ଅର୍ଥନୈତିକ କ୍ଷେତ୍ରରେ କୌଣସି ଚୁକ୍ତିନାମା ହୋଇପାରି ନାହିଁ। ମୁକ୍ତ ବାଣିଜ୍ୟ, ପୋଲିସର ସହଯୋଗ ଏବଂ ବିପର୍ଯ୍ୟୟ ଉପରେ ଚାଇନା ଏହି ୧୦ ଟି ଦେଶ ସହିତ ଏକ ବିସ୍ତୃତ ଚୁକ୍ତିନାମା କରିବାକୁ ଚାହୁଁଥିଲା।

ଫିଜିର ପ୍ରଧାନମନ୍ତ୍ରୀ ଫ୍ରାଙ୍କ ବେନିମାରାମା କହିଛନ୍ତି ଯେ ପ୍ରଶାନ୍ତ ମହସାଗରୀୟ ଦେଶଗୁଡ଼ିକ ସେମାନଙ୍କ ମନୋଭାବରେ ଏକଜୁଟ ହୋଇଛନ୍ତି। ସେ କହିଛନ୍ତି ଯେ ସବୁଥର ପରି ନୂତନ ଆଞ୍ଚଳିକ ଚୁକ୍ତିନାମା ଉପରେ ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ଆମେ ଆମର ୧୦ଟି ଦେଶ ମଧ୍ୟରେ ଏକ ସହମତି ସ୍ଥାପନ କରିଛୁ। ଫିଜିର ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏବଂ ନିର୍ଗମନ ହ୍ରାସ ଉପରେ ସେ ଚାଇନା ସହିତ ଏକ ଦୃଢ଼ ପ୍ରତିବଦ୍ଧତା ଚାହୁଁଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସୁରକ୍ଷା ଚୁକ୍ତି ଉପରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଫିଜିରେ ଅବସ୍ଥାପିତ ଚାଇନାର ରାଷ୍ଟ୍ରଦୂତ କିଆନ ବୋ କହିଛନ୍ତି ଯେ ବେଜିଂର ବ୍ୟାପକ ପ୍ରସ୍ତାବର କିଛି ପ୍ରସ୍ତାବକୁ ପ୍ରଶାନ୍ତ ମହାସାଗରୀୟ ଦେଶ ବିରୋଧ କରିଛନ୍ତି। ସେ କହିଛନ୍ତି, ଯେଉଁ ୧୦ ଟି ଦେଶ ସହିତ ଆମର କୂଟନୈତିକ ସମ୍ପର୍କ ରହିଛି ସେମାନଙ୍କ ପାଇଁ ସାଧାରଣ ସମର୍ଥନ ମଧ୍ୟ ରହିଛି। କିନ୍ତୁ ଅବଶ୍ୟ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପୁଣି ଚିନ୍ତା କରାଯିବାର ଆବଶ୍ୟକତା ରହିଛି। ଚାଇନା ରାଷ୍ଟ୍ରଦୂତ କହିଛନ୍ତି ଯେ ଆମେ ଖୁବ ଶୀଘ୍ର ଆମର ସ୍ଥିତି ସ୍ପଷ୍ଟ କରିବୁ। ସେ କହିଛନ୍ତି ଯେ ଆମେ ଆମର ବନ୍ଧୁ ଦେଶମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ ।

ଚାଇନା ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ ଏହା ତାଙ୍କ ଦେଶର ନୀତି ଯେ ଆମେ ଅନ୍ୟ କୌଣସି ଦେଶ ଉପରେ ବାଧ୍ୟତାମୂଳକ ଭାବେ କୌଣସି ପ୍ରସ୍ତାବ ଲାଗୁ କରାଯିବ ନାହିଁ। ଚାଇନା ଏହା କେବେ ମଧ୍ୟ କରିନାହିଁ। ସେ କହିଛନ୍ତି ଯେ ଫିଜି ସହିତ ଆମେ ତିନୋଟି ଚୁକ୍ତି କରିଛୁ। ଏସବୁ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେସିତ। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେ କୌଣସି ରାଜନୈତିକ ସର୍ତ୍ତ ବିନା ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକୁ ସହାୟତା ଯୋଗାଇଦେବୁ। ସେ କହିଛନ୍ତି ଯେ ଚାଇନା ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକର ଦୀର୍ଘ ଦିନର ବନ୍ଧୁ। ଏସବୁ ଦେଶର ବିକାଶ ଚାଇନା ପାଇଁ ଗୁରୁତ୍ପପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?