Posted inଖେଳ

ସାନିଆଙ୍କୁ ଧୋକା ଦେଇ ତୃତୀୟ ବିବାହ କରିଥିଲେ, ଏବେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ସୋଏବ ମଲିକ! ଦେଖନ୍ତୁ VIDEO

ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଗତ କିଛି ବର୍ଷ ହେବ ତାଙ୍କ ଖେଳ ଅପେକ୍ଷା ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ବିବାଦୀୟ ବୟାନ ହେଉ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି, ଏହି ପାକିସ୍ତାନୀ କ୍ରିକେଟର ଖବରରେ ରହିଆସିଛନ୍ତି। ଗତ ବର୍ଷ, ମାଲିକ ତାଙ୍କ ପୂର୍ବତନ ସସ୍ତ୍ରୀ ତଥା ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ପ୍ରତାରଣା କରି ତୃତୀୟ ଥର ବିବାହ କରିବା ପାଇଁ ସମାଲୋଚନାର ଶିକାର ହୋଇଥିଲେ। ଏବେ ସେ ତାଙ୍କ ତୃତୀୟ ବିବାହରେ ସବୁକିଛି ଠିକ ଚାଲିନାହିଁ। ବ୍ରେକଅପ ନେଇ କଳ୍ପନାଜଳ୍ପନା ଚାଲିଛି। ସୋଏବ ମାଲିକ ଏବଂ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦ ଜାନୁଆରୀ ୨୦୨୪ରେ ବିବାହ କରିଥିଲେ।

ସାନିଆଙ୍କଠାରୁ ଛାଡପତ୍ର ପରେ, ସୋଏବ ତୃତୀୟ ଥର ପାଇଁ ସାନା ଜାଭେଦଙ୍କୁ ବିବାହ କରିଥିଲେ। ତଥାପି, ଦେଢ଼ ବର୍ଷ ପରେ ବିବାହ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସୋଏବ ଏବଂ ସନା ଏକ କାର୍ଯ୍ୟକ୍ରମରେ ଏକାଠି ବସିଥିବାର ଦେଖାଯାଇଛି। କିନ୍ତୁ ସେମାନଙ୍କୁ କୌଣସି କଥାବାର୍ତ୍ତା କରୁଥିବାର ଦେଖାଯାଇନାହିଁ। ସୋଏବ ଅଟୋଗ୍ରାଫ ଦେଉଥିଲେ, ସନା ଏପଟେ ମୁହଁ କରି ବସିଥିଲେ, ତାଙ୍କ ମୁହଁରୁ ସ୍ପଷ୍ଟ ଭାବରେ ଅସନ୍ତୋଷ ଦେଖାଯାଉଥିଲା।
ଏହି ଭିଡିଓ ଭାଇରାଲ ହେବା ପରଠାରୁ, କଳ୍ପନାଜଳ୍ପନା ଜୋର ଧରିଛି ଯେ, ମଲିକ ଏବଂ ସନାଙ୍କ ସମ୍ପର୍କ ମଧ୍ୟ ଭାଙ୍ଗିବାକୁ ବସିଛି। ତଥାପି ଏହାର ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋଏବ ମାଲିକଙ୍କ ପ୍ରଥମ ସ୍ତ୍ରୀ ଆୟେଶା ସଇଦ ଥିଲେ। ଉଭୟଙ୍କ ସମ୍ପ ୮ ବର୍ଷ ପରେ ଭାଙ୍ଗି ଥିଲା। ତା’ପରେ ସାନିଆ ଏବଂ ସୋଏବ ୨୦୧୦ରେ ବିବାହ କରିଥିଲେ, କିନ୍ତୁ ୨୦୨୪ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସନା ହେଉଛନ୍ତି ସୋଏବଙ୍କ ତୃତୀୟ ସ୍ତ୍ରୀ। ଏହା ସନାଙ୍କ ଦ୍ୱିତୀୟ ବିବାହ।

 

View this post on Instagram

 

A post shared by Voice Of Netizens (@voiceofnetizens)


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri