Posted inଜାତୀୟ

ସାମନାରେ ଶିବସେନାର ଆକ୍ରମଣ, ରାଜ ଠାକରେଙ୍କ ଏମଏନଏସକୁ କହିଲା ଭାଜପାର ଅନ୍ତବସ୍ତ୍ର

ମୁମ୍ବାଇ,୩ ।୫: ଶିବସେନା ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଏମଏନଏସକୁ ନେଇ ଶିବସେନା ଏକ ବିବାଦୀୟ ଟିପ୍ପଣି ଦେଇଛି । ସାମନାରେ ଶିବସେନା ଏମଏନଏସର ନାମ ନ ନେଇ ଏହାକୁ ଅନ୍ତବସ୍ତ୍ର କହି ସମ୍ବୋଧନ କରିଛି । ସମ୍ପାଦକୀୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ବି ଟାର୍ଗେଟ କରାଯାଇଛି । ସାମନାରେ ଲେଖାଯାଇଛି କି ମହାରାଷ୍ଟ୍ର ଦିବସରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଏହାର ଅନ୍ତବସ୍ତ୍ର ପାର୍ଟି ସଭାର ଆୟୋଜନ କରିଥିଲେ ।
ଭାଜପାର ବୁଷ୍ଟର ଡୋଜ ସଭାରେ ଦେବେନ୍ଦ୍ର ଫଡନବିଶ ଶିବସେନାକୁ ଟାର୍ଗେଟ କରିଥିବା ବେଳେ ସଂଭାଜି ନଗରରେ ଏହାର ଅନ୍ତବସ୍ତ୍ର ଶରଦ ପାୱାରଙ୍କୁ ଟାର୍ଗେଟ କରିଛି । ଏସବୁ ଯୋଜନାବଦ୍ଧ ଭାବେ କରାଯାଉଛି । ଅନ୍ତବସ୍ତ୍ରକୁ ବୁଷ୍ଟର ଡୋଜ ଦେବାର କାମ ମୁମ୍ବାଇରୁ ହିଁ କରାଯାଉଛି ।
ଫଡନବିଶ ବୁଷ୍ଟର ଡୋଜ ସଭାରେ ଦାବି କରିଥିଲେ କି ବାବରି ଢାଞ୍ଚା ଭାଙ୍ଗିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ । ହେଲେ ସିବିଆଇ ଚାର୍ଜସିଟରେ କାହିଁ ଫଡନବିଶଙ୍କ ନାମ ନାହିଁ ବୋଲି ଶିବସେନା ପ୍ରଶ୍ନ କରିଛି । ତେବେ ଫଡନବିଶ କଣ ‘ମିଷ୍ଟର ଇଣ୍ଡିଆ’ ହୋଇ ବାବରି ଢାଞ୍ଚାକୁ ହାତୁଡି ମାରିବାକୁ ଯାଇଥିଲେ । ଏହାର ଯାଞ୍ଚ ଗୁପ୍ତ ଭାବେ ନୂଆ ଭାବେ କରିବା ଦରକାର ।
ସୂଚନଯୋଗ୍ୟ, ଲାଉଡ ସ୍ପିକର ବିବାଦକୁ ନେଇ ରାଜ ଠାକରେ ଓ ଶିବସେନା ମଧ୍ୟରେ ତୁତୁମେମେ ଜାରି ରହିଛି । ରାଜ ଠାକରେ ମେ’ ୧ରେ ଔରଙ୍ଗାବାଦରେ ରାଲିକୁ ସମ୍ବୋଧନ କରିବା ଅବସରରେ ୩ ମେ’ ମଧ୍ୟରେ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ପ୍ରଶାସନ ଓ ପୋଲିସକୁ ସମୟ ସୀମା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri