ଦାହ ବେଳେ ହସୁଛନ୍ତି

ଏପ୍ରିଲ ୨୦୨୨ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରାଜସ୍ବ ସଂଗ୍ରହ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ବିଗତ ୧୦ ମାସ ହେବ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିଥିବାରୁ ତାହା ଭାରତର ରାଜସ୍ବ ଅଭିବୃଦ୍ଧିରେ ସହାୟକ ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ ପ୍ରକାର ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ରିଟେଲ୍‌ ଇନ୍‌ଫ୍ଲେଶନ ବା ଖୁଚୁରା ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଦ୍ୱାରା ଖୁଚୁରା ମୁଦ୍ରାସ୍ଫୀତି ଆକଳନ କରାଯାଇଥାଏ। ମାର୍ଚ୍ଚରେ ଏହା ୬.୯୫ ପ୍ରତିଶତ ରହିଥିଲା। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପୂର୍ବରୁ ଖୁଚୁରା ମୁଦ୍ରାସ୍ଫୀତି ସୀମା ୬ ପ୍ରତିଶତ ସ୍ଥିର କରିଥିବା ବେଳେ ଏହା ତାହାକୁ ଯଥେଷ୍ଟ ଅତିକ୍ରମ କରିଯାଇଥିବାରୁ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ବହୁ ପରିମାଣରେ ବଢ଼ିଯାଇଥିବା ସୂଚାଇ ଦେଉଛି। ଏଭଳି ସ୍ଥଳେ କିଭଳି ପଦକ୍ଷେପ ନିଆଗଲେ ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଓ ଜନସାଧାରଣଙ୍କ ଆର୍ଥିକ ଦିଗକୁ ସୁସଂହତ କରାଯାଇପାରିବ ତାହା ସରକାର ଚିନ୍ତା କରିବା ଦରକାର। କେତେକେ ଯୁକ୍ତି ବାଢ଼ିପାରନ୍ତି, କଠୋର ତଥା ବାସ୍ତବ ଅର୍ଥନୈତିକ ପଦକ୍ଷେପ ଦେଶର ଅର୍ଥନୀତିକୁ ସ୍ଥିର ସ୍ତରରେ ରଖିବାରେ ସହାୟକ ହେବ। ତେଣୁ ସରକାର ଟିକସ ପରିମାଣ ହ୍ରାସ ନ କରି ଅନ୍ୟାନ୍ୟ ଅର୍ଥନୈତିକ ପଦକ୍ଷେପ ନିଅନ୍ତୁ। କିନ୍ତୁ ସେହି ଅନ୍ୟାନ୍ୟ ପଦକ୍ଷେପ କ’ଣ ହେବା ଦରକାର ତାହା ଉପରେ ସ୍ପଷ୍ଟ ଭାବେ କେହି କହିପାରୁନାହାନ୍ତି।
ଏପ୍ରିଲ୍‌ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଯେଉଁ ରାଜ୍ୟଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ କମାଇ ନ ଥିଲେ ତୁରନ୍ତ ଟିକସ ହ୍ରାସ କରନ୍ତୁ। କୋଅପରେଟିଭ୍‌ ଫେଡେରାଲିଜମ୍‌ ବା ସହଯୋଗୀ ସଂଘୀୟବାଦରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ପ୍ରୟାସ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣୀୟ ହେଉନାହିଁ। ପ୍ରଥମେ ଏହି ସମ୍ମିଳନୀର ମୁଖ୍ୟ ବିଷୟ ଥିଲା କୋଭିଡ୍‌ ସଂକ୍ରାନ୍ତ ଆଲୋଚନା। ତାହା ଯାଇ ପଡ଼ିଲା ତେଲ ଦର ତାତିରେ। ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ଅଣଭାଜପା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହିତ କେନ୍ଦ୍ର ତା’ର ଟିକସ ପରିମାଣ ହ୍ରାସ କରୁ ବୋଲି ଦାବି କରିଥିଲେ। ସ୍ବାଭାବିକ ଭାବେ ଭାଜପା ମୁଖ୍ୟମନ୍ତ୍ରୀମାନେ ଏହି ବିଷୟରେ ନୀରବ ରହିଥିଲେ, କାରଣ ମୋଦିଙ୍କ ମନ୍ତବ୍ୟକୁ ବିରୋଧ କରି ଭାଜପା ଭିତରେ ତିଷ୍ଠି ରହିବା ସେମାନଙ୍କ ପାଇଁ ସମ୍ଭବପର ହେବ ନାହିଁ। ଅଣଭାଜପା ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ଅନ୍ୟତମ। ବିଧାନସଭାର ଗତ କେତୋଟି ଅଧିବେଶନରେ ବିଜୁ ଜନତା ଦଳର ସଦସ୍ୟମାନେ ଜିଏସ୍‌ଟି ପ୍ରାପ୍ୟ ରାଜ୍ୟକୁ ମିଳୁନାହିଁ ବୋଲି ଭାଷଣ ଦେଇ ଭାଜପା ସଦସ୍ୟମାନଙ୍କୁ ନୀରବ କରାଇଦେଇପାରୁଛନ୍ତି। ଯଦି ଏହି ଆକ୍ଷେପମୂଳକ ଭାଷଣଗୁଡ଼ିକ ଅସତ୍ୟ ଉପରେ ଆଧାରିତ ହୋଇଥାଆନ୍ତା, ତେବେ ଭାଜପା ବିଧାୟକମାନେ ତତ୍‌କ୍ଷଣାତ୍‌ ଚିତ୍କାର କରିଥାଆନ୍ତେ। ଓଡ଼ିଶାବାସୀ ସେଭଳି ପ୍ରତିକ୍ରିୟା ଦେଖିବାରୁ ବଞ୍ଚତ୍ତ ହୋଇଛନ୍ତି। କିନ୍ତୁ କେବଳ ରାଜନୈତିକ ହିସାବନିକାସ ଯୋଗୁ ଓଡ଼ିଶା ତାହାର ବାସ୍ତବ ଦାବିକୁ କେନ୍ଦ୍ର ଆଗରେ ରଖିବାକୁ ଚାହୁଁନାହିଁ। ଏହାର ଅର୍ଥ ନୁହେଁ ଓଡ଼ିଶା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉନାହିଁ।
ପେଟ୍ରୋଲିୟମ୍‌ଜାତ ପଦାର୍ଥ ଉପରୁ ଆଦାୟ କରାଯାଉଥିବା ଟିକସରୁ ରାଜ୍ୟଗୁଡ଼ିକ ତୁଳନାରେ ବହୁ ପରିମାଣର ଅଧିକ ଅଂଶ କେନ୍ଦ୍ରକୁ ଯାଉଛି। ସେଥିପାଇଁ ସବୁଠାରୁ ଉତ୍ତମ ପଦକ୍ଷେପ ହୋଇପାରନ୍ତା ଯଦି ପେଟ୍ରୋଲିୟମ୍‌ଜାତ ଦ୍ରବ୍ୟକୁ ଜିଏସ୍‌ଟି ପରିସରଭୁକ୍ତ କରିଦିଆଯାଇପାରନ୍ତା। ଦ୍ୱିତୀୟରେ କୁହାଯାଇପାରେ ଯେ, ରାଜ୍ୟଗୁଡ଼ିକର ଆୟକୁ ସଂକୁଚିତ କରିଦିଆଯାଉଥିବାରୁ ପେଟ୍ରୋଲିୟମ୍‌ ଦ୍ରବ୍ୟ ଉପରେ କେନ୍ଦ୍ର ଟିକସର ପରିମାଣ ତୁରନ୍ତ ହ୍ରାସ କରାଯିବା ଉଚିତ। ଦେଖିବାକୁଗଲେ ୩ ନଭେମ୍ବର ୨୦୨୧ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ପରବର୍ତ୍ତୀ ସମୟରେ ତାହାଠାରୁ ଯଥେଷ୍ଟ ଅଧିକ ମୂଲ୍ୟ ବୃଦ୍ଧି କରିଦିଆଗଲାଣି। ସେଥିପାଇଁ ସେହି ପୁରୁଣା ହ୍ରାସକୁ ଦର୍ଶାଇ ଏବେ ନୂତନ ଦାବି କରିବା ଯଥାର୍ଥ ହେଉନାହିଁ। ଉଲ୍ଲେଖଯୋଗ୍ୟ ଯେ, ଇନ୍ଧନ ଦର ବୃଦ୍ଧି ପାଇବା ଫଳରେ ତାହା ଅତ୍ୟାବଶ୍ୟକ ସାମଗ୍ରୀ ସହ ବିଭିନ୍ନ ଦ୍ରବ୍ୟର ମୂଲ୍ୟକୁ ଘନ ଘନ ବଢ଼ାଇ ଦେଉଛି। ଏଭଳି ପରିପ୍ରେକ୍ଷୀରେ ଯେହେତୁ ଉପଭୋକ୍ତା ସାମଗ୍ରୀ ଦର ବହୁମାତ୍ରାରେ ବଢ଼ିଯାଇଛି ସେହେତୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେଇ ଆବଶ୍ୟକତା ଅନୁଯାୟୀ ଟିକସ କମାଇବା ଦରକାର। ବର୍ତ୍ତମାନ ସ୍ଥିତିରେ ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଦେଶବାସୀ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୋଭିଡ୍‌-୧୯ ଯୋଗୁ ଦେଶ ଯେଉଁ ଆର୍ଥିକ କ୍ଷତି ସହିଛି ତାହାକୁ ଭରଣା କରିବା ଲାଗି ୨୦୩୫ ଯାଏ ସମୟ ଲାଗିଯିବ ବୋଲି ଆର୍‌ବିଆଇ ଆକଳନ କରିଛି। ଏଥିରୁ ବୁଝାପଡୁଛି ଯେ ମୋଦି ସରକାରଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପର ସୁଫଳ ସାଧାରଣ ଲୋକ ପାଖରେ ୨୦୩୫ ପୂର୍ବରୁ ପହଞ୍ଚି ପାରିବ ନାହିଁ। ରିଜର୍ଭ ବ୍ୟାଙ୍କର ଏଭଳି ଘୋଷଣା ନିଶ୍ଚିତ ଭାବେ ହାସ୍ୟାସ୍ପଦ। ଏହି ଗୋଟିଏ ବାକ୍ୟ କହି କେବଳ ଯେ ସରକାରଙ୍କୁ ମୁକ୍ତି ମିଳିଗଲା ତାହା ନୁହେଁ, ରିଜର୍ଭ ବ୍ୟାଙ୍କ ନିଜର ମୁଦ୍ରାନୀତି ସଂକ୍ରାନ୍ତ ଦାୟିତ୍ୱକୁ ଚତୁରତାର ସହ ଏଡ଼ାଇଦେଲେ। ଅର୍ଥାତ୍‌ ଏବେଠାରୁ ୨୦୩୫ ମଧ୍ୟରେ ଘଟିବାକୁ ଥିବା ପ୍ରତ୍ୟେକଟି ଜନବିରୋଧୀ ଅର୍ଥନୈତିକ ନିଷ୍ପତ୍ତି ପାଇଁ ସରକାରୀ ସ୍ତରରେ କେହି ଦାୟୀ ରହିବେ ନାହିଁ। ଶେଷରେ ଏହା କୁହାଯାଇପାରେ ଯେ ଆଜିର ପରିସ୍ଥିତି ଦେଖିଲେ, ଅତ୍ୟଧିକ ପରିମାଣର ଜିଏସ୍‌ଟି ସଂଗ୍ରହର ଅନ୍ୟ ଦିଗ ହେଉଛି ଜନସାଧାରଣଙ୍କ ଜୀବନଜୀବିକାରେ ଘୋର ଆଘାତ।
ହିନ୍ଦୁ ଧର୍ମରେ ଶବଦାହ ବେଳେ ସାଧାରଣରେ କେହି ହସନ୍ତି ନାହିଁ। ଅତ୍ୟଧିକ ଜିଏସ୍‌ଟି ସଂଗ୍ରହରେ ସରକାର ଯେଉଁ ଉତ୍‌ଫୁଲ୍ଲତା ପ୍ରକାଶ କରୁଛନ୍ତି ସେଥିରୁ ମନେହେଉଛି ସାଧାରଣ ମଣିଷର ଜୁଇ ଜଳିଲା ବେଳକୁ ଆଜିର ଗଣତାନ୍ତ୍ରିକ ସରକାର ଆତ୍ମସନ୍ତୁଷ୍ଟି ଓ ସୁଖ ଲାଭ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri