ଶୀତଳପୁରକୁ ବିପଦ ସାଳନ୍ଦୀ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ଦେଇ ବହି ଯାଇଛି ସାଳନ୍ଦୀ ନଦୀ। ଏହି ଗାଁ ପାର୍ଶ୍ୱ ନଦୀ ନିକଟରେ ବାରମ୍ବାର ଅତଡ଼ା ଧସୁଛି। ଫଳରେ ଏହି ନଦୀ ଏବେ ଗାଁ ପାଇଁ ବିପଦ ସାଜିଛି। ଏହାକୁ ନେଇ ନଦୀ କୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଏହି ଗ୍ରାମରେ ପ୍ରାୟ ୧୦୦ ପରିବାରର ୬ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ପ୍ରାୟ ୧୦ ବର୍ଷ ହେବ ଗାଁ ମୁହାଁ ହୋଇଛି ଏହି ନଦୀ। ବାରମ୍ବାର ନଦୀପାର୍ଶ୍ୱରୁ ଅତଡ଼ା ଧସୁଛି ଓ କୂଳ ଲଙ୍ଘୁଛି। ୪ ମାସ ତଳେ ନଦୀର ପଶ୍ଚିମ ଅର୍ଥାତ୍‌ ଗାଁ ପାର୍ଶ୍ୱରେ ବିରାଟ ଫାଟ ସୃଷ୍ଟି ହୋଇଛି। ଏହି ଫାଟ ଏବେ ବଢ଼ିବାରେ ଲାଗିଛି। ଏପରିକି ଗାଁରେ ଥିବା ଘର ଓ ଗୋରୁ ଗୁହାଳେ ମଧ୍ୟ ଏହି ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫାଟ ସୃଷ୍ଟି ହେବାରୁ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ୬ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନଦୀ କୂଳରେ ଥିବା ୨ ଘର, ସଂଖ୍ୟାଧିକ ନଡ଼ିଆ ଓ ତାଳଗଛ ଏବେ ନଦୀ ଆଡ଼କୁ ଢଳିଲାଣି। କେଉଁ ମୁହୂର୍ତ୍ତରେ ବି ଅଘଟଣ ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ନଦୀପାର୍ଶ୍ୱରେ ବାଲିବସ୍ତା ବନ୍ଧ ପକାଯାଏ। ଯାହାକି ଗଁାକୁ ସାମୟିକ ସୁରକ୍ଷା ଦେଇଥାଏ। ସ୍ଥାୟୀ ପଥରବନ୍ଧ ଓ ଲୁଣାବନ୍ଧ ନିର୍ମାଣ ହେବ ବୋଲି ଶୁଣି ଆସୁଛନ୍ତି। ସ୍ଥାୟୀ ପଥରବନ୍ଧ ନିର୍ମାଣ ଲାଗି ବାରମ୍ବାର ଜଳସେଚନ ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ଗଁାରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ସ୍ଥାୟୀ ମରାମତି କରା ନ ଗଲେ ଅର୍ଦ୍ଧାଧିକ ଘର ନଦୀରେ ବିଲୀନ ହୋଇଯିବାର ଆଶଙ୍କା ରହିଥିବା ଋଷି ପ୍ରସାଦ ମାଝି, ପ୍ରଦୀପ ନାୟକ, ଦେବବ୍ରତ ରାୟ, କାହ୍ନୁ ଚରଣ ପରିଡ଼ା ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି, ନଦୀବନ୍ଧରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ଏଷ୍ଟିମେଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଏଥିରେ ଆନୁମାନିକ ୮୦ ଲକ୍ଷ ଟଙ୍କା ବ୍ୟୟବରାଦ ହେବ ବୋଲି ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଏହା ଟେଣ୍ଡର ପ୍ରକିୟାକୁ ଆସିଯାଇ କାମ ଆରମ୍ଭ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri