ଶୀତଳପୁରକୁ ବିପଦ ସାଳନ୍ଦୀ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ଦେଇ ବହି ଯାଇଛି ସାଳନ୍ଦୀ ନଦୀ। ଏହି ଗାଁ ପାର୍ଶ୍ୱ ନଦୀ ନିକଟରେ ବାରମ୍ବାର ଅତଡ଼ା ଧସୁଛି। ଫଳରେ ଏହି ନଦୀ ଏବେ ଗାଁ ପାଇଁ ବିପଦ ସାଜିଛି। ଏହାକୁ ନେଇ ନଦୀ କୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଏହି ଗ୍ରାମରେ ପ୍ରାୟ ୧୦୦ ପରିବାରର ୬ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ପ୍ରାୟ ୧୦ ବର୍ଷ ହେବ ଗାଁ ମୁହାଁ ହୋଇଛି ଏହି ନଦୀ। ବାରମ୍ବାର ନଦୀପାର୍ଶ୍ୱରୁ ଅତଡ଼ା ଧସୁଛି ଓ କୂଳ ଲଙ୍ଘୁଛି। ୪ ମାସ ତଳେ ନଦୀର ପଶ୍ଚିମ ଅର୍ଥାତ୍‌ ଗାଁ ପାର୍ଶ୍ୱରେ ବିରାଟ ଫାଟ ସୃଷ୍ଟି ହୋଇଛି। ଏହି ଫାଟ ଏବେ ବଢ଼ିବାରେ ଲାଗିଛି। ଏପରିକି ଗାଁରେ ଥିବା ଘର ଓ ଗୋରୁ ଗୁହାଳେ ମଧ୍ୟ ଏହି ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫାଟ ସୃଷ୍ଟି ହେବାରୁ ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ୬ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନଦୀ କୂଳରେ ଥିବା ୨ ଘର, ସଂଖ୍ୟାଧିକ ନଡ଼ିଆ ଓ ତାଳଗଛ ଏବେ ନଦୀ ଆଡ଼କୁ ଢଳିଲାଣି। କେଉଁ ମୁହୂର୍ତ୍ତରେ ବି ଅଘଟଣ ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ନଦୀପାର୍ଶ୍ୱରେ ବାଲିବସ୍ତା ବନ୍ଧ ପକାଯାଏ। ଯାହାକି ଗଁାକୁ ସାମୟିକ ସୁରକ୍ଷା ଦେଇଥାଏ। ସ୍ଥାୟୀ ପଥରବନ୍ଧ ଓ ଲୁଣାବନ୍ଧ ନିର୍ମାଣ ହେବ ବୋଲି ଶୁଣି ଆସୁଛନ୍ତି। ସ୍ଥାୟୀ ପଥରବନ୍ଧ ନିର୍ମାଣ ଲାଗି ବାରମ୍ବାର ଜଳସେଚନ ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ଗଁାରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ସ୍ଥାୟୀ ମରାମତି କରା ନ ଗଲେ ଅର୍ଦ୍ଧାଧିକ ଘର ନଦୀରେ ବିଲୀନ ହୋଇଯିବାର ଆଶଙ୍କା ରହିଥିବା ଋଷି ପ୍ରସାଦ ମାଝି, ପ୍ରଦୀପ ନାୟକ, ଦେବବ୍ରତ ରାୟ, କାହ୍ନୁ ଚରଣ ପରିଡ଼ା ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି, ନଦୀବନ୍ଧରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ଏଷ୍ଟିମେଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଏଥିରେ ଆନୁମାନିକ ୮୦ ଲକ୍ଷ ଟଙ୍କା ବ୍ୟୟବରାଦ ହେବ ବୋଲି ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଏହା ଟେଣ୍ଡର ପ୍ରକିୟାକୁ ଆସିଯାଇ କାମ ଆରମ୍ଭ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟ ପାଉନି ବର୍ଷାପାଣି

ଢେଙ୍କାନାଳ ଅଫିସ, ୨୧।୮: ଡ୍ରେନ୍‌ ଉପରେ ଠିଆ ହୋଇଛି କୋଠାବାଡ଼ି। ଅବରୋଧ ହୋଇରହିଛି ଜଳ ନିଷ୍କାସନର ପ୍ରମୁଖ ପଥ। କେଉଁଠି ଗଦା ହୋଇ ରହିଛି ନିର୍ମାଣ...

କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ପରୀକ୍ଷା ପାଇଁ ଗଲା ମାଟି, ପଥର

ଦାରିଙ୍ଗବାଡ଼ି,୨୨ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ପାହାଡ଼ ଭୁସ୍ଖଳନ ଘଟଣାରେ ଶନିବାର ବ୍ରହ୍ମପୁର ମାଇନ୍ସ ଏବଂ ଭୂତତ୍ତ୍ୱବିତ୍‌ ନିର୍ଦ୍ଦେଶାଳୟରୁ...

ବଢ଼ିଲା ବୈତରଣୀ

ଭଣ୍ଡାରିପୋଖରୀ,୬ା୮(ଡି.ଏନ୍‌.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ...

ରାଜପଥ ଖୋଳିଦେଉଛି ଠିକାସଂସ୍ଥା

ଛେଣ୍ଡିପଦା,୩।୨(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଯାଇଥିବା ୧୪୯(ବି) ନଂ. ଜାତୀୟ ରାଜପଥ ପାଶର୍‌ବକୁ ବେଆଇନ ଭାବେ ଖୋଳି ସେଠାରେ ପାଇପ ପକାଯାଉଥିବା ଅଭିଯୋଗ ହୋଇଛି।...

ଜବରଦଖଲରେ କେନାଲ ଜାଗା,ଚାଷରୁ ମୁହଁ ଫେରାଇଲେଣି ଚାଷୀ

ନିରାକାରପୁର,୨୪ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ୧୯୮୧ ଡିସେମ୍ବର ୨୧ରେ ରାମେଶ୍ୱରଗଡ଼ଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ...

ନିର୍ଦ୍ୱନ୍ଦ୍ୱରେ ଭାଇସ୍‌ ଚେୟାରମ୍ୟାନ୍‌ ନିର୍ବାଚିତ

କେସିଙ୍ଗା,୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଭାଇସଚେୟାର ମ୍ୟାନ୍‌ ଭାବେ ୮ ନମ୍ବର ଓ୍ବାର୍ଡର ସରସ୍ବତୀ ସାହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା...

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା)...

କରୋନା ଭାଙ୍ଗିନି ଦମ୍ଭ: ଛାଇରେ ଚାଲିଛି ଛତୁଚାଷ

କାମାକ୍ଷାନଗର, ୧୩।୫ – କରୋନା ପାଇଁ ବୃତ୍ତି ହରାଇଲେଣି ଅନେକେ। ଜୀବନ ବଞ୍ଚାଇବା ଲାଗି କାମଧନ୍ଦା ଛାଡ଼ି ଗଣପଳାୟନ କରୁଛନ୍ତି ପ୍ରବାସୀ। ହେଲେ ଭିଟାମାଟିରେ ନିଜ...

Advertisement
Archives

Model This Week